ସୁବର୍ଣ୍ଣପୁର ଜିଲା: ୬୬୯ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ସୋନପୁର,୧୩।୫(ନି.ପ୍ର.) – ସୁବର୍ଣ୍ଣପୁର ଜିଲାରୁ ପ୍ରତ୍ୟହ କରୋନା ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ଭୁବନେଶ୍ୱର ପଠାଯାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍‌ ସନ୍ଦିଗ୍ଧଙ୍କଠାରୁ ସ୍ବାବ୍‌ ସଂଗ୍ରହ କରି ଏକ ସ୍ବତନ୍ତ୍ର ଗାଡିରେ ସବୁ ନମୁନା ପ୍ୟାକିଂ କରି ଭୁବନେଶ୍ୱରସ୍ଥିତ ପରୀକ୍ଷାଗାରକୁ ପଠାଉଛନ୍ତି। ଜିଲାରୁ ମୋଟ ୮୫୧ଟି ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଯାଇଥିଲା। ସେଥି ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୬୬୯ଟି ନମୁନାର ରିପୋର୍ଟ ଆସିଛି। ସମସ୍ତ ନମୁନା ନେଗେଟିଭ୍‌ ଆସିଛି। ବଳକା ୧୮୨ ନମୁନାର ରିପୋର୍ଟ ଆସିନାହିଁ। ବର୍ତ୍ତମାନ ସୁଦ୍ଧା ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସୁବର୍ଣ୍ଣପୁର ଜିଲାକୁ ସରକାର ଗ୍ରୀନ୍‌ ଜୋନ୍‌ ତାଲିକାଭୁକ୍ତ କରିଛନ୍ତି। ତେବେ ନିକଟରେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଓ ମହାରାଷ୍ଟ୍ରରୁ ୨୩୦ଜଣ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେଥିମଧ୍ୟରୁ ୧୪୩ ପ୍ରବାସୀ ଶ୍ରମିକ ବିଭିନ୍ନ ବ୍ଲକର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଅନ୍ୟ ୮୭ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ପ୍ରବାସୀଙ୍କ ସ୍ବାବ୍‌ ରିପୋର୍ଟ କ’ଣ ଆସୁଛି, ଜିଲା ଗ୍ରୀନ୍‌ ଜୋନ୍‌ରେ ରହିବ କି ନାହିଁ ତାହା ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri