ସିଙ୍ଗଲ୍‌ ଓ୍ବିଣ୍ଡୋ ବୈଠକରେ ୮ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ଶିଳ୍ପ ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ପୁଞ୍ଜି ନିବେଶ କରିବାକୁ ଥିବା ୮ଟି ନୂତନ ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ଲୋକସେବା ଭବନଠାରେ ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ଓ୍ବିଣ୍ଡୋ କର୍ତ୍ତୃପକ୍ଷ ବୈଠକରେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ଅଧିକ ୧୬୦୯.୪୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ସହ ୧୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓ୍ବେବ୍‌ ପୋର୍ଟାଲ ମାଧ୍ୟମରେ ଶିଳ୍ପ ବିଭାଗରୁ ଯାଉଥିବା ବିଭିନ୍ନ ପୁଞ୍ଜିନିବେଶ ପ୍ରକଳ୍ପ ସମ୍ବନ୍ଧିତ ଅନୁମୋଦନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅପଲୋଡ୍‌ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି। ଏହାସହ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯିଇଛି। ଏହାଛଡ଼ା ଶିଳ୍ପ ପାଇଁ ଆବଶ୍ୟକ ଜମିର ଏକ ନିର୍ଦ୍ଦିଷ୍ଟ ମାନକ ନିର୍ଦ୍ଧାରଣ କରିବାକୁ ଉନ୍ନୟନ କମିଶନରସୁରେଶ ମହାପାତ୍ର କହିଛନ୍ତି।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲାର ଗୋପାଳପୁର ଶିଳ୍ପାଞ୍ଚଳରେ ଟାଟା କମ୍ପାନୀର ଚା’ ବ୍ଲେଣ୍ଡିଂ ଏବଂ ପ୍ୟାକେଜିଂର ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ହେବ। ଏଥିପାଇଁ ୮୩.୫୩ କୋଟି ଖର୍ଚ୍ଚରେ କରାଯିବାକୁ ଥିବାବେଳେ ଏଥିରେ ୨୯୪ ଜଣ ନିଯୁକ୍ତି ପାଇବେ। ଝାରସୁଗୁଡ଼ା ଜିଲାରେ ରୁନାୟା ମେଟ୍‌ସୋର୍ସର କୋଇଲା ତା’ର ପିଚ୍‌ ସମ୍ପର୍କିତ ପେଟ୍ରୋକେମିକାଲ ପ୍ରକଳ୍ପ ହେବ। ଏଥିଲାଗି ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିରେ ୨୧୨ଜଣଙ୍କୁ ନିଯୁକ୍ତି ମିଳିବ। କଟକ ଜିଲାର ରାମଦାସପୁର ଶିଳ୍ପାଞ୍ଚଳରେ ଏଚ୍‌ଡିପିଇ ଥର୍ମୋପ୍ଲାଷ୍ଟିକ୍‌ ପାଇପ୍‌ କାରଖାନା କରାଯିବ। ଏଥିରେ ୬୦.୦୬ କୋଟି ଖର୍ଚ୍ଚ ହେବ ଏବଂ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ। ଭୁବନେଶ୍ୱରରେ ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ ଶିଳ୍ପ କରାଯିବ। ଏଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ। ଖୋର୍ଦ୍ଧାରେ କମାତ ହୋଟେଲ ଶିଳ୍ପ ୫୨ କୋଟି ଟଙ୍କା ଖର୍ଚ୍ଚରେ ହେବ। ଏଥିରେ ୧୬୦ଜଣ ନିଯୁକ୍ତି ପାଇବେ। କେନ୍ଦୁଝର ଜିଲାରେ ତ୍ରିବେଣୀ ଆର୍ଥ ମୁଭର୍ସ ଦ୍ୱାରା ଭୂତଳ ସ୍ଲରି ପାଇପ୍‌ ଲାଇନ ୯୪୮ କୋଟି ଟଙ୍କା ଖର୍ଚ୍ଚରେ ସ୍ଥାପନ ହେବ ଏବଂ ଏଥିରେ ୨୧୭ଜଣ ନିଯୁକ୍ତି ପାଇବେ। ଅନୁଗୋଳ ଜିଲାରେ ସିଡିଇଟି ଏକ୍ସପ୍ଲୋସିଭ୍‌ ପ୍ରାଇଭେଟ ଲିମିଟେଡ ଦ୍ୱାରା ଏକ କ୍ୟାଟ୍ରିଜ୍‌ ଏକ୍ସପ୍ଲୋସିଭ ଉତ୍ପାଦନ କାରଖାନା ୫୫କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବାବେଳେ ଏଥିରେ ୧୭୭ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ୫୦କୋଟି ଟଙ୍କା ଖର୍ଚ୍ଚରେ ଆପିଜେ ଲଜିଷ୍ଟିକ୍‌ ପାର୍କର ସମ୍ପ୍ରସାରଣ କରାଯିବ ଏବଂ ଏଥିରେ ୯୦ ଜଣ ନିଯୁକ୍ତି ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri