ସାରା ଦେଶରେ ଲାଗୁ ହେବ ଏକକ ଇ-ଟୋଲ ଆଦାୟ ବ୍ୟବସ୍ଥା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ଏକକ ଇ(ଇଲେକ୍ଟ୍ରୋନିକ)-ଟୋଲ୍‌ ଆଦାୟ ବ୍ୟବସ୍ଥ। ବର୍ତ୍ତମାନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ ଆର୍‌ଏଫ୍‌ଆଇଡି (ରେଡିଓ ଫ୍ରିକ୍ୟୁନ୍ସି ଆଇଡିଏଣ୍ଟିଫିକେଶନ) ଆଧାରିତ ‘ଫାଷ୍ଟାଗ’ ଜରିଆରେ ଟୋଲ୍‌ ଆଦାୟ କରାଯାଉଛି। ତେବେ ରାଜ୍ୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ ସାଧାରଣ ପଦ୍ଧତିରେ ଟୋଲ ଆଦାୟ କରାଯାଏ। ଏହାଦ୍ୱାରା ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ ‘ଫାଷ୍ଟାଗ’ ଅଧୀନକୁ ଆଣିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଫଳରେ ସାରା ଦେଶରେ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ। ଏଥିପାଇଁ ଭାରତୀୟ ରାଜପଥ ପରିଚାଳନା କମ୍ପାନୀ ଲିଃ (ଆଇଏଚ୍‌ଏମ୍‌ସିଏଲ) ପକ୍ଷରୁ ଟୋଲ ପ୍ଲାଜାଗୁଡ଼ିକୁ ଫାଷ୍ଟାଗ ଅଧୀନରେ ସାମିଲ କରିବା ଲାଗି ରାଜ୍ୟ ସରକାରଙ୍କୁ ଏହି ଯୋଜନାର ଗାଇଡଲାଇନ ପ୍ରଦାନ କରାଯାଇଛି।
ଆଧୁନିକ ଫାଷ୍ଟାଗ ବ୍ୟବସ୍ଥାରେ ୬୦ ଲକ୍ଷ ଟ୍ୟାଗକୁ ସାମିଲ କରାଯାଇପାରିବ। ଦୈନିକ ୧୦ ଲକ୍ଷ କାରବାର ହୋଇପାରିବ। ଏହି ବୃହତ୍‌ ବ୍ୟବସ୍ଥା ମଧ୍ୟକୁ ଯଥାଶୀଘ୍ର ରାଜ୍ୟ କର୍ତ୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକୁ ଆଣିବା ଲାଗି ଯୋଜନାରେ ବ୍ୟବସ୍ଥା ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଇଏଚ୍‌ଏମ୍‌ସିଏଲ ପକ୍ଷରୁ ରାଜ୍ୟଗୁଡ଼ିକୁ ଇ-ଟୋଲ ଆଦାୟ ଭିତ୍ତିଭୂମି ନିର୍ମାଣ ଲାଗି ୫୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଆଇଏଚ୍‌ଏମ୍‌ସିଏଲ ପକ୍ଷରୁ କେତେକ ରାଜ୍ୟ/କର୍ତ୍ତୃପକ୍ଷଙ୍କ ସହିତ ଫାଷ୍ଟାଗ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ବୁଝାମଣା ସ୍ବାକ୍ଷର କରାଯାଇଛି। ଚଳିତବର୍ଷ ଡିସେମ୍ବର ପହିଲାଠାରୁ ସମସ୍ତ ଜାତୀୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ଫାଷ୍ଟାଗ ଜରିଆରେ ଟୋଲ ଆଦାୟକୁ ବାଧ୍ୟତାମୂଳକ କରାଯିବ। ସେହିପରି ଫାଷ୍ଟାଗ ସହିତ ଇ-ୱେ ବିଲ୍‌ ବ୍ୟବସ୍ଥାକୁ ଯୋଡ଼ିବା ଲାଗି ଆଇଏଚଏମସିଏଲ ଏବଂ ଜିଏସଟି ନେଟୱର୍କ (ଜିଏସଟିଏନ) ମଧ୍ୟରେ ଆଉ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏପ୍ରିଲ ୨୦୨୦ ଠାରୁ ସର୍ବଭାରତୀୟ ସ୍ତରରେଏହାକୁ ବାଧ୍ୟତାମୂଳକ କରାଯିବ। ଫଳରେ ଜିଏସଟି ୱେ-ବିଲ୍‌ ଖୋଜିବା ଓ ଠାବ କରିବା ବ୍ୟବସ୍ଥା ଅଧିକ ଦକ୍ଷ ହୋଇପାରିବ। ଏହାଛଡ଼ା ଟୋଲ ପ୍ଲାଜାଗୁଡ଼ିକରେ ରାଜସ୍ବ ଠକେଇକୁ ଧରିବା ସହଜ ହେବ। ଏହି ସଂଯୋଗ ଫଳରେ ରାଜସ୍ବ ଆଦାୟ କର୍ତ୍ତୃପକ୍ଷ ସାମଗ୍ରୀ ପରିବହନ କରୁଥିବା ବାହନଗୁଡ଼ିକ ଠିକ୍‌ ଲକ୍ଷ୍ୟପଥରେ ଯାଉଛନ୍ତି କି ନାହିଁ ଧରିବା ଲାଗି ସକ୍ଷମ ହୋଇପାରିବେ। ପ୍ରତ୍ୟେକ ଟୋଲ ପ୍ଲାଜା ନିକଟରୁ ମିଳୁଥିବା ଏସ୍‌ଏମ୍‌ଏସ୍‌ ଆଲର୍ଟ ଜରିଆରେ ଯୋଗାଣକାରୀ ଏବଂ ପରିବହନକାରୀ ସେମାନଙ୍କ ବାହନକୁ ଠାବ କରିବାରେ ସକ୍ଷମ ହେବ। ଏହି ବ୍ୟବସ୍ଥା ଜରିଆରେ ଗୋଟିଏ ପ୍ରକାରର ଫାଷ୍ଟାଗ ବାହନର ଝରକା କାଚରେ ଲଗାଯିବ। ଏହାରି ମାଧ୍ୟମରେ ଦେଶବ୍ୟାପୀ ସମସ୍ତ ଟୋଲ ପ୍ଲାଜାରେ ଟୋଲ ପୈଠ କରାଯାଇପାରିବ। ଏହା ଦେଶର ଜିଡିପି କ୍ଷତିକୁ ମଧ୍ୟ ହ୍ରାସ କରିବ। କାରଣ ଟୋଲ ପ୍ଲାଜାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଯୋଗୁ ହେଉଥିବା ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଏହି ପଦକ୍ଷେପ ସମୟ ବଞ୍ଚାଇବା ସହିତ ପ୍ରଦୂଷଣ ମଧ୍ୟ କମାଇବ। ଖୁବ୍‌ଶୀଘ୍ର ଦେଶର କୌଣସି ଟୋଲ ପ୍ଲାଜାରେ କାହାରିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଗଡକରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri