ସୁଗମ ହେବ ଏମ୍‌ଏସ୍‌ଏମ୍‌ଇକୁ ଋଣ ଯୋଗାଣ

ନୂଆଦିଲ୍ଲୀ,୯-୨: ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ଋଣ ଯୋଗାଣ ଧାରା ସୁଗମ ହେବ। ଯଦି ବିନା କୌଣସି କାରଣରେ ବ୍ୟାଙ୍କଗୁଡିକ ଏମ୍‌ଏସ୍‌ଏମ୍‌ଇଙ୍କୁ ଋଣ ଯୋଗାଣ ନେଇ ଅଗ୍ରାହ୍ୟ କରୁଥାନ୍ତି ତେବେ ଏହା ବିରୋଧରେ ସଂସ୍ଥାଗୁଡିକ ଅଭିଯୋଗ କରିପାରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଏ ନେଇ ସୂଚନା ଦେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ଲାଗି ଏକ ସ୍ବତନ୍ତ୍ର ସେଣ୍ଟର ଆଣିବା ଲାଗି ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଏହି ସେଣ୍ଟରରେ ଅଭିଯୋଗ କରାଯାଇ ପାରିବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। ସରକାର ଶୀଘ୍ର ଏହି ସେଣ୍ଟର କାର୍ଯ୍ୟକାରୀ କରାଇବେ ବୋଲି ସେ କହିଛନ୍ତି।
ଏମ୍‌ଏସ୍‌ଏମ୍‌ଇ ଅଭିଯୋଗର ଏକ କପିକୁ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ପଠାଇ ପାରିବେ। ବଜେଟରେ ଏମ୍‌ଏସ୍‌ଏମ୍‌ଇ ଲାଗି ହୋଇଥିବା ବିଭିନ୍ନ ଘୋଷଣା ମଧ୍ୟରେ ଏହା ସାମିଲ ରହିଛି। ଋଣ ଯୋଗାଣ ଧାରା ତ୍ୱରାନ୍ବିତ କରିବା, ଋଣ ପୁନର୍ଗଠନ ନେଇ ପଦକ୍ଷେପ ନିଆଯାଇଛି। ଏହା ପରେ ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ଯୋଜନାର ଶେଷ ସମୟ ସୀମାକୁ ଚଳିତ ବର୍ଷ ଡିସେମ୍ବର ଯାଏ ବଢାଇଛି। ଦେଶର ଅର୍ଥ ବ୍ୟବସ୍ଥାକୁ ଏମ୍‌ଏସ୍‌ଏମ୍‌ଇର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏମ୍‌ଏସ୍‌ଏମ୍‌ଇ ଜିଡିପିକୁ ୨୮% ଏବଂ ରପ୍ତାନି କ୍ଷେତ୍ରରେ ୪୦% ଯୋଗଦାନ ରଖଛନ୍ତି। ଏହି କ୍ଷେତ୍ର ୧୧ କୋଟି ଲୋକଙ୍କୁ ନିଯୁକ୍ତି ଯୋଗାଇଛି। ଅର୍ଥ ବ୍ୟବସ୍ଥାକୁ ଏହି କ୍ଷେତ୍ରର ଅବଦାନ ମହତ୍ୱପୂର୍ଣ୍ଣ ବୋଲି ରିଜର୍ଭ ବ୍ୟାଙ୍କ ନିକଟରେ ମତ ରଖିଛି। ସମ୍ପତ୍ତି ସୃଷ୍ଟି ଏବଂ ଭିତ୍ତିଭୂମିରେ ନିବେଶକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଥିବା ସୀତାରାମନ କହିଛନ୍ତି। ବେପରୁଆ ହୋଇ ଋଣ ପ୍ରଦାନ ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ପଡିଛି। ଏନ୍‌ପିଏ ଅହେତୁକ ବଢିଥିବା ବେଳେ ଏହାକୁ ସୁଧାରିବା ଲାଗି ଅନେକ ଦିନ ଲାଗି ଗଲା। ମାତ୍ର ଏବେ ମଧ୍ୟ ଦେଶର ଅର୍ଥବ୍ୟବସ୍ଥାର ମୌଳିକ ଢାଞ୍ଚା ଦୃଢ ରହିଥିବା ସୀତାରାମନ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri