ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଏହିଥର କେନ୍ଦ୍ର ସରକାର ଅଧିବେଶନରେ ୭ଟି ବଡ଼ ବିଲ୍ ପେଶ୍ କରିବେ। ଏଥିମଧ୍ୟରୁ ୨ଟି ପୁରୁଣା ବିଲ୍ ଏବଂ ୫ଟି ପ୍ରଥମ ଥର ପାଇଁ ଆଗତ କରାଯାଉଛି। ସୂତ୍ର ଅନୁସାରେ, ମୌସୁମୀ ଅଧିବେଶନ ଜୁଲାଇ ୨୦ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିପାରେ।
କେନ୍ଦ୍ର ସରକାର ଅଧିବେଶନର ଏଜେଣ୍ଡା ସ୍ଥିର କରିସାରିଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ବିରୋଧୀ ମେଣ୍ଟ ଏହିଥର NEET-UG ପେପର ଲିକ୍, ନିଯୁକ୍ତି ପରୀକ୍ଷାରେ ଅନିୟମିତତା, ଅଯୋଧ୍ୟା ରାମ ମନ୍ଦିର ଦାନ ବିବାଦ, E20 ଇନ୍ଧନ ଏବଂ ବୈଦେଶିକ ନୀତି ଭଳି ମୁଦ୍ଦାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ଏଥିସହିତ ଅଧିବେଶନରେ ‘ବନ୍ଦେ ମାତରମ୍’ର ଅବମାନନା ସହ ଜଡ଼ିତ ମୁଦ୍ଦା ମଧ୍ୟ ତୀବ୍ର ହୋଇପାରେ।
୧୮ଶ ଲୋକ ସଭାର ୮ମ ମୌସୁମୀ ଅଧିବେଶନରେ ଆଗତ ହେବାକୁ ଥିବା ୫ଟି ନୂଆ ବିଲ୍:
-
ଆୟକର (ସଂଶୋଧନ) ବିଲ୍, ୨୦୨୬ (ଗୋଟିଏ ଅଧ୍ୟାଦେଶ ବଦଳରେ)
-
ଉଚ୍ଚତମ ନାୟାଳୟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬ (ଗୋଟିଏ ଅଧ୍ୟାଦେଶ ବଦଳରେ)
-
ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍, ୨୦୨୬
-
ଜାତୀୟ ସମ୍ମାନର ଅବମାନନା ପ୍ରତିରୋଧ (ସଂଶୋଧନ) ବିଲ୍, ୨୦୨୬
-
ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ (ସଂଶୋଧନ) ବିଲ୍, ୨୦୨୬
-
ଏହି ବିଲ୍ଗୁଡ଼ିକ ଉପରେ ରହିବ ସରକାର ଓ ବିରୋଧୀଙ୍କ ନଜର
-
ଆୟକର (ସଂଶୋଧନ) ବିଲ୍ ୨୦୨୬: ନିକଟରେ ଜାରି ହୋଇଥିବା ଅଧ୍ୟାଦେଶ ସ୍ଥାନରେ ଏହା ଲାଗୁ ହେବ।
-
ସୁପ୍ରିମ୍ କୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍ ୨୦୨୬: ଏହା ମାଧ୍ୟମରେ ସୁପ୍ରିମ୍ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କରିବା ପାଇଁ ଆସିଥିବା ଅଧ୍ୟାଦେଶକୁ ଆଇନଗତ ମଞ୍ଜୁରୀ ମିଳିବ।
-
ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ ୨୦୨୬: ଏହା ଅଧୀନରେ ଆଇନର ଧାରା ୧୩(୩) ରେ ସଂଶୋଧନ କରାଯାଇ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ନିୟମକୁ ଅଧିକ କଠୋର କରାଯିବ।
-
ଜାତୀୟ ସମ୍ମାନର ଅବମାନନା ପ୍ରତିରୋଧ (ସଂଶୋଧନ) ବିଲ୍ ୨୦୨୬: ଦେଶର ଜାତୀୟ ପ୍ରତୀକଗୁଡ଼ିକର ଅବମାନନା ରୋକିବା ପାଇଁ ୧୯୭୧ ର ଆଇନରେ ପରିବର୍ତ୍ତନ କରାଯିବ।
-
MSME ବିକାଶ (ସଂଶୋଧନ) ବିଲ୍ ୨୦୨୬: ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ର ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ଗଠନ କରିବାକୁ ଏଥିରେ ପ୍ରାବଧାନ ରହିଛି।

