ସଷ୍ଟେନେବଲ୍‌ ଫ୍ୟାଶନ, ଓଡ଼ିଶା ହସ୍ତତନ୍ତ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗ୍ଲୋବାଲ ଓ୍ବାର୍ମିଂ ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମସ୍ତ ରାଷ୍ଟ୍ର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏବେଠାରୁ ମଣିଷ ସଚେତନ ନ ହେଲେ ପରିସ୍ଥିତି ଆହୁରି ଭୟଙ୍କର ହେବାସହ ଆଗାମୀ ପିଢ଼ି ତିଷ୍ଠି ରହିବା କଷ୍ଟକର ହେବ ବୋଲି କୁହାଯାଉଛି। ତେବେ କେବଳ ପ୍ଲାଷ୍ଟିକ୍‌ ନୁହେଁ, ବିଶ୍ୱର ସର୍ବାଧିକ ପ୍ରଦୂଷିତ ଇଣ୍ଡଷ୍ଟ୍ରି ମଧ୍ୟରେ ଆଗରେ ରହିଛି ଫ୍ୟାଶନ ଇଣ୍ଡଷ୍ଟ୍ରି। ଶସ୍ତା ଓ ମେଶିନ୍‌ରେ ପ୍ରସ୍ତୁତ ବସ୍ତ୍ର ପରିବେଶ ପାଇଁ ସବୁଠାରୁ ହାନିକାରକ ହୋଇଥିବାବେଳେ ସମଗ୍ର ବିଶ୍ୱର ବିଶେଷଜ୍ଞ ଏନେଇ ଚିନ୍ତାପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅଧିକାଂଶ ଉନ୍ନତ ରାଷ୍ଟ୍ର ଏବେ ସଷ୍ଟେନେବଲ୍‌ ତଥା ଦୀର୍ଘକାଳୀନ ଫ୍ୟାଶନ ଆଡ଼କୁ ମୁହାଁଇଛନ୍ତି। ପୁନଃ ବ୍ୟବହାର କରିହେଉଥିବା ତଥା ନବୀକରଣ ଯୋଗ୍ୟ ସାମଗ୍ରୀକୁ ଫ୍ୟାଶନ ଏବଂ ଲାଇଫଷ୍ଟାଇଲ୍‌ ଇଣ୍ଡଷ୍ଟ୍ରିରେ ବ୍ୟବହାର କରିବା ସହ ହସ୍ତତନ୍ତ ଯୁଗକୁ ପୁଣିଥରେ ଫେରାଇ ଆଣିବାକୁ ଉଦ୍ୟମ ହେଉଛି। ଏଭଳିସ୍ଥଳେ ଓଡ଼ିଶା ବେଶ୍‌ ଆଗରେ ରହିଥିବାବେଳେ ଓଡ଼ିଶାର ଯୁବ ଡିଜାଇନର୍‌ ଏବଂ ଫ୍ୟାଶନ ଇନ୍‌ଫ୍ଲୁଏନ୍ସର୍‌ମାନେ ସଷ୍ଟେନେବଲ୍‌ ଫ୍ୟାଶନକୁ ଗୁରୁତ୍ୱର ସହ ନେଇଛନ୍ତି। ଫଳରେ ଓଡ଼ିଶା ହ୍ୟାଣ୍ଡ୍‌ଲୁମ୍‌ ବର୍ତ୍ତମାନ ସମୟରେ ପୁଣିଥରେ ଲୋକପ୍ରିୟତା ଆଡ଼କୁ ମୁହାଁଇଛି।
ଓଡ଼ିଶାର ସଷ୍ଟେନେବଲ୍‌ ଫ୍ୟାଶନ କୁଇନ୍‌ଭାବେ ପରିଚିତ ବେନୋରିଟା ଦାସଙ୍କଠାରୁ ଆରମ୍ଭ କରି ରିମ୍‌ଲି ମହାନ୍ତି, ପ୍ରିତମ ପଣ୍ଡା, ପଙ୍କଜା ସେଠୀ, ଶ୍ୱେତା ପାରେଖ୍‌, ଜ୍ୟୋତ୍ସା ଦାସ, ସୁଜିତ ମେହେରଙ୍କ ଭଳି ଏକାଧିକ ଯୁବ ଡିଜାଇନର୍‌ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହସ୍ତତନ୍ତକୁ ପହଞ୍ଚାଇଛନ୍ତି। ସଷ୍ଟେନେବଲ୍‌ ଫ୍ୟାଶନକୁ ଲୋକଲୋଚନକୁ ଆଣିବା ସହ ଓଡ଼ିଶାର ହସ୍ତତନ୍ତକୁ ଆଉପାଦେ ଆଗକୁ ନେବାରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ, ବ୍ୟବସାୟିକ ଏବଂ ପରିବେଶ ଉପଯୋଗୀ ଦୃଷ୍ଟିକୋଣରୁ ପାରମ୍ପରିକ ସହ ଆଧୁନିକତାର ଫ୍ୟୁଜନ୍‌ରେ ନୂତନ ଡିଜାଇନ୍‌ର ବସ୍ତ୍ର ପ୍ରସ୍ତୁତ କରି ଏମାନେ ଏକ ନୂଆ ଯୁଗର ଆରମ୍ଭ କରିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ହାତତିଆରି ଏବଂ ସବୁଜ ସାମଗ୍ରୀ ଧୀରେ ଧୀରେ ପୁଣିଥରେ ଲୋକପ୍ରିୟ ହେଉଥିବାବେଳେ ଓଡ଼ିଶା ମଧ୍ୟ ଏହି ଢାଞ୍ଚାକୁ ଆପଣାଇଛି। କେବଳ ଡିଜାଇନର୍‌ ନୁହେଁ, ରାଜ୍ୟର ଯୁବପିଢ଼ି ମଧ୍ୟ ଧୀରେ ଧୀରେ ହସ୍ତତନ୍ତ ଏବଂ ଖଦି ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ହସ୍ତତନ୍ତର ସେଭଳି ଲୋକପ୍ରିୟତା ରହି ନ ଥିବାବେଳେ ଓଡ଼ିଶା କିନ୍ତୁ ଏ କ୍ଷେତ୍ରରେ ବେଶ୍‌ ଆଗରେ ରହିଛି। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ଆଧୁନିକ ଡିଜାଇନ୍‌ ଓ ନୂତନ ରଙ୍ଗରେ ପ୍ରସ୍ତୁତ କରାଯିବା ପରେ ତାହାର ଚାହିଦା ବଜାରରେ ବଢ଼ୁଛି। ବିଶେଷକରି ଗତ ୩ରୁ ୪ବର୍ଷ ମଧ୍ୟରେ ହସ୍ତତନ୍ତର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ସମ୍ବଲପୁରୀ, ଇକତ୍‌, ପସାପାଲି, ଟସର ସିଲ୍‌କ ଭଳି ହସ୍ତତନ୍ତର ଚାହିଦା ବିଶ୍ୱ ବଜାରରେ ବଢ଼ିଥିବାବେଳେ ଇବେ, ଆମାଜନ୍‌, କ୍ରାଫ୍ଟଲୀ ଭଳି ଓ୍ବେବ୍‌ସାଇଟ୍‌ରେ ଏହା ବହୁଳ ଭାବେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri