ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା:ଜାତୀୟ ଭତ୍ତା ପାଇବା ଅପେକ୍ଷାରେ ଅଛନ୍ତି ୨୪୨୨ଜଣ

ଯାଜପୁର ଅଫିସ,୨୮।୮- ଯାଜପୁର ଜିଲାରେ ମୋଟ ୬୧,୨୧୧ ଜଣ ବ୍ୟକ୍ତି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ୧୯,୬୪୪ ଜଣ ବିଧବା ଭତ୍ତା ଓ ୪,୬୨୩ ଜଣ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଏଥିରୁ ଶତକଡା ୭୨ଭାଗ ଆଧାର ସଂଯୋଗୀକରଣ କରାଯାଇଛି। କିନ୍ତୁ ଅତିରିକ୍ତ ଭାବେ ୨,୪୨୨ ଜଣଙ୍କୁ ଜାତୀୟ ଭତ୍ତା ପ୍ରଦାନର ଆବଶ୍ୟକ ରହିଛି। ଏଥିପାଇଁ ହିତାଧିକାରୀମାନେ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ଏହାସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୧୪୩ ଜଣଙ୍କଠାରୁ ଆବେଦନ ମିଳିଥିବାବେଳେ ୭୮ଟି ମଞ୍ଜୁର ହୋଇଛି। ଅନ୍ୟ ୬୫ଟିର ଅନୁଧ୍ୟାନ ଚାଲିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା ବୈଠକରେ ଏହି ତଥ୍ୟ ଜଣାପଡିଛି। ମଙ୍ଗଳବାର ସର୍କିଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରି ପ୍ରତ୍ୟେକ ନିଷ୍ଠାର ସହ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ପ୍ରତିଟି କାର୍ଯ୍ୟରେ ୫-ଟି ସୂତ୍ରକୁ ଗ୍ରହଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ମଧୁବାବୁ ପେନ୍‌ସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ୮୫,୬୯୬ ଜଣ, ବିଧବା ଭତ୍ତା ୩୫,୧୦୩ ଓ ୧୬,୧୨୭ ଜଣ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି ବୋଲି ସୂଚନା ଦିଆଯାଇଥିଲା। ତେବେ ଏହି ଭତ୍ତାର ୧୦୦ ଭାଗ ହିତାଧିକାରୀ ଡିଜିଟାଲ ହୋଇଥିବାବେଳେ ମଧୁବାବୁ ପେନ୍‌ସନ ଯୋଜନାରେ ଅତିରିକ୍ତ ୨୭,୦୪୪ ଜଣଙ୍କୁ ଭତ୍ତା ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ୨୦୧୮-୧୯ ରେ ବାଣିଶ୍ରୀ ଯୋଜନାରେ ୨୨୮୨ ଜଣ ଉପକୃତ ହୋଇଥିବାବେଳେ ୨୦୧୯-୨୦ରେ ୨୧୭୮ଜଣଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦୧୮-୧୯ରେ ୨୭ଜଣଙ୍କୁ ଓ ୨୦୧୯-୨୦ରେ ୯ଜଣଙ୍କୁ ସହାୟତା ମିଳିଥିବାବେଳେ ସିଆର୍‌ଆଇ ସହାୟତାରେ ୨୦୧୮-୧୯ରେ ୧୩୭ ଜଣଙ୍କୁ ଓ ୨୦୧୯-୨୦ରେ ୯ଜଣଙ୍କୁ ସହାୟତା ମିଳିଥିବାବେଳେ ସିଆରଆଇ ସହାୟତାରେ ୨୦୧୮-୧୯ରେ ୧୩୭ ଜଣଙ୍କୁ ଓ ୨୦୧୯-୨୦ରେ ଅଦ୍ୟାବଧି ୧୧ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି ା ଜିଲାରେ ଚାଲୁଥିବା ୪ଟି ସ୍ବତନ୍ତ୍ର ବିଦ୍ୟାଳୟରେ ୩୪୮ ଛାତ୍ରୀଛାତ୍ର ଥିବାବେଳେ ୩୪ ଶିକ୍ଷକ ଓ ୩୨ ଜଣ ଅଣଶିକ୍ଷକ ରହିଛନ୍ତି ା ୨୦୧୮ ପର୍ଯ୍ୟନ୍ତ ୧୩୧୧ ଜଣଙ୍କୁ ବିଭିନ୍ନ ଭିନ୍ନକ୍ଷମ ଉପକରଣ ବଣ୍ଟାଯାଇଥିବାବେଳେ ୨୦୧୮-୧୯ରେ ୧୮୮ ଜଣ ବିବିଧ ଉପକରଣ ପ୍ରଦାନ କରାଯାଇଥିଲା ା ଭିନ୍ନକ୍ଷମ ଯଦି ସକ୍ଷମଙ୍କୁ ବିବାହ କରନ୍ତି ସେ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଇଥାଏ ା ବର୍ତ୍ତମାନ ସୁଦ୍ଧା ୨୨ଟି ମଞ୍ଜୁର ହୋଇଥିବାବେଳେ ୧୫ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ମିଶନ କ୍ଷମତା ନାମରେ ଭିନ୍ନକ୍ଷମ ସ୍ବୟଂ ସହାୟକ ୫୩ଟି ଗୋଷ୍ଠୀଙ୍କୁ ୯,୭୦,୦୦୦ ଟଙ୍କା ପ୍ରଦାନ କରାଯାଇଛି ା ସେହିପରି ଜିଲାରେ ଓରେଡା ପକ୍ଷରୁ ୧୨,୫୫୯ ଟି ବାୟୋ ଗ୍ୟାସ ପ୍ଲାଣ୍ଟ ବା ଜୈବିକ ବାଷ୍ପ କାରଖାନା କରାଯାଇଛି ା ଜିଲାର ୧୦୦୦ଟି ବିଦ୍ୟାଳୟରେ ପରିଷଦ ଚୁଲା ବ୍ୟବସ୍ଥା ହୋଇଛି ା ତେବେ ଏହି ଚୁଲାଗୁଡିକୁ ଅନୁଧ୍ୟାନ ପାଇଁ ମନ୍ତ୍ରୀ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଜିଲାର ୯ଟି ବ୍ଲକରେ ୩୪୮ ଗୋଟି ସୌର ଲଣ୍ଠନ ବଣ୍ଟନ କରାଯାଇଛି ା ସୌର ଶକ୍ତି ପ୍ରକଳ୍ପ ଭାବେ ୨.୫ କିଲୋୱାଟର ପ୍ଲାଣ୍ଟ ମଙ୍ଗଳପୁର ପୋଲିସ ଷ୍ଟେଶନ, କାଳିଆପାଣି ପୋଲିସ, ବରୀ ରାମଚନ୍ଦ୍ରପୁର ଓ ଟମ୍‌କା ପୋଲିସ ଷ୍ଟେଶନ ସହ ରାମ୍ପିଲୋ ଆଦର୍ଶ ବିଦ୍ୟାଳୟରେ ସ୍ଥାପନ କରାଯାଇଛି ା ୨୬୨ ଟି ସୋଲାର ପମ୍ପ ମାଧ୍ୟମରେ ପାନୀୟ ଜଳ ବ୍ୟବସ୍ଥା ହୋଇଛି ା ୧୧ଟି ଜଳସେଚିତ, ସୌର ପମ୍ପ ଚାଷ ପାଇଁ ବ୍ୟବହୃତ ହେଉଥିବାବେଳେ ଯାଜପୁର ଉତ୍କଳ ବାଳାଶ୍ରମରେ ୫୦୦ଲିଟର କ୍ଷମତା ବିଶିଷ୍ଟ ଗରମ ପାଣି ପାଇଁ ସୋଲାର ପ୍ରୋଜେକ୍ଟର ବ୍ୟବସ୍ଥା କରାଯାଇଛି ା ଏହି ସମୀକ୍ଷା ବୈଠକରେ ବରୀ ବିଧାୟିକା ସୁନନ୍ଦା ଦାସ, ଜିଲାପାଳ ରଞ୍ଜନ କୁମାର ଦାସ, ସାମାଜିକ ସୁରକ୍ଷା ନିଦେର୍ଦଶକ ବ୍ରତତି ହରିଚନ୍ଦନ, ପ୍ରକଳ୍ପ ନିର୍ଦ୍ଦେଶକ ମନୋଜକୁମାର ବେହେରା, ଅତିରିକ୍ତ ଜିଲାପାଳ ମହିର ପ୍ରସାଦ ମହାନ୍ତି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri