Posted inଖେଳ

‘ସୁରକ୍ଷିତ ପରିବେଶ’ ରେ ଭାରତୀୟ ହକିର ଅଲିମ୍ପିକ ପ୍ରସ୍ତୁତି

ବେଙ୍ଗାଲୁରୁ, ୨୨।୩ (ପି.ଟି.) – ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସ ସତ୍ତ୍ୱେ ଭାରତୀୟ ହକି ଦଳ ‘ସୁରକ୍ଷିତ ପରିବେଶ’ରେ ଆଗାମୀ ଅଲିମ୍ପିକ୍ସ ପାଇଁ ସେମାନଙ୍କ ପ୍ରସ୍ତୁତି ଚଳାଇଛନ୍ତି। ସ୍ଥାନୀୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟର ପରିସରରେ ଆଇସୋଲେଶନରେ ରହି ଭାରତର ଉଭୟ ମହିଳା ଓ ପୁରୁଷ ହକି ଖେଳାଳି ଟୋକିଓ ଅଲିମ୍ପିକ୍ସପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଭାରତୀୟ ଖେଳାଳି ଏଠାରେ ଅଭ୍ୟାସ କରୁଥିବାରୁ ସାଇ ସେଣ୍ଟରକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ଏଥିସହ ସେଣ୍ଟର ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ‘କରୋନା ଭାଇରସ ଆମର ଅଭ୍ୟାସ ସେସନକୁ ପ୍ରଭାବିତ କରିପାରିବ ନାହିଁ। ଆମେ ନିୟମିତ ଅନ୍ତରରେ ହାତ ଧୋଉଛୁ ଏବଂ ଆମ ଖେଳାଳିଙ୍କ ତାପମାତ୍ରାକୁ ମଧ୍ୟ ଚେକ୍‌ କରାଯାଉଛି। ଆମେ ଏକ ସୁରକ୍ଷିତ ପରିବେଶରେ ଅଭ୍ୟାସ କରୁଥିବା ନେଇ ସାଇ ପରିସରରେ ରହିଥିବା କ୍ରୀଡ଼ା ଅଧିକାରୀ କହୁଛନ୍ତି। ସାଇ ଓ ଆମ କୋଚ୍‌ଙ୍କ ସମର୍ଥନ ପାଇ ଆମେ ଅଲିମ୍ପିକ ଲାଗି କଠିନ ପରିଶ୍ରମ କରୁଛୁ’ ବୋଲି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନ୍‌ପ୍ରୀତ୍‌ ସିଂ କହିଛନ୍ତି। ସେହିଭଳି ଏକ ‘ସୁରକ୍ଷିତ ପରିବେଶ’ରେ ଅଭ୍ୟାସ କରିବାର ସୁଯୋଗ ପାଇଥିବାରୁ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଭାଗ୍ୟବାନ ମଣିଛନ୍ତି। ‘ସାଇ କ୍ୟାମ୍ପସ୍‌ ପରିସରରେ ଏଭଳି ସୁବିଧା ସୁଯୋଗ ପାଇଥିବାରୁ ଆମେ ବହୁତ ଭାଗ୍ୟଶାଳୀ। ଏଠାରେ ରହିଥିବା ସମସ୍ତ ଖେଳାଳି କଠିନ ପରିଶ୍ରମ କରୁଛନ୍ତି। ତେଣୁ ହକି ଟିମ୍‌ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଜାରି ରଖିବ। ଆମର ସ୍ବାସ୍ଥ୍ୟକୁ ପ୍ରତିଦିନ ଚେକ୍‌ କରାଯାଉଛି। ଆବଶ୍ୟକୀୟ ସମସ୍ତ ସାବଧାନତା ଆମେ ଅବଲମ୍ବନ କରୁଛୁ। ଆମର ମୁଖ୍ୟ ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସରେ କିଭଳି ଭଲ ପ୍ରଦର୍ଶନ କରିପାରିବୁ ସେଥିନେଇ ସାଇ ଅଧିକାରୀ ସର୍ବଦା ସାହାଯ୍ୟ କରୁଛନ୍ତି’ ବୋଲି ରାଣୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଟୋକିଓ ଅଲିମ୍ପିକ୍ସର ପୁରୁଷ ବିଭାଗ ହକିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ସେହିଭଳି ରାଣୀଙ୍କ ଦଳ ନେଦରଲାଣ୍ଡ୍ସ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ୍‌ ଖେଳିବ। ଉଭୟ ମ୍ୟାଚ୍‌ ଜୁଲାଇ ୨୫ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri