Posted inରାଜ୍ୟ

ସୀମାରୁ ନେଇ ସୀମାରେ ଛାଡୁଛି ପୋଲିସ

କଟକ ଅଫିସ,୨୦।୫: ଓଡ଼ିଶା ଦେଇ ରାଜପଥଗୁଡ଼ିକରେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଛି ରାଜ୍ୟ ପୋଲିସ। ଗୋଟିଏ ପଟ ସୀମାରୁ ନେଇ ସେମାନଙ୍କୁ ରାଜ୍ୟ ସୀମାରେ ଛାଡୁଛି। ସୋମବାର ଅପରାହ୍ନ ୫ଟା ସୁଦ୍ଧା ଓଡ଼ିଶା ପୋଲିସ ବସ୍‌ ଦ୍ୱାରା ୨୨୨ ଥର ଯାତ୍ରାର ଆୟୋଜନ କରି ଅନ୍ୟ ରାଜ୍ୟର ୮ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ରାଜ୍ୟର ସୀମା ନିକଟରେ ପହଞ୍ଚାଇଛି। ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଭଦ୍ରକ ପୋଲିସ ଦୈନିକ ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଖାଦ୍ୟ ପ୍ରଦାନ କରୁଛି।
ରାଜ୍ୟ ପୋଲିସ ମୁଖ୍ୟାଳୟ ଜାରି କରିଥିବା ପ୍ରେସ୍‌ ବିଜ୍ଞପ୍ତିରେ କହିଛି ଯେ, ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବହନ କାର୍ଯ୍ୟକ୍ରମକୁ ୪ ପ୍ରକାରରେ ବିଭକ୍ତ କରାଯାଇପାରେ। ଓଡ଼ିଶାକୁ ଆସୁଥିବା ବାହାର ରାଜ୍ୟର ପ୍ରବାସୀ ଶ୍ରମିକ, ଓଡ଼ିଶାରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ, ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ଯେଉଁମାନେ ଗାଡ଼ି ମାଧ୍ୟମରେ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚତ୍ବାକୁ ଓଡ଼ିଶା ଦେଇ ଯାତ୍ରା କରୁଛନ୍ତି ଏବଂ ଯେଉଁମାନେ ନିଜ ରାଜ୍ୟରେ ପହଞ୍ଚତ୍ବାକୁ ଚାଲିଚାଲି କିମ୍ବା ସାଇକେଲରେ ଯାଉଛନ୍ତି। ପ୍ରଥମ ଦୁଇ ଶ୍ରେଣୀର ପ୍ରବାସୀ ଶ୍ରମିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରାଯାଇଛି। ଜିଲା ପ୍ରଶାସନ ସମେତ ଅନ୍ୟ ସରକାରୀ ସଂସ୍ଥା ସହଯୋଗରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ତୃତୀୟ ଶ୍ରେଣୀର ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସୀମା ତନଖି ଫାଟକ ନିକଟରେ ଆବଶ୍ୟକ ଯାଞ୍ଚ କରାଯାଇ ସେମାନଙ୍କ ଗାଡ଼ିକୁ ଓଡ଼ିଶା ମଧ୍ୟଦେଇ ଯିବାକୁ ଅନୁମତି ଦିଆଯାଉଛି। ଚତୁର୍ଥ ଶ୍ରେଣୀଭୁକ୍ତ ପ୍ରବାସୀ ଶ୍ରମିକ, ଯେଉଁମାନେ ଚାଲିଚାଲି ସେମାନଙ୍କ ନିଜ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଯିବା ପାଇଁ ଓଡ଼ିଶାକୁ ପ୍ରବେଶ କରୁଛନ୍ତି, ସେମାନଙ୍କ ଯାତ୍ରା ଏବଂ ଖାଦ୍ୟପେୟର ବିଶେଷ ବ୍ୟବସ୍ଥା କରୁଛି ପୋଲିସ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆବଶ୍ୟକ ଅର୍ଥ ରିଲିଫ ପାଣ୍ଠିରୁ ଓଡ଼ିଶା ପୋଲିସକୁ ଦେଉଛି। ଗତ ୪ଦିନ ଧରି ଓଡ଼ିଶା ପୋଲିସ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ ଯଥା ସୋହେଲା, ଗିରିସୋଲା ଓ କେରଡ଼ାଠାରେ ବସ୍‌ ବ୍ୟବସ୍ଥା କରି ପାଦଚଲା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟର ସୀମା ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରି ଆସୁଛନ୍ତି। ତଥାପି ପୋଲିସ ବସ୍‌ ବ୍ୟବସ୍ଥା କରିବା ପୂର୍ବରୁ କେତେକ ପ୍ରବାସୀ ଶ୍ରମିକ ପାଦରେ ଚାଲିଚାଲି ତନଖି ଫାଟକ ଅତିକ୍ରମ କରିଥିବା ଜଣାପଡ଼ିଛି। ଏଥିପାଇଁ ରାସ୍ତାକଡ଼ ଥାନାଗୁଡ଼ିକୁ ଏହି ପାଦଚଲା ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ପାଇଁ କୁହାଯାଇଛି। ଏହି ଥାନାଗୁଡ଼ିକ ସେମାନଙ୍କ ଜିଲା ନିୟନ୍ତ୍ରଣ କକ୍ଷକୁ ଏ ବାବଦରେ ଅବଗତ କରି ଆବଶ୍ୟକ ସ୍ଥଳେ ଅନ୍ୟ ଜିଲା ଓ ସୀମା ତନଖି ଫାଟକର ସହଯୋଗ ନେଇ କାର୍ଯ୍ୟ କରିବାକୁ କୁହାଯାଇଛି। ପ୍ରବାସୀ ଶ୍ରମିକଙ୍କ ପରିବହନ ପାଇଁ ବ୍ୟବହୃତ ବସ୍‌ ସଂଖ୍ୟା ଓ ଯାତାୟାତ ମାର୍ଗ ସେମାନଙ୍କ ଚାହିଦା ଅନୁସାରେ ପରିବର୍ତ୍ତନ କରାଯାଉଛି। ରାଜ୍ୟର ମଧ୍ୟବର୍ତ୍ତୀ ସ୍ଥାନ ଯଥା ଖୋର୍ଦ୍ଧା, କଟକ, ଭୁବନେଶ୍ୱର, ଯାଜପୁର ଓ ଭଦ୍ରକ ଆଦି ସ୍ଥାନରେ ଏହି ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ବସ୍‌ ଯୋଗାଣର ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri