ସାରା ବିଶ୍ୱ ଲକ୍‌ଡାଉନ୍‌ରେ ଥିବା ବେଳେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି ଚାଇନା

ବେଜିଂ,୨୬।୩: ସାରା ବିଶ୍ୱରେ ପ୍ରାୟ ୨୦ ପ୍ରତିଶତ ଜନସଂଖ୍ୟା କେରାନା ଭାଇରସ୍‌ ଯୋଗୁ ଏବେ ଲକ୍‌ଡାଉନ୍‌ରେ ରହିଛନ୍ତି। ମହାମାରୀ କରୋନାକୁ ରୋକିବା ପାଇଁ ଲୋକମାନେ ଘର ବନ୍ଦୀ ଥିବା ବେଳେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟରେ ତାଲା ପଡ଼ିଛି। ହେଲେ ଯେଉଁଠାରୁ କରୋନା ଭାଇରସ୍‌ ବ୍ୟାପିବା ଆରମ୍ଭ ହୋଇଥିଲା ସେଠାରେ ଏବେ ପରିସ୍ଥିତି ସ୍ବାଭାବିକ ହେଉଛି। ଚାଇନାରେ ଏବେ ସାଧାରଣ ଜୀବନ ଟ୍ରାକ୍‌କୁ ଫେରୁଥିବା ଦେଖିବାକୁ ମିଳିଛି। ହୁବାଇ ଅଞ୍ଚଳରେ ଯାତାୟତରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିବା ବେଳେ ଲୋକମାନେ ଘର ବହାରିବା ସହ ଟ୍ରେନ୍‌ ଓ ବସ୍‌ରେ ଯାତାୟାତ କରୁଛନ୍ତି।

ସେହିପରି ପ୍ରାୟ ୨ମାସ ପରେ ଚାଇନାର କାର୍ଯ୍ୟାଳୟ ଓ ଫ୍ୟାକ୍ଟ୍ରି ଖୋଲା ହୋଇଥିବା ବେଳେ ଲୋକେ ନିଜ କାର୍ଯ୍ୟକୁ ଫେରିଛନ୍ତି। ଲୋକମାନେ ଘରୁ ବାହାରି ରେଷ୍ଟୁରାଣ୍ଟ, ବଜାର, ମଲ୍‌ ଓ ହସ୍ପିଟାଲ ଆଦି ସ୍ଥାନକୁ ଯାଉଥିବାର ନଜର ଆସିଛି। ଫ୍ୟାକ୍ଟି ଖୋଲା ହେବାରୁ ଲୋକ ମାସ୍କ, ଜିପର ବ୍ୟାଗ ଓ କରୋନା ସହ ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀକୁ ତିଆରି କରିବାରେ ଲାଗିପଡ଼ିଛନ୍ତି। ତେବେ ଯେଉଁମାନେ କାର୍ଯ୍ୟକୁ ଫେରିଛନ୍ତି ସେମାନଙ୍କୁ ସରକାରଙ୍କ ଦ୍ୱାରା କରାଯାଇଥିବା କରୋନା ସମ୍ବନ୍ଧୀୟ କିଛି ନିୟମ ମାନିବାକୁ ବାଧ୍ୟ। କାରଣ ପୁଣି ଥରେ ଯେପରି ଏହି ସମସ୍ୟା ଭୋଗିବାକୁ ନ ପଡ଼େ। ଫାକ୍ଟ୍ରିରେ ଯାଉଥିବା ଲୋକଙ୍କୁ ପ୍ରତିଦିନ ୩୦ମିନିଟ୍‌ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଅପରପକ୍ଷେ କରୋନା ଆରମ୍ଭ ହୋଇଥିବା ସହର ଉହାନରେ ଲକ୍‌ଡାଉନ୍‌ ଏପ୍ରିଲ ୮ରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri