ସହରୀ ବସ୍ତିକୁ ବଡ଼ ବିପଦ

ନ୍ୟୁୟର୍କ,୨୯ା୪: ମହାମାରୀ କରୋନା ସ୍ଥାନକାଳ ବାଛ ବିଚାର କରୁନାହିଁ। ଯେଉଁଠି ଯେତେବେଳେ ପାରିଲା ମାଡ଼ିଯାଉଛି। ତେବେ ଅସ୍ବଚ୍ଛ ଓ ଅଶ୍ୱସ୍ତିକର ପରିବେଶରେ ଏହି ଘାତକ ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। ସହରାଞ୍ଚଳର ବସ୍ତିଗୁଡ଼ିକରେ ରହୁଥିବା ଲୋକଙ୍କ ପାଇଁ କୋଭିଡ୍‌-୧୯ ବେଶି ବିପଜ୍ଜନକ ବୋଲି ଏକ ନୂଆ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେଣୁ ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇଥିବା ସହରର ବସ୍ତି ବାସିନ୍ଦାମାନଙ୍କୁ ସରକାର ସ୍ବଚ୍ଛଜଳ, ପରିମଳ ଓ ଆର୍ଥିକ ସହାୟତା ଯେଗାଇ ସେମାନଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବା ଉଚିତ ବୋଲି ଏହି ଗବେଷକମାନେ ପରାମର୍ଶ ଦେଇଛନ୍ତି।
ଅଧ୍ୟୟନ ଅନୁସାରେ ସରକାରଙ୍କ ପକ୍ଷରୁ ସୋସିଆଲ ଆଇସୋଲେଶନ କରାଗଲେ ବହୁସଂଖ୍ୟକ ଲୋକେ କୋଭିଡ୍‌-୧୯ ସଂକ୍ରମଣରୁ ମୁକ୍ତ ହୋଇପାରିବେ। କିନ୍ତୁ ଏହି ପଦକ୍ଷେପ ବିଶ୍ୱର ସହରାଞ୍ଚଳ ବସ୍ତିଗୁଡ଼ିକରେ ବସବାସ କରୁଥିବା ପ୍ରାୟ ୧୦୦ କୋଟି ଲୋକଙ୍କ ଜୀବିକା ଉଜାଡ଼ିପାରେ, ଯେଉଁଠି ସ୍ଥାନାଭାବ ଏକ ବଡ଼ ସମସ୍ୟା ଓ ମଜୁରି ଉପରେ ଅନେକେ ନିର୍ଭରଶୀଳ। ଜର୍ନାଲ ଅଫ୍‌ ଅର୍ବାନ ହେଲ୍‌ଥରେ ପ୍ରକାଶିତ ରିପୋର୍ଟରେ ଦାରିଦ୍ର୍ୟ ଭିତରେ ରହୁଥିବା ଲୋକଙ୍କ ଉପରେ କରୋନାର ପ୍ରଭାବକୁ ହ୍ରାସ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ କେତେକ ସୁପାରିସ କରାଯାଇଛି। ଆମେରିକାର କାଲିଫର୍ନିଆ-ବର୍କେଲେ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ସୃଷ୍ଟି ହୋଇଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଆଗକୁ ଆହୁରି ଜଟିଳ ସ୍ଥିତି ସୃଷ୍ଟି କରିବ। ଏହାର ପ୍ରଭାବରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟାଠାରୁ ଅଧିକ ଜୀବନ ନେବ। ଏଥିଲାଗି ଅଧିକ ଯୋଜନାବଦ୍ଧ ଓ ସଙ୍ଗଠିତ ଭାବେ ରଣନୀତି ଆପଣାଯିବା ଆବଶ୍ୟକ ବୋଲି ଗବେଷକ ଜାସୋନ୍‌ କୋର୍‌ବର୍ନ କହିଛନ୍ତି। ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ବସ୍ତିବାସିନ୍ଦାମାନେ ମୂଳରୁ ଅସୁବିଧାରେ ଥିବାବେଳେ ଏବେ ସଂକ୍ରମିତ ହେବା ଆଶଙ୍କା ରହିଛି। ଫଳରେ ଘରେ ରହିବା ଛଡ଼ା ସେମାନଙ୍କ ନିକଟରେ ଅନ୍ୟ ବିକଳ୍ପ ନାହିଁ। ଜୀବିକା ହରାଇଥିବା ଏହି ଗରିବଙ୍କ ପାଇଁ ସବୁ ରାଷ୍ଟ୍ରର ସରକାର ବ୍ୟବସ୍ଥା କରିବା ଉଚିତ ବୋଲି ଗବେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri