ସହରାଞ୍ଚଳରେ କଡ଼ାକଡ଼ି, ଗ୍ରାମାଞ୍ଚଳରେ କୋହଳ

ଢେଙ୍କାନାଳ ଅଫିସ, ୨୦।୪: କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ସୋମବାରଠାରୁ ବଦଳିଯିବ ଲକ୍‌ଡାଉନ ନିୟମ। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଟଳି ନ ଥିବାରୁ ସହରାଞ୍ଚଳରେ କଟକଣା କଡ଼ାକଡ଼ି ରହିବ। ହେଲେ ଶ୍ରମଜୀବୀ ଏବଂ ଚାଷୀଙ୍କ ଜୀବନଜୀବିକାକୁ ନଜରରେ ରଖି ଗ୍ରାମାଞ୍ଚଳରେ ନିୟମ କୋହଳ କରାଯିବ। ଜିଲାରୁ କରୋନା ଚେରକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନୂତନ ନିୟମାବଳୀ ଜାରି କରାଯାଇଛି।
ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏକ ଭିଡିଓ ବିବୃତିରେ ସୂଚନା ଦେଇ କହିଛନ୍ତି, ନୂଆ ଗାଇଡ୍‌ ଲାଇନ ଆସିବା ପରେ କଟକଣା ଅତିମାତ୍ରାରେ କୋହଳ ହୋଇଯିବ ବୋଲି ଲୋକମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଛି। ହେଲେ ଢେଙ୍କାନାଳ ଜିଲାରେ ଗୋଟିଏ କରୋନା ପଜିଟିଭ୍‌ ମାମଲା ଆସିଥିବାରୁ ସହରାଞ୍ଚଳରେ ଲାଗୁ ହୋଇଥିବା ନିୟମ ପ୍ରାୟତଃ ବଳବତ୍ତର ରହିବ। ନୂତନ ଗାଇଡ୍‌ ଲାଇନ ଅନୁଯାୟୀ ପୌରାଞ୍ଚଳ ଏବଂ ଏନ୍‌ଏସିରେ କୌଣସି ଉନ୍ନୟନମୂଳକ କାମ ହେବନାହିଁ। କେବଳ ପରିମଳ ଏବଂ ପାନୀୟଜଳ ଯୋଗାଣ ସମ୍ପର୍କିତ ଅତ୍ୟାବଶ୍ୟକ କାର୍ଯ୍ୟ ଚାଲିବ। ୨୦ ତାରିଖରୁ ଯାନବାହନ ଚଳାଚଳକୁ ଆହୁରି କଡ଼ାକଡ଼ି କରାଯିବ। ତେବେ ଦିବ୍ୟାଙ୍କ ଏବଂ ବରିଷ୍ଠ ନାଗରିକଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଗ୍ରାମାଞ୍ଚଳରେ ଲୋକମାନଙ୍କ ଜୀବନଜୀବିକାକୁ ପ୍ରୋତ୍ସାହିତ କରିବା ଲାଗି କଟକଣା କୋହଳ କରାଯାଇଛି। ଏଣିକି ରେଲଓ୍ବେ, ଜାତୀୟ ରାଜପଥ, ଏମ୍‌ଜିଏନ୍‌ଆରଇଜିଏସ୍‌, ଆର୍‌ଡି, ପିଡବ୍ଲ୍ୟୁଡି ପକ୍ଷରୁ କାମ ଆରମ୍ଭ ହେବ। ନିୟୋଜିତ ଶ୍ରମିକଙ୍କ ପାଇଁ କାର୍ଯ୍ୟସ୍ଥଳରେ ପିଇବା ପାଣି, ହାତ ଧୋଇବା ସୁବିଧା ରହିବ। ସେମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ବିଶ୍ରାମ ସମୟରେ ଗୋଟିଏ ସ୍ଥାନରେ ଏକାଠି ନ ହୋଇ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।
ଏ ନେଇ ବିଭିନ୍ନ ବ୍ଲକର ବିଡିଓଙ୍କ ସହିତ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରାଯାଇଛି। ସେହିପରି ସହରାଞ୍ଚଳରେ ଗ୍ରସେରି ଦୋକାନ ସହ କେତେକ ବହି, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଷ୍ଟେଶନାରି ଦୋକାନ ଖୋଲିବ। ବିହନ, କୀଟନାଶକ, ସାର ଭଳି କୃଷି ଉପକରଣ ଏବଂ ସିମେଣ୍ଟ, ଲୁହାଛଡ଼ ଭଳି ନିର୍ମାଣ ସାମଗ୍ରୀ ବିକ୍ରି କରାଯାଉଥିବା ଦୋକାନ ମଧ୍ୟ ଖୋଲାରହିବ। ତେବେ ପୂର୍ବଭଳି ଦୋକାନ ଖୋଲିବା ସମୟ ୭ଟା ୧୧ଟା ହିଁ ରହିବ। ଅଦ୍ୟାବଧି କୌଣସି ସମସ୍ୟା ଉପୁଜି ନ ଥିବାରୁ ଏହି ସମୟରେ ପରିବର୍ତ୍ତନ ହୋଇନାହିଁ।
ଅପରପକ୍ଷେ କୃଷି ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ଚଳାଚଳ କରିବ। ରାସ୍ତା ପାର୍ଶ୍ୱରେ ଢାବା, ଗ୍ୟାରେଜ ଏବଂ ସ୍ପେୟାର ପାଟର୍‌ସ ଦୋକାନଗୁଡ଼ିକ ଖୋଲା ରହିବ। ପରିବର୍ତ୍ତିନ ନିୟମ ଅନୁପାଳନରେ ଜିଲାବାସୀ ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri