ସୂର୍ଯ୍ୟ ଗଣନାଟ୍ୟରୁ ଅପେରା ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଲିଜା ପଣ୍ଡା। ଜନ୍ମ ଜଗତସିଂହପୁରର ନହରଣା। ବାପା ସୁଧାକର ଶତପଥୀ ଥିଲେ ଜଣେ କଳାକାର। ତାଙ୍କରି ପ୍ରେରଣା ହିଁ ତାଙ୍କୁ ଅଭିନୟ ଜଗତକୁ ଟାଣିଆଣିଲା। ୨୦୦୭ ମସିହାରେ ସେ ପ୍ରଥମେ ଆସିଲେ ଅନୁଗୋଳର ‘ସୂର୍ଯ୍ୟ ଗଣନାଟ୍ୟ’କୁ। ଅବଶ୍ୟ ସେ ଯାତ୍ରାକୁ ଆସିବେ ବୋଲି କୌଣସି ସ୍ବପ୍ନ ଦେଖି ନ ଥିଲେ। ତେବେ ଦିନେ ତାଙ୍କ ଘରେ ଯାଇ ପହଞ୍ଚତ୍ଗଲେ ନାଟ୍ୟକାର ମନୋଜ ପଣ୍ଡା ଓ ଖଳନାୟକ ଦିବାକର। ସେତେବେଳେ ନୂଆକରି ‘ସୂର୍ଯ୍ୟ ଗଣନାଟ୍ୟ’ ଆରମ୍ଭ ହେଉଥାଏ। ସେମାନେ ଲିଜାଙ୍କୁ କହିଲେ ‘ସୂର୍ଯ୍ୟ ଗଣନାଟ୍ୟ’ରେ ଯୋଗ ଦେବାକୁ। ଅଭିନୟ ପ୍ରତି ତ ରୁଚିଥିଲା। ପୁଣି ତାଙ୍କ ଦ୍ୱାରା ଭଲ ଅଭିନୟ ବି ହେଉଥିଲା। ବାସ୍‌, ସେ ‘ସୂର୍ଯ୍ୟ ଗଣନାଟ୍ୟ’ରେ ଯୋଗଦେଲେ। ସେଇଠୁ ଚାଲିଛନ୍ତି ଯେ ଏବେ ଆସି ପହଞ୍ଚତ୍ନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ। ଇତିମଧ୍ୟରେ ଲିଜା ଯାତ୍ରା ଜଗତରେ ୧୨ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇ ସାରିଲେଣି। ‘ସୂର୍ଯ୍ୟ ଗଣନାଟ୍ୟ’ ପରେ ପରେ ସେ ‘ତାରାପୁର’, ‘ଧଉଳି’, ‘ପାର୍ବତୀ’, ‘ବିଶ୍ୱଦରବାର’, ‘ଗୌରୀ’, ‘କଳିଙ୍ଗ’ ଆଦି ଗଣନାଟ୍ୟରେ ଅଭିନୟ ସାରି ଚଳିତବର୍ଷ ଆସି ପହଞ୍ଚତ୍ଛନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଗାନ୍ଧୀ ଫେରୁଛନ୍ତି’, ‘ଲକ୍ଷେ ଟଙ୍କିଆ ବୋହୂ’, ‘ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ’, ‘ମୋ ଠିକଣା ମୋତେ ଅଜଣା’, ‘ଠିକଣା ହଜିଛି ଜଗା ଭାଇର’, ‘ମୋତେ ଭୁଲିଯିବୁ ତତେ ମୋ ରାଣ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଅପେରା ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘ମାୟାବିନୀ ମୌସୁମୀ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ଭିତିରି କଥା’ ଏବଂ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’।

ଯାତ୍ରା ଜଗତରେ ଲିଜା ଜଣେ ନେଗେଟିଭ୍‌ ନାୟିକା ଭାବରେ ଜଣାଶୁଣା। ଦର୍ଶକମାନେ ବି ତାଙ୍କୁ ପସନ୍ଦ କରିଛନ୍ତି। ତେବେ ତାଙ୍କର ପସନ୍ଦ ହେଉଛି ପଜିଟିଭ୍‌ ଭୂମିକା। ଚଳିତ ବର୍ଷ ତାଙ୍କୁ ସେ ସୁଯୋଗ ଦେଇଛନ୍ତି ଲୋକପ୍ରିୟ ନାଟ୍ୟକାର ତଥା ପରିଚାଳକ ବଙ୍କିମ୍‌ ସ୍ବାଇଁ। ‘ଭିତିରି କଥା’ ନାଟକରେ ସେ ସେହିଭଳି ଏକ ପଜିଟିଭ୍‌ ଭୂମିକାରେ ଆସିଛନ୍ତି ଯେଉଁଥିରେ ତାଙ୍କୁ ତାଙ୍କର ଦକ୍ଷତା ଦେଖେଇବାର ଭରପୂର ସୁଯୋଗ ମିଳିଛି। ଏଥିରେ ତାଙ୍କ ଚରିତ୍ରର ନଁା ହେଉଛି ‘ଦୀପିକା’।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ…

ମା’ ହେବାକୁ ଯାଉଛନ୍ତି ଦୀପିକା, ନୂଆ ଘରେ ରଣବୀରଙ୍କ ସହ ଆସିଲେ ନଜର

ମୁମ୍ବାଇ: ସୋମବାର ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ମୁମ୍ବାଇର ପଶ ବାନ୍ଦ୍ରା ଅଞ୍ଚଳରେ ଥିବା ସେମାନଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri