ସାମାଜିକ ବାସନ୍ଦ ବିରୋଧରେ ଦୃଢ଼ ହେଲେ ପ୍ରମିଳା

ଗୁଡ଼ଭେଲା, ୩।୧ (ଡ଼ି.ଏନ.ଏ.): ବାପାଙ୍କ ମୃତଦେହ ଘରେ ୨ ଦିନ ହେଲା ପଡ଼ିଥିଲା। ମୁଣ୍ଡପିଟି କାନ୍ଦୁଥିଲେ ପରିବାର ଲୋକେ। ଶୋକରେ କାହାର ପାଟି ଫିଟୁ ନ ଥିଲା। ମୃତଦେହ ସତ୍କାର ହୋଇ ନ ଥିବାରୁ ଭୋକ ଉପାସରେ ରହିଥିଲେ ସାରା ପରିବାର। ଏମିତି ପରିସ୍ଥିତିରେ ଜାତିଭାଇ କି ଅନ୍ୟ କେହି ଆଡ଼ ଆଖିରେ ଚାହିଁବାକୁ ଆସିଲେନି। ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦର ଦୁର୍ଦ୍ଦଶା ଭୋଗୁଥିବା ଏହି ପରିବାର ପାଇଁ କେହି ସାହା ଭରସା ବି ନ ଥିଲେ।
ଏପରି ଅବସ୍ଥାରେ ଝିଅ ନିଜ କୋହକୁ ଛାତିରେ ଚାପି ଧରିଥିଲେ। ଦୃଢ଼ କରିଥିଲେ ନିଜ ମନୋବଳ। ଦୁଇ ହାତରେ ପୋଛି ଦେଇଥିଲେ ନିଜ ଆଖିର ଲୁହ। ଆଉ କାହାକୁ ଅପେକ୍ଷା ନ କରି ନିଜ ବାଡ଼ି ପଟେ ବାପାଙ୍କ ମୃତଦେହ ସତ୍କାର କରିଥିଲେ ସେ…।
ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଘୁନା ଗାଁରେ ଗୁରୁବାର ଘଟିଛି ଏହି ଅଭାବନୀୟ ଘଟଣା। ସେହି ଗାଁର ବାଳି ସେଲମା(୭୦)ଙ୍କ ଏକମାତ୍ର ଝିଅ ପ୍ରମିଳା କିଛି ବର୍ଷ ତଳେ ଅନ୍ୟଜାତିର ସୁଦେର ମାଝିଙ୍କୁ ପ୍ରେମ ବିବାହ କରିଥିଲେ। ଏହି ଘଟଣା ପରେ ବାଳିଙ୍କ ପରିବାରକୁ ଜାତିଭାଇ ଗାଁରୁ ବାସନ୍ଦ କରି ଦେଇଥିଲେ। ଜାତିର ଚାପ ଓ ଏକଘରକିଆ ହେବା ଭୟରେ ବାଳି ଝିଅ ପାଇଁ ଶୁଦ୍ଧି ହୋଇଥିଲେ। ବିବାହ ପରେ ସୁଦେର ଓ ପ୍ରମିଳା କଳାହାଣ୍ଡି ଜିଲା ମ.ରାମପୁରରେ ରହୁଥିଲେ। ବିବାହର ୨ ବର୍ଷ ପରେ ତାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ହେଲେ ଏହାର କିଛିଦିନ ପରେ ସୁଦେରଙ୍କ ପରଲୋକ ଘଟିଥିଲା। ଏପରି ଅବସ୍ଥାରେ ଝିଅ ଓ ନାତିର ଦୟନୀୟ ଅବସ୍ଥାକୁ ଦେଖି ବାଳି ସହି ପାରି ନ ଥିଲେ। ସାମାଜିକ ବାସନ୍ଦ ଭୟକୁ ଖାତିର ନ କରି ସେ ଝିଅ ଓ ନାତିଙ୍କୁ ନିଜ ଘରକୁ ନେଇ ଆସି ରଖିଥିଲେ। ଫଳରେ ବାଳିଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା। ଶେଷରେ ଗାଁ ବାହାରେ ଥିବା ନିଜ କ୍ଷେତରେ କୁଡ଼ିଆ କରି ବାଳି ନିଜ ଝିଅ ଓ ନାତିଙ୍କ ସହ ରହୁଥିଲେ।
ଗତ ୨ ମାସ ଧରି ଅସୁସ୍ଥ ଥିବା ବାଳିଙ୍କ ଗତ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଥିଲା। ଗାଁରେ ଥିବା ବାଳିଙ୍କ ନିଜ ଭାଇ, ବନ୍ଧୁ ଓ ସମ୍ପକୀୟମାନେ ଏହି ଦୁଃଖଦ ଖବର ଜାଣିବା ପରେ ବି ସାମାଜିକ ବାସନ୍ଦ ହେବା ଭୟରେ କେହି ତାଙ୍କ ଘରକୁ ଯାଇ ନ ଥିଲେ। ଫଳରେ ବୁଧବାର ପର୍ଯ୍ୟନ୍ତ ବାଳିଙ୍କ ମୃତଦେହ ସେହି କୁଡିଆରେ ପଡି ରହିଥିଲା। ଗୁରୁବାର ସହାନୁଭୂତି ଦେଖାଇ ଅନ୍ୟ ଜାତିର ଲୋକେ ଦାହକାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପ୍ରମିଳାଙ୍କୁ କାଠ ଦେଇଥିଲେ। କିନ୍ତୁ କେହି ମୃତଦେହ ଛୁଇଁ ନ ଥିଲେ। ଏପରି ସ୍ଥିତିରେ ପ୍ରମିଳା ନିଜକୁ ଦୃଢ଼ କରିଥିଲେ। ନିଜେ ବାପାଙ୍କ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ପ୍ରମିଳା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ବାପାଙ୍କ ମୃତଦେହକୁ ଘରେ ଥିବା ଖଟିଆରେ ରଖିଥିଲେ। ଏହି ଖଟିଆକୁ ଘରଠାରୁ ପ୍ରାୟ ୫୦ ମିଟର ଦୂର ନିଜ ଚାଷ ଜମିକୁ ଟାଣି ଟାଣି ନେଇଥିଲା। ଗାଁ ଲୋକ ଦେଇଥିବା କାଠକୁ ବାପାଙ୍କ ମୃତଦେହ ଉପରେ ରଖି ମୁଖାଗ୍ନି ଦେଇଥିଲେ। ଏଥିରେ ପ୍ରମିଳାଙ୍କ ୫ ବର୍ଷର ପୁଅ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri