ସୁବର୍ଣ୍ଣପୁର ଜିଲା ହେଲା କରୋନା ମୁକ୍ତ: ସମସ୍ତ ୨୯ ସଂକ୍ରମିତ ସୁସ୍ଥ

ସୋନପୁର,୧୩।୬(ନି.ପ୍ର.)-ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ଖୁସି ଖବର । ଏହି ଜିଲା କରୋନା ମୁକ୍ତ ହୋଇଥିବା ଜିଲାପାଳ ମୋନିଷା ବାନାର୍ଜୀ କହିଛନ୍ତି । ଆଇଟିଆଇସ୍ଥିତ ଜିଲା ଅସ୍ଥାୟୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଶନିବାର ଡିସ୍‌ଚାର୍ଜ ହୋଇଛନ୍ତି । ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ବୁଧବାର ସନ୍ଧ୍ୟାରେ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଜିଲାର ସମସ୍ତ ୨୯ ସଂକ୍ରମିତ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିବାରୁ କୋଭିଡ ହସ୍ପିଟାଲର ୨୦୦ ଶଯ୍ୟା ଏବେ ଖାଲି ପଡିଛି ।
ଏହି ଜିଲାରେ ମେ ୨୬ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧରେ ୨୬ ବର୍ଷୀୟ ଯୁବକଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଗୋଟିଏ ଦିନ ପରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାର ଏକ ସପ୍ତାହ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯ରେ ପହଞ୍ଚତ୍ ଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ସହିତ ଡାକ୍ତର, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ବି ଥିଲେ । ଯାହାକି ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେବେ ସମସ୍ତ ଆକ୍ରାନ୍ତ ଜିଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ଖୁସି ଖବର ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲୀପ କୁମାର ପଣ୍ଡା । ଜିଲା କରୋନା ମୁକ୍ତ ହୋଇ ଥିବାରୁ କୋଭିଡ ହସ୍ପିଟାଲର ପ୍ରାଧିକୃତ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବିଶେଷଜ୍ଞ, ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏବେ ଜିଲାବାସୀ ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାରେ ୯୯.୫% ନମ୍ବର ରଖି ସଫଳତା ପାଇଲେ କୁନ୍ତୀ, ଚାରିଆଡୁ ଆସୁଛି ଶୁଭେଚ୍ଛା

ଅମରପାଲି/ବୀରମହାରାଜପୁର,୨୧।୫ (ପୀତାମ୍ବର ସାହୁ/ଯୁଗଳ କିଶୋର ମିଶ୍ର ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷା ବୁଧବାର ପ୍ରକାଶ ପାଇଛି ।…

କର୍ଡାପାଲରେ ସରକାରୀ ଜମି ଜବରଦଖଲ: ଗୋଚର ଓ ଚାରଣ ଜମି ଉଚ୍ଛେଦ ଦାବିରେ…

ଅମରପାଲି, ୨୦।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର କର୍ଡାପାଲ ଗ୍ରାମରେ ସରକାରୀ ଗୋଚର ଓ ଚାରଣ ଜମି ଜବରଦଖଲ ହୋଇଥିବା…

୨୦ରେ ଔଷଧ ଦୋକାନ ବନ୍ଦ, ଜାଣନ୍ତୁ କ’ଣ ପାଇଁ…

ସୋନପୁର,୧୯।୫(ମୃତ୍ୟୁଞ୍ଜୟ ଶତପଥୀ): ବିଭିନ୍ନ ଦାବି ନେଇ ଆସନ୍ତା ୨୦ ତାରିଖରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ସର୍ବଭାରତୀୟ ଔଷଧ ଦୋକାନ ବନ୍ଦ ଆନ୍ଦୋଳନକୁ ସୁବର୍ଣ୍ଣପୁର ଜିଲା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ବୀରମହାରାଜପୁରରେ ପେଟ୍ରୋଲ-ଡିଜେଲ ଅଭାବ; ଅଧା ପମ୍ପ ବନ୍ଦ, ଅଧାରେ ଲମ୍ବା ଲାଇନ୍

ଅମରପାଲି,୧୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଅଞ୍ଚଳରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେବାରୁ ସ୍ଥାନୀୟ ଜନଜୀବନରେ ଭାରୀ ପ୍ରଭାବ ପଡ଼ିଛି। ଅନେକ ପେଟ୍ରୋଲ ପମ୍ପ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ବନ୍ଦ ଅଛି କୁଞ୍ଜାମହୁଲ ପ୍ରାଥମିକ ବିଦ୍ୟାଳୟ: ପୁନଃ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଅମରପାଲି, ୧୩।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟରର କୁଞ୍ଜାମହୁଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ଦିନ ହେବ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri