ସୁସ୍ମିତାଙ୍କ ସହ ବ୍ରେକ୍‌ଅପ୍‌ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିକ୍ରମ

ମୁମ୍ବାଇ: ବଲିଉଡ୍‌ ପ୍ରେମ କାହାଣୀ ସବୁଠାରୁ ନିଆରା। ଏଠାରେ ନାୟିକାମାନଙ୍କର ନାଁ ସହ କେତେବେଳେ କାହା ନାଁକୁ ଯୋଡି ଦିଆଯାଇଥାଏ ତାହା ଅନୁମାନ କରିବା ମୁସ୍କିଲ। ଏମିତି ଏକ ନାଁ ହେଉଛି ବଲିଉଡ୍‌ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍‌। ଯଦିଓ ଆଜି ପର୍ଯ୍ୟନ୍ତ ସେ ସିଙ୍ଗଲ୍‌ ରହି ଯାଇଛନ୍ତି ତଥାପି ତାଙ୍କ ପ୍ରେମରେ ପାଗଳ ହୋଇଛନ୍ତି କେତେଜଣ ବଳିଉଡ୍‌ ସେଲିବ୍ରିଟି। ୧୯୮୨ରେ ବଲିଉଡରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିବା ବିକ୍ରମ ଭଟ୍ଟ ତାଙ୍କ କ୍ୟାରିୟର ପାଇଁ ଯେତିକି ଚର୍ଚ୍ଚିତ ତାହା ସହ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ତାଙ୍କୁ ୨୭ ବର୍ଷ ହୋଇଥିବା ବେଳେ ସେ ପଡିଥିଲେ ନାୟିକା ସୁସ୍ମିତା ସେନ୍‌ଙ୍କ ପ୍ରେମରେ। ଆଉ ସେତେବେଳେ ସୁସ୍ମିତାଙ୍କ ବୟସ ଥିଲା ମାତ୍ର ୨୦ ବର୍ଷ। ଉଭୟଙ୍କ ରିଲେସନଶିପ ପରେ ବିକ୍ରମ ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଥିଲେ ବୋଲି କୁହାଯାଏ। ହେଲେ ଏହାର କିଛିଦିନ ପରେ ସୁସ୍ମିତା ବି ତାଙ୍କ ଜୀବନରୁ ଦୂରେଇ ଯାଇଥିଲେ। ଆଉ ଏହି ବ୍ରେକ୍‌ଅପ୍‌ ପରେ ବିକ୍ରମ ନିଜକୁ ସମ୍ଭାଳି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଏକ ସାକ୍ଷାତ୍‌ କାରରେ କହିଥିଲେ। କେବଳ ସେତିକି ନୁହେଁ ଏହାପରେ ବିକ୍ରମଙ୍କ ଜୀବନରେ ଆସିଥିଲେ ମନିଷା ପଟେଲ। ହେଲେ ଏମାନଙ୍କ ପ୍ରେମ ସମ୍ପର୍କ ବି ବେଶିଦିନ ତିଷ୍ଠି ପାରି ନ ଥିଲା। ଆଉ ଶେଷରେ ସମ୍ପୂର୍ଣ୍ଣ ଏକେଲା ହୋଇଯାଇଥିଲେ ସହ ନିର୍ଦ୍ଦେଶକରୁ ବଲିଉଡ୍‌ର ହିଟ୍‌ ନିର୍ଦ୍ଦେଶକ ହୋଇ ସାରିଥିବା ବିକ୍ରମ ଭଟ୍ଟ। ଏକ ସାକ୍ଷାତ୍‌କାରରେ ସେ କହିଥିଲେ ତାଙ୍କ ଭୁଲ୍‌ ପାଇଁ ହିଁ ତାଙ୍କ ସାଂସାରିକ ଜୀବନ କଷ୍ଟକର ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri