Posted inଖେଳ

ସାଙ୍ଗଓ୍ବାନଙ୍କ ଉପରୁ ବାସନ୍ଦ ଉଠିଲା

ନୂଆଦିଲ୍ଲୀ, ୩ା୩ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଅପିଲ ପ୍ୟାନେଲ ପୂର୍ବତନ ଏସିଆନ ରୌପ୍ୟ ପଦକ ବିଜୟୀ ବକ୍ସର ସୁମିତ ସାଙ୍ଗଓ୍ବାନ (୯୧କେଜି)ଙ୍କ ଉପରୁ ୧ବର୍ଷିଆ ବାସନ୍ଦ ଦଣ୍ଡକୁ ଉଠାଇ ଦେଇଛି। ସୁମିତ ଜାଣିଶୁଣି ନିଷିଦ୍ଧ ଦ୍ରବ୍ୟ ସେବନ କରି ନ ଥିବା ପ୍ୟାନେଲ ଦର୍ଶାଇଛି। ସୋମବାର ହୋଇଥିବା ଶୁଣାଣିରେ ବକ୍ସର ଜଣକ ଦୋଷମୁକ୍ତ ହୋଇଛନ୍ତି। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)ର ଜଣେ ଅଫିସିଆଲଙ୍କ କହିଛନ୍ତି ସାଙ୍ଗଓ୍ବାନ ଜାଣିଶୁଣି କୌଣସି ନିଷିଦ୍ଧ ଦ୍ରବ୍ୟ ସେବନ କରି ନ ଥିବା ନାଡା ପ୍ୟାନେଲର ସେ ହୃଦ୍‌ବୋଧ କରାଇବାରେ ସକ୍ଷମ ହୋଇଥିଲେ। ଏଷ୍ଟାଜୋଲାମାଇଡ୍‌ ପାଇଁ ଡୋପ୍‌ ଟେଷ୍ଟରେ ଧରାପଡ଼ିବା ଦ୍ୱାରା ସାଙ୍ଗଓ୍ବାନ ୨୦୧୯ ଡିସେମ୍ବରୁ ଏକ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ପ୍ୟାନେଲ ତାଙ୍କୁ ଦୋଷମୁକ୍ତ କରିଥିବାରୁ ମୋତେ ବଡ଼ ଆଶ୍ୱସ୍ତି ମିଳିଛି ବୋଲି ଭାରତୀୟ ବକ୍ସର ଜଣକ କହିଛନ୍ତି। ପ୍ରଥମ ଶୁଣାଣି ବେଳେ ମୁଁ କେତେକ ମେଡିକାଲ ରିପୋର୍ଟ ଦାଖଲ କରି ପାରି ନ ଥିଲି, ଯାହା ଫଳରେ ମୋତେ ସେତେବେଳେ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ୨୭ବର୍ଷୀୟ ଅନ୍ତର୍ଜାତୀୟ ପଦକଧାରୀ କହିଛନ୍ତି, ଆଖିରେ ସଂକ୍ରମଣ ଯୋଗୁ ମୋତେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବାକୁ ପଡ଼ିଥିଲା। ସେତେବେଳେ ମୋତେ ଖୁବ୍‌ ଯନ୍ତ୍ରଣା ହୋଇଥିଲା। ଏପରିକି ମୁଁ ମୋ ଆଖିଖୋଲି ପାରି ନ ଥିଲି। ମୋ ଶରୀରରେ କ’ଣ ଘଟୁଛି ତାହା ମୁଁ ବୁଝିପାରୁ ନ ଥିଲି। ମୋ ଶରୀରେ ଏଷ୍ଟାଜୋଲାମାଇଡ୍‌ର ପ୍ରଭାବ ୧୩ ଦିନ ପର୍ଯ୍ୟନ୍ତ ରହିଥିଲା। ସେ ସମୟରେ ନ୍ୟାଶନାଲ କ୍ୟାମ୍ପରେ ମୋର ଓଜନ କରାଯାଇଥିଲା। ମୋ ଯକୃତର ଆକାର ବୃଦ୍ଧି ପାଇଥିଲା। ଅପିଲ ପ୍ୟାନେଲ ନିକଟରେ ଏସମ୍ପର୍କିତ ମେଡିକାଲ ରିପୋର୍ଟ ଉପସ୍ଥାପନ ଦ୍ୱାରା ମୁଁ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିପାରିଥିଲି। ୨୦୧୨ ଅଲିମ୍ପିଆନ ସସ୍‌ପେଣ୍ଡ ହେବା ଦ୍ୱାରା ମଙ୍ଗଳବାରଠାରୁ ଜୋର୍ଡାନର ଅମାନଠାରେ ହେବାକୁଥିବା ଅଲିମ୍ପିକ କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟ ପାଇଁ ଟ୍ରାଏଲ୍ସରୁ ବଞ୍ଚତ୍ତ ହେବାକୁ ପଡ଼ିଛି। ଦୋଷ ମୁକ୍ତ ହେବାପରେ ନ୍ୟାଶନାଲ କ୍ୟାମ୍ପରେ ସାମିଲ ହେବାଲାଗି ତାଙ୍କୁ ଅନୁମତି ଦେବା ଲାଗି ସେ ମହାସଂଘ ନିକଟକୁ ଚିଠି ଲେଖିଛନ୍ତି। ଗତବର୍ଷ ଅକ୍ଟୋବରରେ ପ୍ରତିଯୋଗିତା ବାହାରେ ସାଙ୍ଗଓ୍ବାନଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri