ସୁନନ୍ଦାଙ୍କ ବାସଭବନ ହେବ ସ୍ମୃତି ସଦନ: ପୁରୀ ଘର ଦେଖିଲେ ସଂସ୍କୃତି ବିଭାଗ ଅଧିକାରୀ

ପୁରୀ ଅଫିସ,୧୯ା୨:ଓଡ଼ିଶାର ପ୍ରଥିତଯଶା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ଭାରତୀୟ ସଙ୍ଗୀତ ଦୁନିଆର ମହାନ୍‌ ପ୍ରତିଭା ଡ. ସୁନନ୍ଦା ପଟ୍ଟନାୟକଙ୍କ ବଳିଆପଣ୍ଡା ଦାମୋଦର ରୋଡ଼ସ୍ଥିତ ବାସଭବନକୁ ସ୍ମୃତି ସଦନ ଭାବେ ବିକଶିତ କରାଯିବ। ତାଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ଗ୍ୟାଲେରିରେ ସଂରକ୍ଷିତ କରି ରଖାଯିବ। ସୁନନ୍ଦାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ଅନେକ କାର୍ଯ୍ୟକ୍ରମ କରିବାକୁ ଘୋଷଣା କରିଛନ୍ତି। ସେହି ଅନୁଯାୟୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇଛି।
ସୋମବାର ବିଭାଗର ଅଧିକାରୀମାନେ ପୁରୀରେ ଥିବା ସୁନନ୍ଦାଙ୍କ ଘର ପରିଦର୍ଶନ କରିଛନ୍ତି। ଘରଟି ଏବେ ପରିତ୍ୟକ୍ତ ହୋଇପଡ଼ିିଛି। ବାହାର ପାଚେରି ଏବଂ ଘରର କେତେକ ଅଂଶ ଭାଙ୍ଗି ଗଛ ଉଠିଯାଇଛି। ବାହାର ଗ୍ରୀଲ ଖୋଲାଥିବାବେଳେ ୨ଟି ବଖରାରୁ ଗୋଟିଏରେ ତାଲା ପଡ଼ିଛି। ଛାତ ଉପର ଶିଡ଼ି କବାଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏସବୁକୁ ଦେଖି ଅଧିକାରୀମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେହିପରି ଆସନ୍ତା ୨୦ ତାରିଖରେ ଅଧିକାରୀମାନେ ତାଙ୍କ କଟକ ବାସଭବନ ପରିଦର୍ଶନରେ ଯିବେ ବୋଲି ଜଣାପଡ଼ିିଛି। ଦୁଇଟିଯାକ ବାସଭବନ ବୁଲିବା ପରେ ସେମାନେ ବିଭାଗୀୟ ଶାସନ ସଚିବଙ୍କୁ ରିପୋର୍ଟ ଦେବେ। ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ସୋମବାର ପୁରୀ ଆସିଥିବା ଅଧିକାରୀଙ୍କ ମଧ୍ୟରେ ରାଜ୍ୟ ସଂଗ୍ରହାଳୟର କ୍ୟୁରେଟର ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ସୁଚିସ୍ମିତା ମନ୍ତ୍ରୀ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଦୀପ କୁମାର ଦାସ, ସଂଗ୍ରହାଳୟର ଏମ୍‌. ସଞ୍ଜୀବ କୁମାର ସାମିଲ ଥିଲେ। ସେମାନଙ୍କ ସହିତ ସୁନାବେଶ ଭଜନ ସମାରୋହ ସମିତି ସାଧାରଣ ସମ୍ପାଦକ ମନୋଜ କୁମାର ଦାସମହାପାତ୍ର, ଅଭିନନ୍ଦିନିକା ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ଉପସ୍ଥିତ ଥିଲେ।
ସୂଚନାଥାଉ କି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସୁନନ୍ଦାଙ୍କୁ ସଙ୍ଗୀତ ସାଧନା ପାଇଁ ପୁରୀରେ ପ୍ରାୟ ୨ ଏକର ଜମି ପ୍ରଦାନ କରିଥିଲେ। ସୁନନ୍ଦାଙ୍କ ବିୟୋଗ ପରେ ପୁରୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକାଧିକ ଦାବି ରଖାଯାଇଥିଲା। ସୁନନ୍ଦାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ, ପୁରୀ ବାସଗୃହକୁ ଜବରଦଖଲ ମୁକ୍ତ କରି ସରକାର ତାହାକୁ ସଙ୍ଗୀତ ସ୍ମାରକୀ ଘୋଷଣା କରିବା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ତାଙ୍କ ନାମରେ ଚେୟାର ପ୍ରତିଷ୍ଠା କରାଯିବା ଆଦି ଦାବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri