ସୁନ୍ଦରଗଡ଼ରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ

ସୁନ୍ଦରଗଡ଼, ୧୫।୧ (ଡି.ଏନ୍‌.ଏ.)- ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନ ହେବା ପର୍ଯ୍ୟନ୍ତ ଓକିଲଙ୍କ ଆନ୍ଦୋଳନ ଚାଲୁ ରହିବ। ମଙ୍ଗଳବାର ସୁନ୍ଦରଗଡ଼ଠାରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଶୋକ କୁମାର ଦାଶ ଏହା ପ୍ରକାଶ କରିଛନ୍ତି। ୩୧ ତାରିଖ ଯାଏ ସାମଗ୍ରିକ ଭାବେ ଏହି ଆନ୍ଦୋଳନ ଚାଲୁ ରହିବା ସହ ସ୍ଥାନୀୟ କ୍ଷେତ୍ରରେ ଓକିଲ ସଂଘର ସଭାପତିମାନେ ବିଚାର କରି ଆନ୍ଦୋଳନ କିଭଳି ଆଗକୁ ନେଇ ହେବ ସେ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସୁପ୍ରିମ କୋର୍ଟକୁ ଯେଉଁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ଓ ସୁପ୍ରିମ କୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ଆମେ ଏ ସମ୍ପର୍କରେ ସୁପ୍ରିମ କୋର୍ଟକୁ ଜଣାଇବୁ। ସୁପ୍ରମକୋର୍ଟ ଆମକଥା ଶୁଣି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପଥ ସୁଗମ କରିବେ ବୋଲି ଆମେ ଆଶା ପ୍ରକାଶ କରୁଛୁ। ଆନ୍ଦୋଳନରତ ଓକିଲମାନଙ୍କର ଲାଇସେନ୍ସ ବାତିଲ କରିବା ଅଧିକାର କୌଣସି ଓକିଲମାନଙ୍କର ନାହିଁ। ଆମକୁ କାରଣ ଦର୍ଶାଅ ନୋଟିସ ପରେ ଆମେ ଏହାର ଜବାବ ଦେବୁ। ଅତୀତରେ ବହୁତ ଥର ବାର କାଉନସିଲ ଅଫ୍‌ ଇଣ୍ଡିଆ ଆମକୁ ନୋଟିସ ଦେଇଛି ଆମେ ତାର ଜବାବ୍‌ ଦେଇଛୁ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଏ ବୈଠକରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସହ ଆବାହକ ସୁରେଶ୍ୱର ମିଶ୍ର, ରଘୁମଣି ପଟେଲ, ସତ୍ୟ ନାରାୟଣ ପଣ୍ଡା, ପ୍ରମୋଦ ଦାଶ, ନିରଞ୍ଜନ ତ୍ରିପାଠୀ, ସମ୍ବଲପୁର ଜିଲା ଓକିଲ ସଂଘ ସଭାପତି ବିଜିୟେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ଜିଲା ଓକିଲ ସଂଘ ସଭାପତି ଦୁଷ୍ମନ୍ତ ନାଏକ, ସମ୍ପାଦକ ଅଶୋକ କୁମାର ସ୍ବାଇଁ, ନିମାଇଁ ନାଏକ, ଝାରସୁଗୁଡା ଓକିଲସଂଘର ସ୍ନ୍‌ୀପ ଅଗସ୍ତି, କୁଚିଣ୍ଡା ସଂଘର ପ୍ରମୋଦ ଛୁରିଆ, ରାଜଗାଙ୍ଗପୁର ସଭାପତି ଲବୀନ୍ଦ୍ର ବେହେରା, ପଦ୍ମପୁର ସଂଘର କିଶୋର ମୋହନ, ବରପାଲି ସଂଘର ସଭାପତି ବକ୍ତବ୍ୟ ରଖି ଆନ୍ଦୋଳନର ରୂପରେଖ ସମ୍ପର୍କରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ ଓକିଲ ସଂଘର କିଶୋର ନାଏକ, ସ୍ବରାଜ ପଟେଲ, ନରେଶ ନାଏକ, ଉମାଶଙ୍କର ପଟେଲ, ପ୍ରେମ କୁମାର, ପ୍ରତିମା ମିଶ୍ର, ବୁଦ୍ଧଦେବ ନାଏକ, ସୁକାନ୍ତ ପାଣିଗ୍ରାହୀ, ସୁବୋଧ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri