ସାନତିହାଡ଼ା ଗ୍ରାମରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେଲେ

ଜଗତ୍‌ସିଂହପୁର ଅଫିସ,୨୬ା୧୦: ଜଗତ୍‌ସିଂହପୁର ଥାନା ଅଧୀନ ସାନତିହାଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରଶ୍ମିତା ରାଉତ ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ବାମୀ ରୁଦ୍ରପ୍ରସନ୍ନ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଏନେଇ ରଶ୍ମିତାଙ୍କ ବାପା ପ୍ରଶାନ୍ତ ଖଟୁଆ ଶୁକ୍ରବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦଫା ୪୯୮(ଏ)/୩୦୨/୨୦୧ ଆଇପିସିରେ ମାମଲା ନଂ-୩୬୨/୧୯ ରୁଜୁ କରିବା ସହ ରୁଦ୍ରପ୍ରସନ୍ନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଶନିବାର କଟକ ବଡ ଡାକ୍ତରଖାନା ନିଆଯିବ ବୋଲି ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ରଶ୍ମିତା ଓ ରୁଦ୍ରପ୍ରସନ୍ନଙ୍କ ୯ ବର୍ଷ ହେବ ବିବାହ ହୋଇଥିଲା। ସେମାନଙ୍କ ୮ ବର୍ଷର ଏକ ପୁତ୍ର ସନ୍ତାନ ଅଛି। ସାନ ଭାଇ ବ୍ରହ୍ମପୁରରେ ରହୁଥିବାବେଳେ ବଡ଼ ଭାଇ ରୁଦ୍ରମାଧବ ତାଙ୍କ ସହ ଗାଁରେ ରହୁଛନ୍ତି। ତେଣୁ ରୁଦ୍ରପ୍ରସନ୍ନ ଓ ରୁଦ୍ରମାଧବ ଭିନ୍ନ ହୋଇଥିଲେ ସୁଦ୍ଧା ଘର ତଳ ମହଲାରେ ଅଲଗା ରହୁଛନ୍ତି। ଦୁଇ ଭାଇ ଘରଠାରୁ ପାଖାପାଖି ୪୦/୫୦ ମିଟର ଦୂରରେ ପୃଥକ କୁକୁଡ଼ା ଫାର୍ମ କରିଥିଲେ। ଫନୀ ବାତ୍ୟାରେ ରୁଦ୍ରପ୍ରସନ୍ନଙ୍କ ଫାର୍ମ ଭାଙ୍ଗିଯାଇଛି। କିନ୍ତୁ ରୁଦ୍ରମାଧବଙ୍କ ଫାର୍ମ ଭଲ ରହିଛି। ରୁଦ୍ରମାଧବ ଦମ୍ପତିଙ୍କ ସନ୍ତାନସନ୍ତତି ନାହିଁ। ସେମାନେ ରାତିରେ ଫାର୍ମକୁ ଶୋଇବାକୁ ଯାଆନ୍ତି। ସାଙ୍ଗରେ ରୁଦ୍ରପ୍ରସନ୍ନଙ୍କ ୮ ବର୍ଷର ପୁଅକୁ ଅନେକ ସମୟରେ ନେଇଯାନ୍ତି। ଗୁରୁବାର ରୁଦ୍ରପ୍ରସନ୍ନଙ୍କ ପୁଅକୁ ଧରି ରୁଦ୍ରମାଧବ ଦମ୍ପତି ଶୋଇବାକୁ ଯାଇଥିଲେ। ଶୁକ୍ରବାର ସକାଳେ ରୁଦ୍ରମାଧବ ଘରକୁ ଫେରିଲା ପରେ ଏହି ଘଟଣା ଦେଖିଥିଲେ। ତେଣୁ ରଶ୍ମିତାଙ୍କ ମୃତ୍ୟୁ ଖବର ତୁରନ୍ତ ଥାନାକୁ ଯାଇ କହିବାକୁ ରୁଦ୍ରପ୍ରସନ୍ନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୁଦ୍ରପ୍ରସନ୍ନ ଥାନାରେ ପହଞ୍ଚତ୍ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା କହିଥିଲେ। ରାତିରେ ପାଟିତୁଣ୍ଡ ହେବାରୁ ସ୍ତ୍ରୀ ପେଟ୍ରୋଲ, କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି ବୋଲି ସଫେଇ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଲା ପରେ ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା। ହତ୍ୟାପରେ ଆତ୍ମହତ୍ୟା ରୂପ ଦେବା ପାଇଁ ରୁଦ୍ରପ୍ରସନ୍ନ ମୃତଦେହ ଘର ଆଗ ଅଗଣାରେ ରଖି ପୋଡି ଦେବାକୁ ଯୋଜନା କରିଥିଲେ। ବର୍ଷା ହେଉଥିବାରୁ ଏଥିରେ ବାଧା ଉପୁଜିଥିଲେ ସୁଦ୍ଧା ଲକ୍ଷ୍ୟ ପୂରଣରେ ଆପାତତଃ ସଫଳ ହୋଇଥିଲେ। କିଛି ଦିନ ପୂର୍ବରୁ ରଶ୍ମିତା ତାଙ୍କର କେହି ବନ୍ଧୁଙ୍କ ସହ କଥା ହେବାକୁ ନେଇ କୁଆଡେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କଥାକୁ ନେଇ ରଶ୍ମିତାଙ୍କ ଉପରେ ରୁଦ୍ରପ୍ରସନ୍ନ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri