ସୁନା ଚେନ୍‌ ଲୁଟ୍‌ ଘଟଣା, ୪ ଗିରଫ: ୬ ସୁନା ଚେନ, ଏକ ଅଟୋ, ବାଇକ୍‌ ଜବତ

ଫୁଲନଖରା,୧୯।୭(ଡି.ଏନ୍‌.ଏ.)- କଟକ ସଦର ପୋଲିସ ଫୁଲନଖରା ଓଭରବ୍ରିଜଠାରୁ ଗୋପାଳପୁର ମଧ୍ୟରେ ନିୟମିତ ରାସ୍ତାରେ ସୁନାଚେନ ଚୋରି କରୁଥିବା ଦୁଇ ଲୁଟେରାଙ୍କୁ ଓ ଚୋରି ସୁନା କିଣୁଥିବା ଦୁଇ ଦୋକାନୀଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିିିଛି। ସେମାନେ ହେଲେ ବାରଙ୍ଗ ଥାନା ଜୟପୁର ସାମଲ ସାହିର ଆଲୋକ ସାମଲ(୨୪), ବିକାଶ ନାୟକ ଓରଫ ଅନୁ(୨୨), ପ୍ରଶାନ୍ତ ନାୟକ ଓରଫ ବାଟୁଆ(୩୭) ଓ ଭଦ୍ରକ ଧାମନଗର ଅଞ୍ଚଳର ଆଶିଷ କୁମାର ସାହୁ(୩୨)। ପୋଲିିସ ସେମାନଙ୍କଠାରୁ ୪୦ଗ୍ରାମ ଓଜନର ୬ଟି ସୁନାଚେନ, ଗୋଟିଏ ଓଡି ୦୫ ଏସି ୫୩୦୦ନଂ ବିଶିଷ୍ଟ ଅଟୋ, ଓଡି ୦୫ଏମ ୭୪୬୩ ନଂ ବିଶିଷ୍ଟ ଏକ କଳାରଙ୍ଗର ପଲସର ବାଇକ ଓ ୩ଟି ମୋବାଇଲ ଫୋନ ଜବତ କରିଛି। ଏ ନେଇ ଥାନାରେ ନଂ ୩୦୪/୨୦୧୯ରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଗତ ସୋମବାର ଜଗତ୍‌ସିଂହପୁର ତିର୍ତ୍ତୋଲ ଥାନା ଅନ୍ତର୍ଗତ ତନରା ଗ୍ରାମର ଧ୍ରୁବଚରଣ ଓଝା ନିଜ ସ୍କୁଟିରେ ସ୍ତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କଟକ ଫେରୁଥିଲେ। ଆଲୋକ ଓ ଅନୁ ପୂର୍ବରୁ ବାଇକରେ ତାଙ୍କର ପିଛାକରି ଫୁଲନଖରା ଛକ ଓଭରବ୍ରିଜ ଉପରୁ ଧ୍ରୁବଙ୍କ ସ୍ତ୍ରୀଙ୍କ ବେକରୁ ସୁନାଚେନ ଝାମ୍ପିବା ପାଇଁ ଉଦ୍ୟମ କରୁଥିବାବେଳେ ସେ ଲୁଟେରାଙ୍କ ଟି-ଶାର୍ଟକୁ ଧରି ଟାଣିଦେଇଥିଲେ। ଫଳରେ ଉଭୟେ ରାସ୍ତାରେ ପଡିଯାଇଥିଲେ। ଏହି ସମୟରେ ଦମ୍ପତିଜଣଙ୍କ ପାଟିକରିବାରୁ ଲୁଟେରାଦ୍ୱୟ ଚେନ ଲୁଟି ବ୍ରିଜ ଉପରୁ ତଳକୁ ଡେଇଁ ପଡିଥିଲେ। ସେଠାରୁ ଆଲୋକ ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଲୋକେ ଅନକୁ କାବୁ କରି ପୋଲିସକୁୁ ଖବର ଦେଇଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଅନୁକୁ ଥାନାକୁ ନେଇ ପଚରାଉୁଚରା କରିବା ପରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗୁରୁବାର ଧରିବାରେ ସକ୍ଷମ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?