ସାହିରୁ ବାସନ୍ଦ ହୋଇଥିଲେ ବୋଲି କାନ୍ଧ ଦେବାକୁ ଆସିଲେନି କେହି: ୬ ଘଣ୍ଟା ପଡ଼ିରହିଲା ମୃତଦେହ

ନୟାଗଡ଼ ଅଫିସ,୧୧।୯-ସାହି ଲୋକେ ଏକ ପରିବାରକୁ ବାସନ୍ଦ କରିଥିଲେ। ଉକ୍ତ ପରିବାରର ସୁଖଦୁଃଖରେ ସାହିଲୋକେ ସାମିଲ ହେଉ ନ ଥିଲେ। ସେମାନଙ୍କୁ ମଧ୍ୟ ସାହିର ଭଲମନ୍ଦରେ ଯୋଗ ଦେବାକୁ ବାରଣ କରାଯାଇଥିଲା। ଫଳରେ ଏକଘରକିଆ ହୋଇ ଖୁବ୍‌ କଷ୍ଟରେ ଜୀବନ ବିତାଉଥିଲେ ଉକ୍ତ ପରିବାର ସଦସ୍ୟ। ଏପରିସ୍ଥିତିରେ ମଙ୍ଗଳବାର ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ପରିବାର ମୁଖ୍ୟଙ୍କ ମୃତ୍ୟୁ ଘଟିଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ କିମ୍ବା ସତ୍କାର ଲାଗି ମୃତଦେହ ମଶାଣିକୁ ନେବାକୁ ସାହିର କେହି ଜଣେ ବି ଉକ୍ତ ପରିବାର ପାଖରେ ଉପସ୍ଥିତ ହେଲେ ନାହିଁ। ମୃତକଙ୍କ ଏକମାତ୍ର ପୁଅ ଥିବାବେଳେ ମଶାଣିକୁ ନେବା ପାଇଁ ଚାରି କାନ୍ଧର ଆବଶ୍ୟକ ଥିବାରୁ ଦୀର୍ଘ ୬ଘଣ୍ଟା କାଳ ଘରେ ପଡିରହିଲା ମୃତଦେହ। ପରେ ସରପଞ୍ଚଙ୍କ ହସ୍ତକ୍ଷେପ ଯୋଗୁ ଗ୍ରାମର ଅନ୍ୟ ଲୋକଙ୍କ ସହଯୋଗରେ ମୃତଦେହ ମଶାଣିକୁ ନିଆଯାଇ ସତ୍କାର କରାଯାଇଥିଲା।
ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ସଦର ବ୍ଲକ ଗମ୍ଭାରିଡିହି ଗ୍ରାମର ବଣିଆସାହିରେ। ବଣିଆସାହିର ଶ୍ରୀଧର ସାଥୁଆଙ୍କ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୃତ୍ୟୁ ଘଟିଥିଲା। କୌଣସି ଏକ ବିବାଦକୁ ନେଇ ତାଙ୍କ ସାହି ଜାତିଭାଇ ଦୀର୍ଘ ବର୍ଷ ହେଲାଣି ଶ୍ରୀଧରଙ୍କ ପରିବାରକୁ ବାସନ୍ଦ କରି ରଖିଥିଲେ। ପୂର୍ବରୁ ଶ୍ରୀଧରଙ୍କ ଘରେ ଯାହାର ମୃତ୍ୟୁ ହେଉଥିଲା ତାଙ୍କ ମୃତଦେହକୁ ଶ୍ରୀଧର ଓ ତାଙ୍କର ଏକମାତ୍ର ପୁଅ ଧନେଶ୍ୱର ମଶାଣିକୁ ନେଇ ସତ୍କାର କରୁଥିଲେ। ତେବେ ଶ୍ରୀଧରଙ୍କ ମୃତ୍ୟୁ ପରେ ଧନେଶ୍ୱର ସାହିଲୋକଙ୍କୁ ଯାଇ ମୃତଦେହ ମଶାଣିକୁ ନେବା ପାଇଁ ଡାକିବାରୁ କେହି ଆସି ନ ଥିଲେ। ପରେ ଧନେଶ୍ୱର ଏ ନେଇ ସରପଞ୍ଚଙ୍କୁ ଜଣାଇଥିଲେ। ଗମ୍ଭାରିଡିହି ସରପଞ୍ଚ ଉକ୍ତ ସାହିରେ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କେହି ଆସି ନ ଥିଲେ । ପରେ ଗ୍ରାମର ଅନ୍ୟ ସାହିରୁ ଲୋକ ଆସି ଅପରାହ୍ନ ୫ଟାରେ ଦୀର୍ଘ ପ୍ରାୟ ୬ଘଣ୍ଟା ପରେ ଶ୍ରୀଧରଙ୍କ ମୃତଦେହ ମଶାଣିକୁ ନେଇଥିଲେ। ସେହିପରି ସାହିର ଅନ୍ୟ ଲୋକମାନେ ସାହାଯ୍ୟ ନ କରିବାରୁ ଧନେଶ୍ୱରଙ୍କ ଏକମାତ୍ର ନାବାଳକ ପୁଅ ଜେଜେବାପାଙ୍କ ପାଇଁ ମଶାଣିକୁ ବାଉଁଶ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା। ଏଭଳି ଅଭାବନୀୟ ଦୃଶ୍ୟ ଗ୍ରାମବାସୀ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟ କରିବା ପାଇଁ ଆଗଭର ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

କୂଅରୁ ମିଳିଥିଲା ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri