ସୁବର୍ଣ୍ଣପୁରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ସୋନପୁର,୫।୬(ନି.ପ୍ର.)-ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ସୁବର୍ଣ୍ଣପୁରର ବିଭିନ୍ନ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି । ଏଥିପାଇଁ ସହରର ଗଡଭିତର ଜଗନ୍ନାଥ ମନ୍ଦିର, ଘୋଡାଘାଟପଡାର ଦଧିବାମନ ମନ୍ଦିର ଓ ରାୟଗୁରୁପଡାର ବୃନ୍ଦାବନବିହାରୀ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳେ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ନିଆ ଯାଇଥିଲା । ମନ୍ଦିରର ପୂଜକମାନେ ଚନ୍ଦନ, ଖୁଆ, କର୍ପୂର ଓ କେଶର ଇତ୍ୟାଦି ସୁଗନ୍ଧ ମିଶ୍ରିତ ୧୦୮ କଳସ ଜଳରେ ବିଧି ଅନୁଯାୟୀ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ପରେ ନୀତି ଅନୁସାରେ ପୂଜା ହେବା ସହିତ ବାଳଭୋଗ ଲାଗିଥିଲା । କରୋନା କଟକଣା ଯୋଗୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ବଳ୍ପ ସଂଖ୍ୟକ ଭକ୍ତ ଆରତି ସମୟରେ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ଅନ୍ନଭୋଗ ଲାଗିଥିଲା । ତେବେ ସ୍ନାନ ପରେ ଠାକୁର ଜ୍ୱରରେ ପଡିବାରୁ ସେମାନଙ୍କୁ ଅଣସର ଘରକୁ ନିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?