ସାମାଜିକ ସଂହତିର ସେତୁବନ୍ଧ ‘ଲୋକକଳା’

(ରତନ ନାୟାର)
ଢେଙ୍କାନାଳ ଅଫିସ, ୧୮।୧୦ ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି ଲୋକକଳା। ତେବେ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ଲୋକକଳାରେ ଧସେଇ ପଶିଲା ଉଗ୍ର ଆଧୁନିକତା। ପରିସ୍ଥିତି ଏମିତି ହେଲା ଯେ, କଳାକାରମାନେ ମୁଖ୍ୟସ୍ରୋତରୁ ଦୂରେଇ ଗଲେ। ସେମାନଙ୍କୁ ଘାରିଲା ପେଟପାଟଣା ଚିନ୍ତା। କିଏ ଦାଦନ ଖଟିଲା ତ ଆଉ କିଏ ଅନ୍ୟ ବୃତ୍ତି ଆଡ଼େ ମୁହଁାଇଲା। ମଳିନ ପଡ଼ିଲା କଳାବିଭବ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗ୍ରାମାଞ୍ଚଳର କଳା ସଂସ୍କୃତିକୁ ପୁନରୁଦ୍ଧାର କରିବାକୁ ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ହେଲା ଜିଲା ଓ ବ୍ଲକ କଳା ସଂସ୍କୃତି ସଂଘ। ତଦନୁଯାୟୀ ଢେଙ୍କାନାଳ ଜିଲାରେ ଗଠିତ ୨ଟି ସଂଘ ଲୋକକଳାକୁ ଯୋଗାଇଲେ ପ୍ରୋତ୍ସାହନ।
୨୦୧୫-୧୬ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଉଦ୍ୟମରେ କଳାକାରଙ୍କୁ ସଙ୍ଗଠିତ କରାଯାଇଥିଲା। ଏହାପରେ ୨୦୧୬ରେ ସଫଳତାର ସହ ଆୟୋଜିତ ହେଲା ଜିଲା ଲୋକକଳା ମହୋତ୍ସବ। ଏହାପରଠାରୁ ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ମେଳାପଡିଆରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ୩ଦିନିଆ ଲୋକକଳା ମହୋତ୍ସବ। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୧ରୁ ୨୦୧୯ ମଧ୍ୟରେ ଲୋକକଳା ଏବଂ ଏହାକୁ ବଞ୍ଚାଇ ରଖିଥିବା କଳାକାରଙ୍କୁ ପ୍ରୋତ୍ସାହିତ କରାଯାଇଛି। ଏଥିରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ପ୍ରତ୍ୟାର୍ପଣ ପାଣ୍ଠି ବିନିଯୋଗ ମାଧ୍ୟମରେ ଖର୍ଚ୍ଚ ହୋଇଛି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ଏଥିସହ ୧୦ହଜାରରୁ ଊର୍ଦ୍ଧ୍ୱ ସରକାରୀ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ୫୦ହଜାରରୁ ଊର୍ଦ୍ଧ୍ୱ କଳାକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଉପକୃତ ହୋଇଛନ୍ତି। ୧୧୭୮ଜଣ କଳାକାରଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇଛି। କାମାକ୍ଷାନଗର ବ୍ଲକ ରାୟନୃସିଂହପୁରକୁ ମିଳିଛି ଲୋକକଳା ଗ୍ରାମର ମାନ୍ୟତା। ଲୋକକଳାର ସଂରକ୍ଷଣ କ୍ଷେତ୍ରରେ ଅବଦାନ ଲାଗି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୫-୧୬ରେ ଢେଙ୍କାନାଳକୁ ଦିଆଯାଇଥିଲା ପ୍ରଥମ ଆଦର୍ଶ ଜିଲାର ମାନ୍ୟତା। ଲୋକକଳାର ପ୍ରସାର ଲାଗି ଲଗାତର ୩ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛି ଜିଲା। ଜିଲାର ୧୪ ପ୍ରକାରର ଲୋକକଳା ମଧ୍ୟରେ ଗୋପାଳଲଉଡ଼ି, ପାଲା, ଦାସକାଠିଆ, ଧୁଡୁକି, ଦଣ୍ଡ, ପାଇକଆଖଡା, ଘୁମୁରା, ଘଣ୍ଟବାଦ୍ୟ, ମୃଦଙ୍ଗ, ଘୋଡ଼ାନାଚ, କଣ୍ଢେଇନାଚ, ସଂକୀର୍ତ୍ତନ, ଖଞ୍ଜଣି ବାଦନ ଏବଂ ଆଦିବାସୀ ନୃତ୍ୟ ଅନ୍ୟତମ। ପରଜଙ୍ଗର ଘଣ୍ଟବାଦ୍ୟ, କଙ୍କଡ଼ାହାଡ଼, ସଦର, ଗଁଦିଆ ବ୍ଲକର ଆଦିବାସୀ ଓ ଘୁମୁରା ନୃତ୍ୟ, ହିନ୍ଦୋଳ, ଗଁଦିଆ, ଓଡ଼ାପଡ଼ାର ଦଣ୍ଡନୃତ୍ୟ ସୁନାମ ଅର୍ଜିଛି। ଗ୍ରାମାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଆବାସ ଯୋଜନା, ଭତ୍ତା କାର୍ଯ୍ୟକ୍ରମ, ସମାଜ କଲ୍ୟାଣ ଯୋଜନାକୁ ଲୋକକଳା ମାଧ୍ୟମରେ ପ୍ରଚାର କରାଯାଉଛି। ସହାୟତା ଏବଂ ପ୍ରୋତ୍ସାହନ ବଢିଲେ ଜିଲାର ଲୋକ ସଂସ୍କୃତି ବିଶ୍ୱବ୍ୟାପୀ ପରିଚୟ ସୃଷ୍ଟି କରିବ ବୋଲି ସଂସ୍କୃତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri