ସାବିତ୍ରୀଙ୍କ ପ୍ରଶ୍ନ: ୭୫ ହେଲାଣି, କୋଉ ବୟସରେ ମିଳିବ ଆବାସ

କୁନ୍ଦୁରା,୨୨ା୮(ଡି.ଏନ୍‌.ଏ.): ବୟସ ପ୍ରାୟ ୭୫ ପାଖାପାଖି । ଚାଲିବାକୁ ଅସମର୍ଥ ହୋଇପଡିଥିବା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ନ ଯାଇ ଧଇଁସଇଁ ହୋଇ ବଞ୍ଚତ୍ଛନ୍ତି, ଚାଲିଛନ୍ତି ସାବିତ୍ରୀ। କୋରାପୁଟ ଜିଲା କୁନ୍ଦୁରା ବ୍ଲକ ନବଗଠିତ ପଖନାଗୁଡା ସଦର ମହକୁମାର ସାବିତ୍ରୀ ବିଷୋୟୀ। ଭଙ୍ଗାରୁଜା ଅବସ୍ଥାରେ ରହିଥିବା ଏକ ନୁଆଣିଆ ଚାଳଘରେ ଦୀର୍ଘ ଦୁଇ ଦଶନ୍ଧି ଧରି ସେ ରହି ଆସୁଛନ୍ତି। ଖାଇଲୁ କି ବୋଲି ପଚାରିବା ପାଇଁ କେହି ନାହାନ୍ତି। ସାବିତ୍ରୀ ବର୍ତ୍ତମାନ ଏକାକୀ ଅସହାୟ ଅବସ୍ଥାରେ ରହୁଥିବା ବେଳେ ନିଜେ ଖଟିଲେ ପେଟକୁ ଖାଇବା ଯାଉଛି। ବ୍ଲକ ପ୍ରଶାସନ, ପଞ୍ଚାୟତ, ସରପଞ୍ଚ ସମସ୍ତେ ତାଙ୍କୁ ଉପରଠାଉରିଆ ସମବେଦନ, ପ୍ରତିଶ୍ରୁତି ଦେଇଚାଲିଛନ୍ତି।
କୁନ୍ଦୁରା ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତରେ ସାବିତ୍ରୀ ବିବାହ କରିଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ପଖନାଗୁଡ଼ାଠାରେ ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହୁଥିବା ଗ୍ରାମର ମୁଖିଆ ନରେନ୍ଦ୍ର ପ୍ରଧାନ କହିଛନ୍ତି। ବାଲ୍ୟ ଅବସ୍ଥାରେ ବିଧବା ହୋଇଥିବା ବେଳେ ନିଜର ବୋଲି ଆଉ କେହି ନାହାନ୍ତି। ସାହି ପଡୋଶୀଙ୍କ ଆଶାରେ ଜୀବନ ବିତାଉଛନ୍ତି ସାବିତ୍ରୀ। ଗତବର୍ଷ ଶୀତଦିନେ ଘରେ ଶୋଇଥିବା ବେଳେ ଚାଳଘରେ ନିଆଁ ଲାଗିଯାଇଥିଲା। ଜୀବନ ବର୍ତ୍ତିଗଲା ସତ, କିନ୍ତୁ ଗୋଟିଏ ଗୋଡ଼ ପୋଡିଯିବାରୁ ଭିନ୍ନକ୍ଷମ ପାଲଟି ଯାଇଛନ୍ତି ସାବିତ୍ରୀ। ସରକାରଙ୍କ ଯୋଜନା ମୁତାବକ ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଚାଉଳ। ଏତିକିରେ ସେ ଜୀବନ କାଟୁଛନ୍ତି। ୨୦୧୧ ସର୍ବେକ୍ଷଣ ଅନୁଯାୟୀ ଏସିସିସି ତାଲିକାରେ ନାମ ନ ଥିବା ଯୋଗୁ ସେ ଆବାସ ଯୋଜନାରୁ ବଞ୍ଚତ୍ତ ରହୁଥିବା ସ୍ବୀକାର କରିଛି ପ୍ରଶାସନ। ଖାଲି ସେତିକି ନୁହେଁ ଏସିସିସି ତାଲିକାରେ ସାଧାରଣ, ଏସ୍‌ସି, ଏସ୍‌ଟିଙ୍କୁ ସ୍ଥାନିତ କରିବାରେ ତ୍ରୁଟି ରହିଥିବା ଯୋଗୁ ସାବିତ୍ରୀଙ୍କୁ ମଧ୍ୟ ଏହାର ଫଳ ଭୋଗିବାକୁ ପଡୁଛି। ଏଭଳି ତ୍ରୁଟିକୁ ବ୍ଲକ ପ୍ରଶାସନ ଜଣାଇଥିଲେ ଜିଲାପାଳ କିମ୍ବା ପ୍ରକଳ୍ପ ନିର୍ଦ୍ଦେଶକ ଏହାର ସଂଶୋଧନ କରିପାରିଥାନ୍ତେ। କିନ୍ତୁ ବ୍ଲକ ପ୍ରଶାସନର ଚରମ ଅବହେଳା ଯୋଗୁ ସାବିତ୍ରୀଙ୍କ ଭଳି ଅନେକ ଗରିବ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚତ୍ତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri