Posted inଖେଳ

ସିଡ଼ିଏ ଡିଏଭି ଚାମ୍ପିୟନ

କଟକ ଅଫିସ,୧୭ା୧୨-
କିସ୍‌କୁ ୬ ଉଇକେଟରେ ପରାସ୍ତ କରି ସିଡିଏ ଡିଏଭି ସ୍କୁଲ ୧୪ତମ ପିଭିଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଜିତିଛି। ୟୁନିୟନ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ବୋଷ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲ ସୋମବାର ଖେଳାଯାଇଥିଲା। ୪ଟି ଉଇକେଟ ଅକ୍ତିଆର କରିଥିବା ସୌରଭ ସ୍ବାଇଁ ଫାଇନାଲ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି।
ଫାଇନାଲ ୨୫ଓଭର ବିଶିଷ୍ଟ ଖେଳାଯାଇଥିଲା। କିସ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ୯୯ରନରେ ଅଲଆଉଟ ହୋଇଥିଲା। ରମେଶ ମେଲେକା ସର୍ବାଧିକ ୩୯ରନ କରିଥିଲେ। ଡିଏଭି ପକ୍ଷରୁ ସୌରଭ ୪ଟି, ହିମାଂଶୁ ମହାନ୍ତି, ଦୀପ୍ତାଂଶୁ ଦାସ ୨ଟି ଲେଖାଏ ଉଇକେଟ ଦଖଲ କରିଛନ୍ତି। ୨୩.୧ ଓଭରରେ ୪ ଉଇକେଟ ହରାଇ ଡିଏଭି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସାଇଦୀପ ମହାପାତ୍ର ସର୍ବାଧିକ ୩୩ରନ କରିଥିଲେ। କିସ୍‌ ପକ୍ଷରୁ ରୋହିତ ଗମାଙ୍ଗଙ୍କୁ ୨ଟି ଉଇକେଟ ମିଳିଥିଲା। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଟି.ଏ. ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆନ୍ତଃ ବିଦ୍ୟାଳୟ ଓ ଆନ୍ତଃ କ୍ଲବ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ଆନ୍ତଃ କ୍ଲବ ଟୁର୍ନାମେଣ୍ଟର ଚାମ୍ପିୟନ ୟୁନିୟନ ସ୍ପୋର୍ଟିଂ ଦଳକୁ ଟ୍ରଫି ସମେତ ୨୫ହଜାର ଟଙ୍କା, ରନର୍ସଅପ ଜୁଭେନାଇଲ କ୍ଲବକୁ ଟ୍ରଫି ସମେତ ୧୫ହଜାର ଟଙ୍କା ଦିଆଯାଇଥିଲା। ଏହି ପ୍ରତିଯୋଗିତାରେ ବିଜେନ୍ଦ୍ର ପ୍ରତାପ ଶ୍ରେଷ୍ଠ ବୋଲର, ରାମଚନ୍ଦ୍ର ବେହେରା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ତପେନ୍ଦ୍ର ସିଂ ମ୍ୟାନ ଅଫ ଦି ଫାଇନାଲ, କାମେଶ୍ୱର ବାରିକ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଭାବେ ପୁରସ୍କୃତ ହୋଇଥିଲେ। ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ଚାମ୍ପିୟନ ସିଡିଏ ଡିଏଭିକୁ ଚାମ୍ପିୟନ, କିସ୍‌କୁ ରନର୍ସଅପ ଟ୍ରଫି ଦିଆଯାଇଛି। ଏହି ଟୁର୍ନାମେଣ୍ଟରେ ଅରବିନ୍ଦ ମହାପାତ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ନଦୀମ ଖାନ ଶ୍ରେଷ୍ଠ ବୋଲର, ସୌରଭ ସ୍ବାଇଁ ମ୍ୟାନ ଅଫ ଦି ଫାଇନାଲ, ସାଇଦୀପ ମହାପାତ୍ର ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଭାବେ ପୁରସ୍କୃତ ହୋଇଛନ୍ତି। ସାଇଦୀପଙ୍କୁ ଏକ ମୋଟର ବାଇକ୍‌ ପୁରସ୍କାର ସ୍ବରୂପ ଦିଆଯାଇଛି।
ଉଦ୍‌ଯାପନୀ ଉତ୍ସବରେ ଡ.ହୃଦାନନ୍ଦ ମିଶ୍ର ମୁଖ୍ୟବକ୍ତା, ସଞ୍ଜୀବ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ଦାସ, ଡ.ରାଜେଶ ଡୋରା, ବିସିସିଆଇର ପୂର୍ବତନ ଉପସଭାପତି ପ୍ରଭାତ ମିଶ୍ର, ବୋଷ କଲେଜ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ରାୟ, ନବ ପଟ୍ଟନାୟକ, ତଡ଼ିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୟୁନିୟନ ସ୍ପୋର୍ଟିଂ କ୍ଲବ ସମ୍ପାଦକ ପ୍ରଦୀପ ଚୌହ୍ବାନ ଅଧ୍ୟକ୍ଷତା କରିଥିବା ବେଳେ ନିଶାନ୍ତ ମାଜିଥିଆ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri