ସାନତିହାଡ଼ା ଗ୍ରାମରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେଲେ

ଜଗତ୍‌ସିଂହପୁର ଅଫିସ,୨୬ା୧୦: ଜଗତ୍‌ସିଂହପୁର ଥାନା ଅଧୀନ ସାନତିହାଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରଶ୍ମିତା ରାଉତ ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ବାମୀ ରୁଦ୍ରପ୍ରସନ୍ନ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଏନେଇ ରଶ୍ମିତାଙ୍କ ବାପା ପ୍ରଶାନ୍ତ ଖଟୁଆ ଶୁକ୍ରବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦଫା ୪୯୮(ଏ)/୩୦୨/୨୦୧ ଆଇପିସିରେ ମାମଲା ନଂ-୩୬୨/୧୯ ରୁଜୁ କରିବା ସହ ରୁଦ୍ରପ୍ରସନ୍ନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଶନିବାର କଟକ ବଡ ଡାକ୍ତରଖାନା ନିଆଯିବ ବୋଲି ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ରଶ୍ମିତା ଓ ରୁଦ୍ରପ୍ରସନ୍ନଙ୍କ ୯ ବର୍ଷ ହେବ ବିବାହ ହୋଇଥିଲା। ସେମାନଙ୍କ ୮ ବର୍ଷର ଏକ ପୁତ୍ର ସନ୍ତାନ ଅଛି। ସାନ ଭାଇ ବ୍ରହ୍ମପୁରରେ ରହୁଥିବାବେଳେ ବଡ଼ ଭାଇ ରୁଦ୍ରମାଧବ ତାଙ୍କ ସହ ଗାଁରେ ରହୁଛନ୍ତି। ତେଣୁ ରୁଦ୍ରପ୍ରସନ୍ନ ଓ ରୁଦ୍ରମାଧବ ଭିନ୍ନ ହୋଇଥିଲେ ସୁଦ୍ଧା ଘର ତଳ ମହଲାରେ ଅଲଗା ରହୁଛନ୍ତି। ଦୁଇ ଭାଇ ଘରଠାରୁ ପାଖାପାଖି ୪୦/୫୦ ମିଟର ଦୂରରେ ପୃଥକ କୁକୁଡ଼ା ଫାର୍ମ କରିଥିଲେ। ଫନୀ ବାତ୍ୟାରେ ରୁଦ୍ରପ୍ରସନ୍ନଙ୍କ ଫାର୍ମ ଭାଙ୍ଗିଯାଇଛି। କିନ୍ତୁ ରୁଦ୍ରମାଧବଙ୍କ ଫାର୍ମ ଭଲ ରହିଛି। ରୁଦ୍ରମାଧବ ଦମ୍ପତିଙ୍କ ସନ୍ତାନସନ୍ତତି ନାହିଁ। ସେମାନେ ରାତିରେ ଫାର୍ମକୁ ଶୋଇବାକୁ ଯାଆନ୍ତି। ସାଙ୍ଗରେ ରୁଦ୍ରପ୍ରସନ୍ନଙ୍କ ୮ ବର୍ଷର ପୁଅକୁ ଅନେକ ସମୟରେ ନେଇଯାନ୍ତି। ଗୁରୁବାର ରୁଦ୍ରପ୍ରସନ୍ନଙ୍କ ପୁଅକୁ ଧରି ରୁଦ୍ରମାଧବ ଦମ୍ପତି ଶୋଇବାକୁ ଯାଇଥିଲେ। ଶୁକ୍ରବାର ସକାଳେ ରୁଦ୍ରମାଧବ ଘରକୁ ଫେରିଲା ପରେ ଏହି ଘଟଣା ଦେଖିଥିଲେ। ତେଣୁ ରଶ୍ମିତାଙ୍କ ମୃତ୍ୟୁ ଖବର ତୁରନ୍ତ ଥାନାକୁ ଯାଇ କହିବାକୁ ରୁଦ୍ରପ୍ରସନ୍ନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୁଦ୍ରପ୍ରସନ୍ନ ଥାନାରେ ପହଞ୍ଚତ୍ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା କହିଥିଲେ। ରାତିରେ ପାଟିତୁଣ୍ଡ ହେବାରୁ ସ୍ତ୍ରୀ ପେଟ୍ରୋଲ, କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି ବୋଲି ସଫେଇ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଲା ପରେ ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା। ହତ୍ୟାପରେ ଆତ୍ମହତ୍ୟା ରୂପ ଦେବା ପାଇଁ ରୁଦ୍ରପ୍ରସନ୍ନ ମୃତଦେହ ଘର ଆଗ ଅଗଣାରେ ରଖି ପୋଡି ଦେବାକୁ ଯୋଜନା କରିଥିଲେ। ବର୍ଷା ହେଉଥିବାରୁ ଏଥିରେ ବାଧା ଉପୁଜିଥିଲେ ସୁଦ୍ଧା ଲକ୍ଷ୍ୟ ପୂରଣରେ ଆପାତତଃ ସଫଳ ହୋଇଥିଲେ। କିଛି ଦିନ ପୂର୍ବରୁ ରଶ୍ମିତା ତାଙ୍କର କେହି ବନ୍ଧୁଙ୍କ ସହ କଥା ହେବାକୁ ନେଇ କୁଆଡେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କଥାକୁ ନେଇ ରଶ୍ମିତାଙ୍କ ଉପରେ ରୁଦ୍ରପ୍ରସନ୍ନ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri