ସିଏଏକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ

ପୁରୀ ଅଫିସ,୪ା୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୋରସୋରରେ ଆନ୍ଦୋଳନ ଚାଲିଛି। ପୁଣି କେତେକ ଜାଗାରେ ସମର୍ଥନ ଶୋଭାଯାତ୍ରା ମଧ୍ୟ ବାହାରୁଛି। ସିଏଏକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗିନ ହେଉଥିବାବେଳେ ଶୁକ୍ରବାର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରାଯାଉ। ଅନ୍ୟପକ୍ଷେ ସିଏଏ ପାସ୍‌ ହେବା ପୂର୍ବରୁ ସମୀକ୍ଷା କରିଥିଲେ, ଏଭଳି ହିଂସାକାଣ୍ଡ ହୋଇ ନ ଥାନ୍ତା। ସିଏଏ ପ୍ରସଙ୍ଗରେ ଶୁକ୍ରବାର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ନାଗରିକତ୍ୱ ସଂଶୋଧନ ଆଇନ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହା କେବଳ ଭାରତର ନୁହେଁ ବିଶ୍ୱର ସମସ୍ୟା। ମିଳିତ ଜାତିସଂଘ ଏ କ୍ଷେତ୍ରରେ ସମ୍ବେଦନଶୀଳ ହୋଇ ଉଚିତ ପଦକ୍ଷେପ ନେବା ଦରକାର। ବିଶ୍ୱରେ ମୋଟ ୨୦୪ଟି ଦେଶ ରହିଛି । ଏଥିମଧ୍ୟରୁ ପ୍ରାୟ ୫୦ଟି ମୁସ୍‌ଲିମ ରାଷ୍ଟ୍ର ଥିବାବେଳେ ଅନେକ ଖ୍ରୀଷ୍ଟିୟାନ ଦେଶ ରହିଛି। କିନ୍ତୁ ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ବି ସ୍ବତନ୍ତ୍ର ହିନ୍ଦୁରାଷ୍ଟ୍ର ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଜାତିସଂଘ ଭାରତ, ନେପାଳ ଏବଂ ଭୁଟାନକୁ ହିନ୍ଦୁରାଷ୍ଟ୍ର ଘୋଷଣା କରୁ। ବାହାର ଦେଶରେ ଥିବା ହିନ୍ଦୁମାନେ ପରିସ୍ଥିତିରେ ପଡି ହେଉ କିମ୍ବା ଉତ୍ପୀଡ଼ନର ଶିକାର ହେଉଥିବା ଅନୁଭବ କରି ଯଦି କୌଣସି ଦେଶ ଛାଡିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଏହି ୩ ରାଷ୍ଟ୍ରରେ ଥଇଥାନ କରାଯାଉ। ମାନବାଧିକାର ଅନ୍ତର୍ଗତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉ। ଏଥିସହିତ ଜାତିସଂଘରେ ଏ ନେଇ ସ୍ବତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯିବା ସପକ୍ଷରେ ମତ ରଖିଛନ୍ତି ଶଙ୍କରାଚାର୍ଯ୍ୟ। ବିଭିନ୍ନ ଦେଶରେ ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ ଏହି ନ୍ୟାୟାଳୟ କାମ କରୁ । ଏପରି ହେଲେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବ ନାହିଁ । ଭାରତ ଅତିଥି ଦେବୋ ଭବ ନୀତିକୁ ଆପଣାଇଛି। ଯେଉଁମାନେ ଭାରତର ଶରଣ ପଶିଛନ୍ତି ତାକୁ ଏ ଦେଶ ଅତିଥି ଭାବେ ସ୍ବୀକାର କରିଛି ।
କିନ୍ତୁ ଏହି ଦୟା କାଲି ଆମ ପାଇଁ ଘାତକ ନ ହେଉ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଏକ ଉଦାହରଣ ଦେଇ ଜଗଦ୍‌ଗୁରୁ କହିଥିଲେ, ବୃନ୍ଦାବନର ଏକ ଜାଗାରେ ମାଛ ମରି ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କୁ ତା’ର କାରଣ ପଚାରିଥିଲେ । ୨ ବର୍ଷ ହେବ ବର୍ଷା ହୋଇ ନ ଥିଲା। ଅଚାନକ ମୂଷଳ ଧାରାରେ ବର୍ଷା ହେବାରୁ ଆବର୍ଜନା ପାଣିରେ ରହୁଥିବା ମାଛ ସ୍ବଚ୍ଛପାଣିରେ ନିଜକୁ ଖାପଖୁଆଇ ନ ପାରି ମରିଗଲେ। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଆବର୍ଜନା ପାଣିରେ ବଢୁଥିବା ମାଛଙ୍କୁ ସ୍ବଚ୍ଛ ପାଣି ଅଡୁଆ। ଅର୍ଥାତ୍‌ ଲୁଣିପାଣିରେ ରହୁଥିବା ମାଛଙ୍କୁ ମଧୁର ପାଣି ଏବଂ ମିଠାପାଣିରେ ରହୁଥିବା ମାଛଙ୍କୁ ଲୁଣିପାଣିରେ ରଖିଲେ ସେମାନେ ନିଜକୁ ଖାପ ନ ଖୁଆଇ ମରିଯିବେ। ସେହିଭଳି ଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦେଶର ହିତ ପାଇଁ କୌଣସି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ଚିନ୍ତା କରିବା ଦରକାର। ସହିଷ୍ଣୁତା ସୃଷ୍ଟି ଲାଗି ବିଚାରବିମର୍ଶ କରିବା ଉଚିତ। ନିୟମ ପାରିତ ହେବା ପରେ ଯେଉଁ ପଦକ୍ଷେପ ନିଆଗଲା ତା’ ପୂର୍ବରୁ ଯଦି ଏହାର ସମୀକ୍ଷା କରାଯାଇଥାନ୍ତା ତେବେ ହିଂସାକାଣ୍ଡ ଘଟି ନ ଥାନ୍ତା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri