ସୁଆସ୍‌ତିଅ ସେବାରୁ ବଁଚିତ୍‌ ୩ ଗରଭ୍‌ବତୀ ମହିଲା

 

ପର୍ଲା, ୭ା୧୨ (ଡି.ଏନ.ଏ.)-
ସରକାର ଗରଭ୍‌ବତୀ, ପ୍ରସୂତି ଆର ଛୁଆକର ଲାଗି ଅନେକ ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନେଉଛନ୍‌। ଇଥିରଲାଗି ଗଁାଗଁାରେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲିଛନ୍‌। ସେନ୍‌ତା ଗଁାରେ ଆଶା କରମୀ ଆର ପଁଚେତ୍‌ ସ୍ତରରେ ସୁଆସ୍‌ତିଅ କରମୀ କାଯ୍‌ କରୁଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ କରମ୍‌ଚାରୀକଁର ଖାମ୍‌ଖିଆଲି ମନଭାବ ଲାଗି ଗରଭ୍‌ବତୀ, ପ୍ରସୂତି ମହିଲାମାନେ ସୁଆସ୍‌ତିଅ ସେବା ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ପଁଚେତ୍‌ ପଲସପାଣି ଗଁାରେ।
ସୂଚନା ଅନ୍‌ସାରେ ପଲସପାଣି ଗଁାର ୩ ଝନ୍‌ ମହିଲା ସରିତା ଦୂରିଆ(୨୬), ଧରିତ୍ରୀ କୋଟା(୨୦), ବାସନ୍ତି ନାଏକ(୨୫) ଗରଭ୍‌ବତୀ ଥିଲାବେଲେ ସୁଆସ୍‌ତିଅ ସେବାରୁ ବଁଚିତ୍‌ ହେଇ ରହିଛନ୍‌। ଗଁାରେ କେହି ମହିଲା ଗରଭ୍‌ଧାରନ କଲେ ପାସର ଅଙ୍ଗନଓ୍ବାଡି କେନ୍ଦ୍ରରେ ତାକର ନଁା ଲେଖାଯିବାର ବେବସ୍‌ତା ରହିଛେ। ହେଲେ ଦୁଖର କଥା ସରିତା ଦୂରିଆ ଗରଭ୍‌ଧାରନ କରବାର ଆଏଜ୍‌କେ ୫ ମାସ ବିତିଯାଇଥିଲେ ବି ସବୁ ପରକାର ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଗଁାର ଧରିତ୍ରୀ କୋଟା (୩ ମାସ) ଆର ବାସନ୍ତୀ ନାଏକ (୫ ମାସ) ଗରଭ୍‌ଧାରନ୍‌ କରବାର ବିତିଯାଇଥବଲେ ବି ସୁଆସ୍‌ତିଅ ସେବାରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌। ଥାନୀଅ ଅଙ୍ଗନଓ୍ବାଡି କରମୀ ଆର ଏଏନ୍‌ଏମକଁର ଖାମ୍‌ଖିଆଲି ମନଭାବ ଲାଗି ଇ ଗରଭ୍‌ବତୀ ମହିଲାମାନେ ସୁଆସ୍‌ତିଅ ସେବା ପାଏବାରୁ ବଁଚିତ୍‌ ହେଇଛନ୍‌ ବଲି ଗଁାର ଟଙ୍କଧର ଖମାରି, ଖଲେନ୍ଦ୍ର ପୋଟା, ସୁସାନ୍ତ ଦୂରିଆ, ଦିଲୀପ ଦୁରିଆ ପରମୁଖ ଅଭିଯୋଗ କରବାର ସଂଗେ ତାକର ବିରୋଧ୍‌ନେ କଡ଼ା ପଦକ୍ଷେପ ନେବାକେ ଦାବି କରିଛନ୍‌। ଇ ବାବ୍‌ଦେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ସଞ୍ଜୀବ କୁମାର ନାଏକକୁଁ ପଚରାଲରୁ ଘଟନାର ତଦଁତ୍‌ କରି ଯେତେ ଜଲଦି ହେବା ସେବା ଯୁଗେଇ ଦିଆଯିବା ବଲି ସେ କହିଥିଲେ। ଅଙ୍ଗନଓ୍ବାଡି କରମୀକୁଁ ପଚରାଲରୁ ଗରଭ୍‌ଧାରନ ବାବ୍‌ଦେ ଆମ୍‌କୁ ସୂଚନା ଦେଲେ ସିନା ଆମେ ଜାନ୍‌ମୁ ଆର ତାର ବେବସ୍‌ତା କରମୁ ବଲି ସେ କହିଥିଲେ। ସେନ୍‌ତା ଏଏନ୍‌ଏମକୁଁ ପଚରାଲାରୁ ଫିମାସ ଅଦଲବଦଲରେ ବାରିକପଡ଼ା ଆର ପଲସପାଣିରେ ଟୀକାକରନ ହେଉଛେ। ସେଥିରଲାଗି ଠିକ୍‌ ସମିଆରେ ଟୀକାକରନ ନାଇଁ ହେଇପାରବାର ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri