Posted inଭଦ୍ରକ

ସହାୟତା ଅପେକ୍ଷାରେ ସଞ୍ଜୟ

ପଦ୍ମପୁର,୧।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ପଞ୍ଚାୟତ ଅଧୀନ ଗଦି ଗ୍ରାମର ସଞ୍ଜୟ ବଳ(୩୪)। ଘରେ ବାପା, ମା’, ସ୍ତ୍ରୀ ଓ ଦୁଇ ଝିଅପୁଅଙ୍କୁ ନେଇ ତାଙ୍କର ସଂସାର। କେରଳରେ ଏକ ବେସରକାରୀ କମ୍ପାନୀରେ ଚାକିରି କରି ପରିବାର ଚଳାଉଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା ଘଟିଲା। ପ୍ରାୟ ବର୍ଷେ ହେବ ସେ ମଳଦ୍ୱାର କ୍ୟାନ୍‌ସରରେ ପୀଡ଼ିତ। କିନ୍ତୁ ଅର୍ଥାଭାବ ତାଙ୍କ ଚିକିତ୍ସାରେ ବାଧକ ସାଜିଛି। ପରିବାରର ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳୁ ନାହିଁ ବୋଲି ସଞ୍ଜୟଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ସଞ୍ଜୟ କେରଳରେ ଚାକିରି କରୁଥିବାବେଳେ ବାରମ୍ବାର ମଳଦ୍ୱାରରେ ଯନ୍ତ୍ରଣା ହେବାରୁ ଗତ ମାର୍ଚ୍ଚ ୧୯ରେ ସେ ଘରକୁ ଚାଲି ଆସିଥିଲେ। ପ୍ରଥମେ ଭଦ୍ରକ ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଇବା ପରେ ବି କିଛି ସୁଫଳ ମିଳିଲାନି। ଶେଷରେ କଟକର ଆଚାର୍ଯ୍ୟ ହରିହର ଚିକିତ୍ସାକେନ୍ଦ୍ରରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ବିଭିନ୍ନ ପରୀକ୍ଷା ପରେ ତାଙ୍କ ମଳଦ୍ୱାରରେ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା। ଅପରେଶନ ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ଥିବାରୁ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ଘରର ଜମିବାଡ଼ି ନ ଥିବାରୁ କୌଣସି ପରିସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରୁ ନାହାନ୍ତି। ଏବେ କେବଳ ସରକାରୀ ସହାୟତାକୁ ଅପେକ୍ଷା। ଜିଲା ରେଡ୍‌କ୍ରସକୁ ଆର୍ଥିକ ସହାୟତା ନିମନ୍ତେ ୩ ମାସ ତଳେ ଆବେଦନ କରିଥିଲେ। ଦୁଇଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ମାତ୍ର ୧୦ ହଜାର ଟଙ୍କା ସହାୟତା ମିଳିଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ମାତ୍ର ଏହି ସହାୟତା ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ସଞ୍ଜୟଙ୍କ ପରିବାର ଲୋକ କହିଛନ୍ତି। ଘରେ ସଞ୍ଜୟଙ୍କ ବୁଢ଼ାବାପା କେବଳ ଅସହାୟ ଅବସ୍ଥାରେ ପୁଅର ଔଷଧ କିଣିବା ପାଇଁ ଟଙ୍କା ଯୋଗାଡ଼ ଲାଗି ବାରଦୁଆର ବୁଲୁଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତାଙ୍କ ପରିବାରକୁ ରାଶନକାର୍ଡ ଖଣ୍ଡେ ବି ମିଳିନାହିଁ। ୬ ପ୍ରାଣୀଙ୍କ ବୋଝ ସାଙ୍ଗକୁ ବୃଦ୍ଧାବସ୍ଥାରେ ତାଙ୍କୁ ସାହାରା ହେବାକୁ ଥିବା ପୁଅର ଚିକିତ୍ସା ଲାଗି ଅର୍ଥ ଅଭାବ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି ସଞ୍ଜୟଙ୍କ ବାପା ରତ୍ନାକର। ଦୁରାରୋଗ୍ୟ କ୍ୟାନ୍‌ସର ପୀଡ଼ିତ ସଞ୍ଜୟ ଔଷଧ ବିନା ପ୍ରତିଦିନ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ସେ ପୁଅର ଚିକିତ୍ସା କରାଇପାରନ୍ତେ ବୋଲି ରତ୍ନାକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ

ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...

ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ

ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri