ସିଙ୍ଗଲ୍‌ ଓ୍ବିଣ୍ଡୋ ବୈଠକରେ ୮ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ଶିଳ୍ପ ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ପୁଞ୍ଜି ନିବେଶ କରିବାକୁ ଥିବା ୮ଟି ନୂତନ ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ଲୋକସେବା ଭବନଠାରେ ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ଓ୍ବିଣ୍ଡୋ କର୍ତ୍ତୃପକ୍ଷ ବୈଠକରେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ଅଧିକ ୧୬୦୯.୪୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ସହ ୧୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓ୍ବେବ୍‌ ପୋର୍ଟାଲ ମାଧ୍ୟମରେ ଶିଳ୍ପ ବିଭାଗରୁ ଯାଉଥିବା ବିଭିନ୍ନ ପୁଞ୍ଜିନିବେଶ ପ୍ରକଳ୍ପ ସମ୍ବନ୍ଧିତ ଅନୁମୋଦନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅପଲୋଡ୍‌ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି। ଏହାସହ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯିଇଛି। ଏହାଛଡ଼ା ଶିଳ୍ପ ପାଇଁ ଆବଶ୍ୟକ ଜମିର ଏକ ନିର୍ଦ୍ଦିଷ୍ଟ ମାନକ ନିର୍ଦ୍ଧାରଣ କରିବାକୁ ଉନ୍ନୟନ କମିଶନରସୁରେଶ ମହାପାତ୍ର କହିଛନ୍ତି।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲାର ଗୋପାଳପୁର ଶିଳ୍ପାଞ୍ଚଳରେ ଟାଟା କମ୍ପାନୀର ଚା’ ବ୍ଲେଣ୍ଡିଂ ଏବଂ ପ୍ୟାକେଜିଂର ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ହେବ। ଏଥିପାଇଁ ୮୩.୫୩ କୋଟି ଖର୍ଚ୍ଚରେ କରାଯିବାକୁ ଥିବାବେଳେ ଏଥିରେ ୨୯୪ ଜଣ ନିଯୁକ୍ତି ପାଇବେ। ଝାରସୁଗୁଡ଼ା ଜିଲାରେ ରୁନାୟା ମେଟ୍‌ସୋର୍ସର କୋଇଲା ତା’ର ପିଚ୍‌ ସମ୍ପର୍କିତ ପେଟ୍ରୋକେମିକାଲ ପ୍ରକଳ୍ପ ହେବ। ଏଥିଲାଗି ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିରେ ୨୧୨ଜଣଙ୍କୁ ନିଯୁକ୍ତି ମିଳିବ। କଟକ ଜିଲାର ରାମଦାସପୁର ଶିଳ୍ପାଞ୍ଚଳରେ ଏଚ୍‌ଡିପିଇ ଥର୍ମୋପ୍ଲାଷ୍ଟିକ୍‌ ପାଇପ୍‌ କାରଖାନା କରାଯିବ। ଏଥିରେ ୬୦.୦୬ କୋଟି ଖର୍ଚ୍ଚ ହେବ ଏବଂ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ। ଭୁବନେଶ୍ୱରରେ ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ ଶିଳ୍ପ କରାଯିବ। ଏଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ। ଖୋର୍ଦ୍ଧାରେ କମାତ ହୋଟେଲ ଶିଳ୍ପ ୫୨ କୋଟି ଟଙ୍କା ଖର୍ଚ୍ଚରେ ହେବ। ଏଥିରେ ୧୬୦ଜଣ ନିଯୁକ୍ତି ପାଇବେ। କେନ୍ଦୁଝର ଜିଲାରେ ତ୍ରିବେଣୀ ଆର୍ଥ ମୁଭର୍ସ ଦ୍ୱାରା ଭୂତଳ ସ୍ଲରି ପାଇପ୍‌ ଲାଇନ ୯୪୮ କୋଟି ଟଙ୍କା ଖର୍ଚ୍ଚରେ ସ୍ଥାପନ ହେବ ଏବଂ ଏଥିରେ ୨୧୭ଜଣ ନିଯୁକ୍ତି ପାଇବେ। ଅନୁଗୋଳ ଜିଲାରେ ସିଡିଇଟି ଏକ୍ସପ୍ଲୋସିଭ୍‌ ପ୍ରାଇଭେଟ ଲିମିଟେଡ ଦ୍ୱାରା ଏକ କ୍ୟାଟ୍ରିଜ୍‌ ଏକ୍ସପ୍ଲୋସିଭ ଉତ୍ପାଦନ କାରଖାନା ୫୫କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବାବେଳେ ଏଥିରେ ୧୭୭ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ୫୦କୋଟି ଟଙ୍କା ଖର୍ଚ୍ଚରେ ଆପିଜେ ଲଜିଷ୍ଟିକ୍‌ ପାର୍କର ସମ୍ପ୍ରସାରଣ କରାଯିବ ଏବଂ ଏଥିରେ ୯୦ ଜଣ ନିଯୁକ୍ତି ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?