ସାହିଗଳିରେ ବୁଲି ପରିବା ବିକୁଛନ୍ତି ମହିଳା

ପୁରୀ ଅଫିସ,୧୧ା୪: ବିଶ୍ୱମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ଗଡ଼ୁନି ଗାଡ଼ି, ଖୋଲୁନି ଦୋକାନ ବଜାର। ବାହାରକୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ବାହାରକୁ ବାହାରୁଥିବାରୁ ଅନେକ ସମୟରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରୁନାହିଁ। ତେଣୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ବିଶେଷକରି ପନିପରିବା କିଣିବା ପାଇଁ ହାଟ, ବଜାରରେ ଭିଡ଼କୁ ଦୃଷ୍ଟିରେ ରଖି କିପରି ଲୋକଙ୍କ ଘର ପାଖରେ ଏହା କିପରି ପହଞ୍ଚା ଯାଇପାରିବ ସେ ଦିଗରେ ବ୍ୟବସ୍ଥା ହୋଇଛି। ଆଉ ପ୍ରଶାସନକୁ ଏଭଳିସ୍ଥିତିରେ ସହଯୋଗ ପାଇଁ ଆଗେଇ ଆସିଛନ୍ତି ମିଶନ ଶକ୍ତି ଅଧୀନ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି) ମହିଳା। କରୋନା ବିରୋଧୀ ଲଢେଇରେ ଏମାନେ ବି ସାଜିଛନ୍ତି ଯୋଦ୍ଧା। ଟ୍ରଲିରେ ପରିବା ଲଦି ବିଭିନ୍ନ ୱାର୍ଡରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଶୁକ୍ରବାର ପୁରୀ ସହରର ଏକାଧିକ ୱାର୍ଡରେ ଏସ୍‌ଏଚ୍‌ଜି ମହିଳାମାନେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। କରୋନା ବିରୋଧୀ ଲଢେଇର ପ୍ରମୁଖ ଅସ୍ତ୍ର ହେଉଛି ଘରୁ ନ ବାହାରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା। ଯଦିବି କେହି ଅତ୍ୟାବଶ୍ୟକ କାମରେ ବାହାରୁଛନ୍ତି ତେବେ ସାମାଜିକ ଦୂରତା ରକ୍ଷା କରିବା ଲାଗି ସଚେତନ କରୁଛି ପ୍ରଶାସନ। କିନ୍ତୁ ଅଧିକାଂଶ ସମୟ ପରିବା ମାର୍କେଟରେ ଗହଳି ହେଉଥିବାରୁ ପ୍ରଶାସନ ସହରର ପ୍ରମୁଖ ତିନୋଟି ପରିବା ବଜାରକୁ ବନ୍ଦ କରିଦେଇଛି। ଗତ ରବିବାରଠାରୁ ବଡ଼ଶଙ୍ଖ, ମାର୍କେଟ ଛକ ଏବଂ ଲକ୍ଷ୍ମୀବଜାର ପରିବା ମାର୍କେଟକୁ ବନ୍ଦ ରଖାଯାଇଛି। ପରିବା ବ୍ୟବସାୟୀମାନେ ଚାହିଁଲେ ଗଳିକନ୍ଦିରେ ଠେଲା ଗାଡ଼ିରେ ପରିବା ବିକ୍ରି କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ମାତ୍ର କେଉଁଠୁ ଖୁଚୁରା ବ୍ୟବସାୟୀ ପରିବା କିଣି ବିକ୍ରି କରିବେ ତାକୁ ନେଇ ଯେଉଁ ସମସ୍ୟା ଥିଲା ତାହାକୁ ଦୂର କରିଛି ପ୍ରଶାସନ। ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ ବସିବା ଲାଗି ବୁଧବାର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଶୁକ୍ରବାରଠାରୁ ଏହି ହୋଲ୍‌ସେଲ ପରିବା ମାର୍କେଟ ଖୋଲିଛି। ଏଠାରୁ ରିଟେଲରମାନେ ପରିବା ନେଇ ବିଭିନ୍ନ ସାହିଗଳିରେ ବିକ୍ରି କରିପାରିବାର ବ୍ୟବସ୍ଥା ହୋଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେତେକ ଏସ୍‌ଏଚ୍‌ଜିକୁ ପ୍ରଶାସନ ଦାୟିତ୍ୱ ଦେଇଛି। ମହିଳାମାନେ ହୋଲ୍‌ସେଲ୍‌ ପରିବା ମାର୍କେଟରୁ କିଣି ଏହାକୁ ସହରର ବିଭିନ୍ନ ୱାର୍ଡ ଏବଂ ଜିଲାର ବିଭିନ୍ନ ଅଞ୍ଚଳରେ ବୁଲି ବିକ୍ରି କରୁଛନ୍ତି।
ଶୁକ୍ରବାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟରୁ ବିଭିନ୍ନ ପ୍ରକାର ସତେଜ ପରିବା ସୁଲଭ ମୂଲ୍ୟରେ କିଣିଥିଲେ। ଏହାକୁ ଟ୍ରଲି ଏବଂ ଠେଲାଗାଡ଼ିରେ ଆଣି ବିଭିନ୍ନ ୱାର୍ଡରେ ବିକ୍ରି କରୁଥିଲେ। ପୁରୀ ପୌରସଂସ୍ଥା ୧୯ ନଂ. ୱାର୍ଡର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଟ୍ରଲିରେ ପରିବା ବିକ୍ରି କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଅନ୍ୟ ଏସ୍‌ଏଚ୍‌ଜି ସଦସ୍ୟା ସହରର ବିଭିନ୍ନ ୱାର୍ଡରେ ପରିବା ବିକ୍ରି କରୁଥିଲେ। ଲୋକମାନେ ଘର ନିକଟରେ ନଗଦ ପରିବା ପାଇଁ ବେଶ୍‌ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା।
୧୯ ନଂ. ୱାର୍ଡର ଗୃହିଣୀ ପିଙ୍କି ଦାସ କହିଥିଲେ, ବଡ଼ଶଙ୍ଖ ପରିବା ମାର୍କେଟ ବନ୍ଦ ହେବା ପରେ ସାହିକୁ ଠେଲାଗାଡ଼ିରେ ଆସୁଥିବା ପରିବା ବ୍ୟବସାୟୀଙ୍କୁ ଅପେକ୍ଷା କରୁଥିଲୁ। ସମାନେ ବି ଯେଉଁ ପରିବା ଆଣୁଥିଲେ ଏତେଟା ସତେଜ ରହୁ ନ ଥିଲା। ମାତ୍ର ଏସ୍‌ଏଚ୍‌ଜି ମହିଳାମାନେ ଯେଉଁ ପରିବା ଆଣୁଛନ୍ତି ତାହା ସତେଜ ରହିଛି। ଦାମ୍‌ ବି ଅଧିକ ନ ଥିଲା। କରୋନା ଯୋଗୁ ଏବେ ଘରୁ ବାହାରକୁ ଯିବାକୁ ଚାହୁଁନୁ। ଏସ୍‌ଏଚ୍‌ଜି ମହିଳା ଏବେ ଘର ପାଖରେ ପରିବା ଆଣି ପହଞ୍ଚାଉଥିବା ନିଶ୍ଚିତ ପ୍ରଶାସନର ଏକ ଭଲ ପଦକ୍ଷେପ। ପରିବା ଭଳି ସେମାନଙ୍କୁ ଯଦି ରାଶନ ସାମଗ୍ରୀ ବିକ୍ରି କରିବାର ଅନୁମତି ଦିଆଯାଆନ୍ତା ତେବେ ଭଲ ହୁଅନ୍ତା ବୋଲି ପିଙ୍କି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

ଦାନ ଚୋରି ମାମଲାରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ କର୍ମଚାରୀଙ୍କୁ କରାଯିବ ବହିଷ୍କାର !

ଅଯୋଧ୍ୟା,୧୭।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣାର SIT ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ, ସୁପାରିଶ…

ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲେ ୩ ରଥ

ପୁରୀ,୧୭ା୭: ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ…

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…

ସଂସଦର ମୌସୁମୀ ଅଧିବେଶନ: ୭ଟି ବଡ଼ ବିଲ୍ ଆଗତ କରିବେ ସରକାର; ଗରମ ହେବ ‘ବନ୍ଦେ ମାତରମ୍’ ମୁଦ୍ଦା, ଜାଣନ୍ତୁ କେବେ ଆରମ୍ଭ?

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଏହିଥର କେନ୍ଦ୍ର ସରକାର ଅଧିବେଶନରେ ୭ଟି ବଡ଼ ବିଲ୍ ପେଶ୍ କରିବେ। ଏଥିମଧ୍ୟରୁ ୨ଟି ପୁରୁଣା…

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri