Posted inରାଜ୍ୟ

ସୀମାରୁ ନେଇ ସୀମାରେ ଛାଡୁଛି ପୋଲିସ

କଟକ ଅଫିସ,୨୦।୫: ଓଡ଼ିଶା ଦେଇ ରାଜପଥଗୁଡ଼ିକରେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଛି ରାଜ୍ୟ ପୋଲିସ। ଗୋଟିଏ ପଟ ସୀମାରୁ ନେଇ ସେମାନଙ୍କୁ ରାଜ୍ୟ ସୀମାରେ ଛାଡୁଛି। ସୋମବାର ଅପରାହ୍ନ ୫ଟା ସୁଦ୍ଧା ଓଡ଼ିଶା ପୋଲିସ ବସ୍‌ ଦ୍ୱାରା ୨୨୨ ଥର ଯାତ୍ରାର ଆୟୋଜନ କରି ଅନ୍ୟ ରାଜ୍ୟର ୮ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ରାଜ୍ୟର ସୀମା ନିକଟରେ ପହଞ୍ଚାଇଛି। ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଭଦ୍ରକ ପୋଲିସ ଦୈନିକ ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଖାଦ୍ୟ ପ୍ରଦାନ କରୁଛି।
ରାଜ୍ୟ ପୋଲିସ ମୁଖ୍ୟାଳୟ ଜାରି କରିଥିବା ପ୍ରେସ୍‌ ବିଜ୍ଞପ୍ତିରେ କହିଛି ଯେ, ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବହନ କାର୍ଯ୍ୟକ୍ରମକୁ ୪ ପ୍ରକାରରେ ବିଭକ୍ତ କରାଯାଇପାରେ। ଓଡ଼ିଶାକୁ ଆସୁଥିବା ବାହାର ରାଜ୍ୟର ପ୍ରବାସୀ ଶ୍ରମିକ, ଓଡ଼ିଶାରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ, ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ଯେଉଁମାନେ ଗାଡ଼ି ମାଧ୍ୟମରେ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚତ୍ବାକୁ ଓଡ଼ିଶା ଦେଇ ଯାତ୍ରା କରୁଛନ୍ତି ଏବଂ ଯେଉଁମାନେ ନିଜ ରାଜ୍ୟରେ ପହଞ୍ଚତ୍ବାକୁ ଚାଲିଚାଲି କିମ୍ବା ସାଇକେଲରେ ଯାଉଛନ୍ତି। ପ୍ରଥମ ଦୁଇ ଶ୍ରେଣୀର ପ୍ରବାସୀ ଶ୍ରମିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରାଯାଇଛି। ଜିଲା ପ୍ରଶାସନ ସମେତ ଅନ୍ୟ ସରକାରୀ ସଂସ୍ଥା ସହଯୋଗରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ତୃତୀୟ ଶ୍ରେଣୀର ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସୀମା ତନଖି ଫାଟକ ନିକଟରେ ଆବଶ୍ୟକ ଯାଞ୍ଚ କରାଯାଇ ସେମାନଙ୍କ ଗାଡ଼ିକୁ ଓଡ଼ିଶା ମଧ୍ୟଦେଇ ଯିବାକୁ ଅନୁମତି ଦିଆଯାଉଛି। ଚତୁର୍ଥ ଶ୍ରେଣୀଭୁକ୍ତ ପ୍ରବାସୀ ଶ୍ରମିକ, ଯେଉଁମାନେ ଚାଲିଚାଲି ସେମାନଙ୍କ ନିଜ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଯିବା ପାଇଁ ଓଡ଼ିଶାକୁ ପ୍ରବେଶ କରୁଛନ୍ତି, ସେମାନଙ୍କ ଯାତ୍ରା ଏବଂ ଖାଦ୍ୟପେୟର ବିଶେଷ ବ୍ୟବସ୍ଥା କରୁଛି ପୋଲିସ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆବଶ୍ୟକ ଅର୍ଥ ରିଲିଫ ପାଣ୍ଠିରୁ ଓଡ଼ିଶା ପୋଲିସକୁ ଦେଉଛି। ଗତ ୪ଦିନ ଧରି ଓଡ଼ିଶା ପୋଲିସ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ ଯଥା ସୋହେଲା, ଗିରିସୋଲା ଓ କେରଡ଼ାଠାରେ ବସ୍‌ ବ୍ୟବସ୍ଥା କରି ପାଦଚଲା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟର ସୀମା ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରି ଆସୁଛନ୍ତି। ତଥାପି ପୋଲିସ ବସ୍‌ ବ୍ୟବସ୍ଥା କରିବା ପୂର୍ବରୁ କେତେକ ପ୍ରବାସୀ ଶ୍ରମିକ ପାଦରେ ଚାଲିଚାଲି ତନଖି ଫାଟକ ଅତିକ୍ରମ କରିଥିବା ଜଣାପଡ଼ିଛି। ଏଥିପାଇଁ ରାସ୍ତାକଡ଼ ଥାନାଗୁଡ଼ିକୁ ଏହି ପାଦଚଲା ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ପାଇଁ କୁହାଯାଇଛି। ଏହି ଥାନାଗୁଡ଼ିକ ସେମାନଙ୍କ ଜିଲା ନିୟନ୍ତ୍ରଣ କକ୍ଷକୁ ଏ ବାବଦରେ ଅବଗତ କରି ଆବଶ୍ୟକ ସ୍ଥଳେ ଅନ୍ୟ ଜିଲା ଓ ସୀମା ତନଖି ଫାଟକର ସହଯୋଗ ନେଇ କାର୍ଯ୍ୟ କରିବାକୁ କୁହାଯାଇଛି। ପ୍ରବାସୀ ଶ୍ରମିକଙ୍କ ପରିବହନ ପାଇଁ ବ୍ୟବହୃତ ବସ୍‌ ସଂଖ୍ୟା ଓ ଯାତାୟାତ ମାର୍ଗ ସେମାନଙ୍କ ଚାହିଦା ଅନୁସାରେ ପରିବର୍ତ୍ତନ କରାଯାଉଛି। ରାଜ୍ୟର ମଧ୍ୟବର୍ତ୍ତୀ ସ୍ଥାନ ଯଥା ଖୋର୍ଦ୍ଧା, କଟକ, ଭୁବନେଶ୍ୱର, ଯାଜପୁର ଓ ଭଦ୍ରକ ଆଦି ସ୍ଥାନରେ ଏହି ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ବସ୍‌ ଯୋଗାଣର ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri