Posted inଜାତୀୟ

ସୂତାଖିଅରେ ସରକାର

ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ବିଧାୟକମାନେ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କର ଇସ୍ତଫାପତ୍ର ଗ୍ରହଣଯୋଗ୍ୟ ହୋଇ ନ ଥିବା ଦର୍ଶାଇ ଉପଯୁକ୍ତ ଭାବେ ପୁଣିଥରେ ପ୍ରଦାନ କରିବାକୁ ମଙ୍ଗଳବାର ବାଚସ୍ପତି କେ.ଆର୍‌. ରମେଶ କୁମାର ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବିଧାୟକମାନେ ମୁମ୍ବାଇରୁ ଗୋଆ ଯାଇଥିବାରୁ ଏହି ସଙ୍କଟ ଶୀଘ୍ର ଦୂର ହେବାର ଆଶା ଦିଶୁନାହିଁ। ଫଳରେ ଏଚ୍‌. ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ତେରମାସିଆ ମେଣ୍ଟ ସରକାରଙ୍କ ଭାଗ୍ୟ ସୂତାଖିଅରେ ଝୁଲିରହିଛି।
ପୂର୍ବରୁ କଂଗ୍ରେସର ୧୦ ଓ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେଇଥିବାବେଳେ ମଙ୍ଗଳବାର ଶିବାଜୀନଗରର ନିଲମ୍ବିତ ବିଧାୟକ ଆର. ରୋଶନ୍‌ ବାଇଗ୍‌ ପଦ ଛାଡ଼ି ଏହି ଅସନ୍ତୁଷ୍ଟ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଏନେଇ ବାଚସ୍ପତି କହିଛନ୍ତି, ରୋଶନ୍‌ଙ୍କ ଇସ୍ତଫାପତ୍ର ଯାଞ୍ଚ କରାଯିବ। ପୂର୍ବରୁ ୧୩ ବିଧାୟକଙ୍କ ମଧ୍ୟରୁ ୫ ଜଣ ନିୟମାନୁସାରେ ଉପଯୁକ୍ତ ଫର୍ମାଟରେ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେମାନେ ହେଲେ ଆନନ୍ଦ ସିଂ, ନାରାୟଣ ଗୌଡ଼ା, ପ୍ରତାପ ଗୌଡ଼ା ପାଟିଲ, ଗୋପାଲାଲୈଆ ଓ ରାମାଲିଙ୍ଗା ରେଡ୍ଡୀ। ଆନନ୍ଦ ସିଂ. ପ୍ରତାପ ଗୌଡ଼ା ଓ ନାରାୟଣ ଗୌଡ଼ାଙ୍କୁ ଆସନ୍ତା ୧୨ ତାରିଖ ଅପରାହ୍ନରେ ବ୍ୟକ୍ତିଗତ ହାଜିରା ପାଇଁ ପରାମର୍ଶ ଦିଆଯାଇଛି। ଏହି ଦିନ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୧୩ ଓ ୧୪ ତାରିଖ ଛୁଟି ପଡ଼ୁଛି। ତେଣୁ କେ. ଗୋପାଲାଲୈୟା ଓ ରାମାଲିଙ୍ଗା ରେଡ୍ଡୀଙ୍କ ଇସ୍ତଫାପତ୍ରର ବିଚାର ୧୫ ତାରିଖରେ କରାଯିବ। ଅବଶିଷ୍ଟ ୮ ବିଧାୟକ ୨୧ରେ ପୁନଃ ଇସ୍ତଫାପତ୍ର ଦେଇପାରିବେ। ୧୧ ତାରିଖରେ ଲିଖିତ ଭାବେ ନିଜ ଯୁକ୍ତି ଉପସ୍ଥାପନ ପାଇଁ ସେମାନଙ୍କୁ ରିମାଇଣ୍ଡର ଦିଆଯାଇଛି। ଡାକ ଯୋଗେ ସବୁକିଛି ସମ୍ଭବ ନୁହେଁ। ରୁଲ୍‌ ବୁକ୍‌ ଦେଖି ବରିଷ୍ଠଙ୍କ ପରାମର୍ଶ ନେବା ପରେ ବିଚାର କରାଯିବ। କାରଣ ଯେକୌଣସି ପଦକ୍ଷେପ ନିଆଯିବ ତାହା ଇତିହାସ ପାଲଟିବ। ଏଭଳି ସମୟରେ ସେ ଭୁଲ କରିବାକୁ ଚାହିଁବେ ନାହିଁ। ପର ପିଢ଼ି ତାଙ୍କୁ ଅଭିଯୁକ୍ତ ଭାବେ ଦେଖୁ ତାହା ସେ ଚାହାନ୍ତି ନାହିଁ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି। ସେପଟେ ମୁମ୍ବାଇରୁ ଗୋଆ ଯାଇଥିବା ବିଦ୍ରୋହୀ ବିଧାୟକମାନେ ଭାଜପାରେ ଯୋଗଦେବା ପାଇଁ ଧମକ ଦେଇଛନ୍ତି। ବିଧାୟକମାନଙ୍କୁ ଭାଜପା ବନ୍ଧୁକ ମୁନରେ ବନ୍ଦୀ ରଖିଛି ବୋଲି କଂଗ୍ରେସ ନେତା ଜମିର ଅହମ୍ମଦ ଅଭିଯୋଗ ଆଣିଛନ୍ତି। ସେମାନଙ୍କୁ ଛାଡ଼ି ଦିଆଗଲେ ବିଧାୟକମାନେ କଂଗ୍ରେସକୁ ଫେରିଆସିବେ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୨ ବିଧାୟକ ଶନିବାର ଓ ପୂର୍ବରୁ ଜଣେ ଇସ୍ତଫା ଦେଇଥିବାବେଳେ ଦୁଇ ସ୍ବାଧୀନ ସଦସ୍ୟ ଏଚ୍‌. ନାଗେଶ ଏବଂ ଆର୍‌. ଶଙ୍କର ସୋମବାର ସରକାରଙ୍କଠାରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିଥିଲେ। ଦୁଇ ସ୍ବାଧୀନ ବିଧାୟକଙ୍କ ସହ ଭାଜପା ପାଖରେ ୧୦୭ ସଦସ୍ୟଙ୍କ ସମର୍ଥନ ରହିଛି। ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୩। କଂଗ୍ରେସର ୧୧ ଏବଂ ଜେଡିଏସ୍‌ର ୩ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ ହେଲେ ମେଣ୍ଟ ବିଧାୟକଙ୍କ ସଂଖ୍ୟା ୧୦୨କୁ ଖସିଯିବ। ଶାସକ ଓ ବିରୋଧୀଙ୍କ ସଂଖ୍ୟା ସମାନ (ଟାଏ) ହେଲେ ବାଚସ୍ପତି ମଧ୍ୟ ଭୋଟ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri