ସିଡବ୍ଲ୍ୟୁସି ନିକଟରେ ନାବାଳିକାଙ୍କୁ ହାଜର କରାଇଲାନି ପୋଲିସ; ଡିଜିପି, ସରକାରଙ୍କୁ ଅବଗତ କରାଇବ ସମିତି

ଅନୁଗୋଳ ଅଫିସ, ୧୨।୮: ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ପୋଲିସ ଶନିବାର ତାଙ୍କ ବାପାଙ୍କ ଜିମା ଦେବାପରେ ପୀଡିତାଙ୍କ ସୁରକ୍ଷାକୁ ନେଇ ଜିଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ପ୍ରଶ୍ନ ଉଠାଇଥିଲା। ଏଥିସହ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ନାବାଳିକାଙ୍କୁ ସମିତି ନିକଟରେ ହାଜର କରାଇବାକୁ ପୋଲିସକୁ ଚିଠି (ନଂ. ୪୨୬/୧୯) କରିଥିଲା। ହେଲେ ରବିବାର ପୋଲିସ ସମ୍ପୃକ୍ତା ନାବାଳିକାଙ୍କୁ ସମିତି ନିକଟରେ ହାଜର କରାଇ ନ ଥିବା ଜଣାପଡିଛି। ଅନୁଗୋଳ ପୋଲିସ କିଶୋର ନ୍ୟାୟ ଆଇନ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଉଲ୍ଲଂଘନ କରୁଥିବା ସମିତି ପକ୍ଷରୁ ଅଭିଯୋଗ କରାଯିବା ସହ ଏ ସଂକ୍ରାନ୍ତରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଏବଂ ମହିଳା ଓ ଶିଶୁ ବିକାଶ ମୁଖ୍ୟ ସଚିବଙ୍କୁ ମଙ୍ଗଳବାର ଚିଠି ମାଧ୍ୟମରେ ଅବଗତ କରାଯିବ ବୋଲି ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସମିତି ପକ୍ଷରୁ କୁହାଯାଇଛି, ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର ପରେ ପରିବାରକୁ ହସ୍ତାନ୍ତର ବେଳେ କିଛି ନିୟମ ରହିଛି। ଏହି ନିୟମ ପୂରଣ କରିବା ପରେ ଶିଶୁଙ୍କୁ ପରିବାର ଲୋକ ନେଇ ପାରିବେ। କିନ୍ତୁ ଅନୁଗୋଳରେ ତାହା ହୋଇନାହିଁ। ନାବାଳିକା ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ନାବାଳିକାଙ୍କ ପିତା ପ୍ରଥମେ ସିଡବ୍ଲ୍ୟୁସିରେ ଚିହ୍ନଟ ହେବା ଆବଶ୍ୟକ। ପରେ ସମିତିର ମୁଖ୍ୟ କେତୋଟି ନିୟମ ବିଷୟରେ ତାଙ୍କୁ ଅବଗତ କରାଇଥାନ୍ତେ। ସେମାନେ ନାବାଳିକାଙ୍କ ବାଲ୍ୟ ବିବାହ କରାଇ ପାରିବେ ନାହିଁ, ଶିକ୍ଷିତ କରାଇବା ପାଇଁ ଉଦ୍ୟମ କରିବା ସହ ସେ ଯେପରି ନିର୍ଯାତନାର ଶିକାର ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ଆଦି ବିଷୟରେ ଉପରେ ସିଡବ୍ଲ୍ୟୁସି ତାଙ୍କୁ ଜଣାଇଥାନ୍ତା। ଏଥିସହ ସହରରୁ ଅନ୍ୟତ୍ର ସ୍ଥାନକୁ ଗଲେ ସିଡବ୍ଲ୍ୟୁସିକୁ ଅବଗତ କରାଇବାର ମଧ୍ୟ ନିୟମ ରହିଛି। ହେଲେ ପୋଲିସ ମନମୁଖି କାମ କରି ନାବାଳିକାଙ୍କ ପିତାଙ୍କୁ ସମିତିରେ ହାଜର ନ କରାଇ ହସ୍ତାନ୍ତର କରିଦେଇଥିବା ପଟ୍ଟନାୟକ କହିଛନ୍ତି। ଏ ସଂକ୍ରାନ୍ତରେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ ପଚାରିବାରେ ଏ ନେଇ କିଛି କହିହେବ ନାହିଁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri