ସାରା ବିଶ୍ୱ ଲକ୍‌ଡାଉନ୍‌ରେ ଥିବା ବେଳେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି ଚାଇନା

ବେଜିଂ,୨୬।୩: ସାରା ବିଶ୍ୱରେ ପ୍ରାୟ ୨୦ ପ୍ରତିଶତ ଜନସଂଖ୍ୟା କେରାନା ଭାଇରସ୍‌ ଯୋଗୁ ଏବେ ଲକ୍‌ଡାଉନ୍‌ରେ ରହିଛନ୍ତି। ମହାମାରୀ କରୋନାକୁ ରୋକିବା ପାଇଁ ଲୋକମାନେ ଘର ବନ୍ଦୀ ଥିବା ବେଳେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟରେ ତାଲା ପଡ଼ିଛି। ହେଲେ ଯେଉଁଠାରୁ କରୋନା ଭାଇରସ୍‌ ବ୍ୟାପିବା ଆରମ୍ଭ ହୋଇଥିଲା ସେଠାରେ ଏବେ ପରିସ୍ଥିତି ସ୍ବାଭାବିକ ହେଉଛି। ଚାଇନାରେ ଏବେ ସାଧାରଣ ଜୀବନ ଟ୍ରାକ୍‌କୁ ଫେରୁଥିବା ଦେଖିବାକୁ ମିଳିଛି। ହୁବାଇ ଅଞ୍ଚଳରେ ଯାତାୟତରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିବା ବେଳେ ଲୋକମାନେ ଘର ବହାରିବା ସହ ଟ୍ରେନ୍‌ ଓ ବସ୍‌ରେ ଯାତାୟାତ କରୁଛନ୍ତି।

ସେହିପରି ପ୍ରାୟ ୨ମାସ ପରେ ଚାଇନାର କାର୍ଯ୍ୟାଳୟ ଓ ଫ୍ୟାକ୍ଟ୍ରି ଖୋଲା ହୋଇଥିବା ବେଳେ ଲୋକେ ନିଜ କାର୍ଯ୍ୟକୁ ଫେରିଛନ୍ତି। ଲୋକମାନେ ଘରୁ ବାହାରି ରେଷ୍ଟୁରାଣ୍ଟ, ବଜାର, ମଲ୍‌ ଓ ହସ୍ପିଟାଲ ଆଦି ସ୍ଥାନକୁ ଯାଉଥିବାର ନଜର ଆସିଛି। ଫ୍ୟାକ୍ଟି ଖୋଲା ହେବାରୁ ଲୋକ ମାସ୍କ, ଜିପର ବ୍ୟାଗ ଓ କରୋନା ସହ ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀକୁ ତିଆରି କରିବାରେ ଲାଗିପଡ଼ିଛନ୍ତି। ତେବେ ଯେଉଁମାନେ କାର୍ଯ୍ୟକୁ ଫେରିଛନ୍ତି ସେମାନଙ୍କୁ ସରକାରଙ୍କ ଦ୍ୱାରା କରାଯାଇଥିବା କରୋନା ସମ୍ବନ୍ଧୀୟ କିଛି ନିୟମ ମାନିବାକୁ ବାଧ୍ୟ। କାରଣ ପୁଣି ଥରେ ଯେପରି ଏହି ସମସ୍ୟା ଭୋଗିବାକୁ ନ ପଡ଼େ। ଫାକ୍ଟ୍ରିରେ ଯାଉଥିବା ଲୋକଙ୍କୁ ପ୍ରତିଦିନ ୩୦ମିନିଟ୍‌ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଅପରପକ୍ଷେ କରୋନା ଆରମ୍ଭ ହୋଇଥିବା ସହର ଉହାନରେ ଲକ୍‌ଡାଉନ୍‌ ଏପ୍ରିଲ ୮ରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri