ସିଲ୍‌ ପଡିଛି, ମଦ କାରବାର ଚାଲିଛି

ଜୟପୁର,୧୪ା୫(ଡି.ଏନ.ଏ )-କୋରାପୁଟ ଜିଲା ଜୟପୁର ସହର ଏବଂ ଆଖପାଖ ଅଞ୍ଚଳରେ ୧୮ଟି ବିଦେଶୀ ମଦ ଦୋକାନ ରହଛି। ସେଥିରୁ ୧୨ଟି ଠିପିବନ୍ଦ ଦୋକାନ ଏବଂ ୬ଟି ବାର। କାରୋନା ଲକଡାଉନ ଯୋଗୁ ସରକାରଙ୍କ ମଦ ବିକ୍ରି ଉପରେ କଟକଣା ଜାରି କରିଥିଲେ। ଏନେଇ ଜିଲା ପ୍ରଶାସନର ନିର୍ଦ୍ଦେଶରେ ଅବକାରୀ ବିଭାଗ ଜିଲାର ସମସ୍ତ ବିଦେଶୀ ମଦ ବିକ୍ରି ଦୋକାନକୁ ସିଲ୍‌ କରିଥିଲା। ଜୟପୁର ସହରର ସମସ୍ତ ବାର ଓ ଠିପିବନ୍ଦ ମଦ ବିକ୍ରି ଦୋକାନକୁ ମଧ୍ୟ ତାଲା ପକାଇ କାଗଜଗୁଡାଇ ଜଉମୁଦ ଦେଇ ସିଲ୍‌ କରିଥିଲା। ଏହିପରି ସିଲ୍‌ ହୋଇଛି ଯେ, ଜଉମୁଦ ସିଲ୍‌ ରହିଥିବ ମାତ୍ର ତାଲା ଖୋଲାଯାଇ ଭିତରୁ ମଦ ବାହାର କରି ବିକ୍ରି କରାଯାଇପାରିବ। ଏପରି ଦେଖିବାକୁ ମିଳିଛି ସହରର ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ, କେନାଲ ରୋଡରେ, ଏମ.ଜି ରୋଡ, ମୁଖ୍ୟଡାକଘର ପାର୍ଶ୍ୱର ରାସ୍ତା ଏବଂ କିଛି ବାରରେ ପଡିଥିବା ସିଲ୍‌ରେ। ସିଲ୍‌ ନାମକୁ ମାତ୍ର କରାଯାଇଛି ା ଏପରି ସିଲ୍‌ ହୋଇଛି ଯେ, ତାଲା ଖୋଲିବାରେ କୌଣସି ସମସ୍ୟା ନାହିଁ ା ସିଲ୍‌ ଦୋକାନରୁ ମଦ ବାହାର କରାଯାଇ ବିକ୍ରି କରାଯାଉଥିବା ନେଇ ଲୋକେ ଅଭିଯୋଗ କରିଥିଲେ ା ଗୁରୁବାର ଏମ.ଜି ରୋଡସ୍ଥିତ ସିଲ୍‌ ହୋଇଥିବା ଏକ ମଦ ଦୋକାନରୁ ବେଆଇନ ଭାବେ ମଦ ବିକ୍ରି କରାଯାଉଥିବା ସାହିବାସିନ୍ଦା ଅଭିଯୋଗ କରିଥିଲେ। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଏହାର ତଦନ୍ତ କରିବା ସହିତ ଘଟଣାର ସମାଧାନ କରିଥିଲା। ଅନ୍ୟପକ୍ଷରେ ଲକଡାଉନ ପରେ ଷ୍ଟକ ଯାଞ୍ଚ ବେଳେ ବେଆଇନ କାରବାର ଧରାପଡିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଜିଲା ଅବାକରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କୁ ପଚାରିବାରୁ ସେ କହିଲେ ଯେ, ସିଲ୍‌ ଖୋଲାହୋଇଥିବା ଦୋକାନକୁ ପୁଣି ସିଲ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri