Posted inଜାତୀୟ

ସୁସ୍ଥ ଅଛନ୍ତି ଶାହା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି। ସେ କହିଛନ୍ତି କିଛିଦିନ ହେବ କିଛି ଲୋକ ସୋସିଆଲ ମିଡିଆରେ ମୁଁ ଅସୁସ୍ଥ ଥିବା ଦର୍ଶାଉଥିବା ଦେଖାଯାଇଛି। ଏମିତିକି ମୋ ମୃତ୍ୟୁକୁ ନେଇ କିଛି ଲୋକ ଟୁଇଟରରେ ପ୍ରାର୍ଥନା କରିଥିବା ଦେଖାଯାଇଛି। ହେଲେ ଦେଶ ଏବେ କରୋନା ମହାମାରୀ ସହ ଲଢୁଥିବା ବେଳେ ଏସବୁ ଦିଗ ପ୍ରତି ମୁଁ ଧ୍ୟାନ ଦେଇ ନ ଥିବା କହିଛନ୍ତି ଶାହା। ବରଂ ଏମିତି କେତେକ ଲୋକେ ତାଙ୍କ କାଳ୍ପନିକ ଦୁନିଆରେ ବ୍ୟସ୍ତ ଅଛନ୍ତି ବୋଲି ସେ ଧରି ନେଇଥିଲେ ବୋଲି ପ୍ରକାଶ କରିଛନ୍ତି। ହେଲେ ମୋ ଦଳର ଲକ୍ଷ ଲକ୍ଷ କର୍ମୀ ଓ ମୋ ଶୁଭଚିନ୍ତକ ଏହାକୁ ନେଇ ଖୁବ୍‌ ଚିନ୍ତାରେ ପଡିଯାଇଛନ୍ତି। ତେଣୁ ସେମାନଙ୍କ ଚିନ୍ତାକୁ ମୁଁ ଅଣଦେଖା କରି ନ ପାରି ସ୍ପଷ୍ଟ କରୁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଶନିବାର ଏକ ବିବୃତ୍ତି ଜାରି କରି ଶାହା ଏହା ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଶାହାଙ୍କ ସ୍ବାସ୍ଥ୍ୟକୁ ନେଇ ଫେକ୍‌ ଟୁଇଟ୍‌ କରିଥିବା ୪ ଜଣଙ୍କୁ ଅହମଦାବାଦ ପୋଲିସ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌...

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର...

ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ…

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର...

ଏଏପିକୁ ଝଟ୍‌କା, ସିସୋଦିଆଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri