ସିଡିଏରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଣ ଖୁବ୍‌ଶୀଘ୍ର

କଟକ ଅଫିସ, ୭ା୯: ହଜାର ବର୍ଷର ସହର କଟକ। ଏହା ଦେଶର ଅନ୍ୟତମ ସର୍ବପୁରାତନ ସହର ହୋଇଥିଲେ ମଧ୍ୟ ଏଠାରେ ଅନେକ ସମସ୍ୟା ରହିଛି। ତେବେ ସହରକୁ ସରସ ସୁନ୍ଦର କରି ଗଢ଼ି ତୋଳିବାରେ ଯାହା ଆବଶ୍ୟକ ହେବ କେନ୍ଦ୍ର ସରକାର ସେଥିରେ ସହଯୋଗ କରିବେ। ଏଥିଲାଗି ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଚ୍‌ପିସିଏଲ୍‌ର ୨ କୋଟି ଟଙ୍କା ଅନୁଦାନରେ ରେଭେନ୍‌ଶା କଲିଜିଏଟ୍‌ ସ୍କୁଲର ବିଜ୍ଞାନ ପ୍ରୟୋଗଶାଳା ଓ ପାଠାଗାର ବିଲ୍ଡିଂ ଉଦ୍‌ଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏହା କହିଛନ୍ତି। ସେହିପରି ଏହି ନୂତନ ବିଲ୍ଡିଂରେ ଇ-ଲାଇବ୍ରେରି ପ୍ରତିଷ୍ଠା ଓ ପୁସ୍ତକ ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉତ୍ସବରେ ଉପସ୍ଥିତ ଏଚ୍‌ପିସିଏଲ୍‌ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ନିଜ ବକ୍ତବ୍ୟରେ ମନ୍ତ୍ରୀ ପ୍ରଧାନ ରାଜ୍ୟ ସରକାର କଟକ ସହର ଉନ୍ନତି ପାଇଁ ଉପେକ୍ଷା କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଥିଲେ, କଟକରୁ ଆଇଓସିଏଲ୍‌ ପାଣି ନେବା ପାଇଁ ବିବାଦ ହୋଇଥିଲା। ଏ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ବିଚାରପତି ଇନ୍ଦ୍ରଜିତ ମହାନ୍ତି ମାମଲାର ଶୁଣାଣି କରି ଆଇଓସିଏଲ୍‌ ଲାଗି ୩ଟି ସର୍ତ୍ତ ରଖିଥିଲେ, ଯେଉଁଥିରେ ସହରରେ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା, ଯେଉଁ ସ୍ଥାନରୁ ଆଇଓସିଏଲ୍‌ ପାଣି ନେବ ସେହି ପଠାରୁ ବାଲି ଖୋଳିବା ଏବଂ ଶିଶୁ ଭବନର ଉନ୍ନତି ପାଇଁ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିଲା। ଏହି ନିଷ୍ପତ୍ତିକୁ ଆଇଓସିଏଲ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ମନ୍ତ୍ରୀ ପ୍ରଧାନଙ୍କ ଅନୁମତି ମାଗିଥିବାବେଳେ ସେ କୋର୍ଟ ନ ଯାଇ ରାଜ୍ୟ ସରକାରଙ୍କ ସହ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ। ଏହି କ୍ରମରେ ଆଇଓସିଏଲ୍‌ ପ୍ରାୟ ୨ଶହ କୋଟିରୁ ଅଧିକ ଅର୍ଥ ଦେଇଥିଲେ ମଧ୍ୟ ସେହି ଅର୍ଥ କିଭଳି ଖର୍ଚ୍ଚ ହୋଇଛି ତାହା ସରକାର ଜାଣିଥିବେ ଏବଂ ଏ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କରିବାକୁ ମଞ୍ଚରେ ଉପସ୍ଥିତ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ କହିଥିଲେ। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର କଟକ ସିଡିଏ ଅଞ୍ଚଳରେ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ କରାଯିବ ଓ ଏଥିରେ ଅଞ୍ଚଳବାସୀ ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ। ସେ ଦକ୍ଷତା ବିକାଶ ମନ୍ତ୍ରୀ ଥିବାବେଳେ କଟକ ତାରକସି ଶ୍ରମିକଙ୍କ ପାଇଁ ଏକ କମନ ଫାସିଲିଟି ସେଣ୍ଟର ତିଆରି କରିବା ଲାଗି ରାଜ୍ୟ ସରକାରଙ୍କୁ ୭/୮ ହଜାର ବର୍ଗଫୁଟ ଜମି ମାଗିଥିଲେ। ଏଥିପାଇଁ ଅର୍ଥ ବରାଦ କରିଥିଲେ ମଧ୍ୟ ରାଜ୍ୟ ସରକାର ଜମି ନ ଦେବାରୁ ତାହା ହୋଇପାରି ନ ଥିଲା ବୋଲି ସେ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ମହମ୍ମଦ ମୋକିମ ଯୋଗଦେଇ କଟକର ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇବା ସହ ତାଙ୍କର ସହଯୋଗ ଲୋଡ଼ିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଅନୁସ୍ମିତା ସ୍ବାଇଁ ଅଧ୍ୟକ୍ଷତା କରିଥିବାବେଳେ ଏଚ୍‌ପିସିଏଲ୍‌ ସିଏସ୍‌ଆର୍‌ ସିଜିଏମ୍‌ ଏସ୍‌. ସୁବାରାଓ, ପୁରାତନ ଛାତ୍ର ସଂଘ ସଭାପତି ଡ. ପ୍ରଦୀପ ରାଓ, ଏଚ୍‌ପିସିଏଲ୍‌ ଡିଜିଏମ୍‌ ଅଭୟଙ୍କର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri