ସର୍ଭେରେ ଭୁଲଭଟକା: ଆବାସ ଯୋଜନାରୁ ବଁଚିତ୍‌ ୪୦ ପରିବାର

ଲାଠୋର,୧୨।୮((ଡି.ଏନ୍‌.ଏ.):  ୨୦୧୧ରେ କେନ୍ଦ୍ର ସରକାର ସାମାଜିକ, ଅର୍ଥନୈତିକ ଆର ଜାତିଗତ ଜନଗଣନା କରିଥିଲେ। ସେ ଜନଗଣନା ଅନ୍‌ସାରେ ବାସହୀନ ଗରିବ ପରିବାରମାନକୁ ସରକାରୀ ଯୋଜନାରେ ଘର ଯୁଗେଇ ଦେବାର ବେବସ୍‌ତା ରହିଛେ। ହେଲେ ଦୁଖର କଥା ଯେନ୍‌ମାନେ ଜନଗଣନା କାଯ୍‌ ତୁଲଉଥିଲେ ତାକର ଭୁଲଭଟକା ଲାଗି ଅନେକ ଗରିବ୍‌ ଦୁଖି ବାସହୀନ ପରିବାର ଆଏଜ୍‌ ବି ନାନା ସମସିଆର ସାମନା କରୁଛନ୍‌। ଇ ଭୁଲଭଟକା ସରକାରକଁର ନଜରକେ ଆଏଲା ଉତାରୁ ୨୦୧୭ରେ ସେଟାକେ ସୁଧ୍‌ରା ଯାଇଥିଲା। ହେଲେ ବଢ଼େ ଦୁଖର କଥା ଇଥ୍‌ରୁ ବି ଅନେକ ଗରିବ୍‌ ବାସହୀନ ପରିବାର ବାଦ୍‌ ପଡ଼ିଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ଖଇରାପଡ଼ାରେ।
ସୂଚନା ଅନ୍‌ସାରେ ଖଇରାପଡ଼ାରେ ଖଇରା ଆଦିବାସୀ ସମାଜର ୫୦ ପରିବାରର ପାଖାପାଖି ୩ଶହରୁ ଅଧ୍‌କା ଲୋକ୍‌ ବାସ୍‌ କରୁଛନ୍‌। ଇ ପଡ଼ାଟା ଯାକ ନିହାତି ଗରିବ୍‌ ହେଇଥିଲାବେଲେ ବଛରକ ୬ ମାସ ଦାଦନ ଖଟିଯାଉଛନ୍‌। ବାକି ୬ ମାସ ପାସର ଜଂଗଲରୁ ଜାଲନି କାଠ୍‌, ସରଗି ପତର, କାଠି ଠୁଲେଇ ବିକାଭଂଗା କରି କୁଟୁମ ପୁଷୁଛନ୍‌। ଇ ପଡ଼ାର ୧୦ଟା ପରିବାରକେ ସରକାରୀ ଯୋଜନାରେ ଘର ଯୁଗେଇ ଦିଆଯାଇଛେ। ହେଲେ ଜନଗଣନାରେ ଭୁଲଭଟକାର ଲାଗି ଆଏଜ୍‌ ବି ପଡ଼ାର ୪୦ ପରିବାର ସରକାରୀ ଯୋଜନାରେ ଘର ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ପଡ଼ାର ଅସାଧୁ ଭୋଇ, ଶିବା ଭୋଇ, ଲଛମନ ଭୋଇ, ମଧୁ ଭୋଇ, କରିମ ଭୋଇ, ରାମ ଭୋଇ, ବିଶ୍ୱାମିତ୍ର ଭୋଇ, ତୁଲା ଭୋଇ, ପ୍ରଫୁଲ୍ଲ ଭୋଇ, ଜଗଦିଶ ଭୋଇ, ଦୁତିଆ ଭୋଇ, ବାବୁଲାଲ ଭୋଇ, ସୁଜନ ଭୋଇ, ରାଜନ ପଧାନ, ଶ୍ରୀପତି ଭୋଇ, ବୁଟ୍ରୁ ଭୋଇ, ରବି ଭୋଇ, ଭୋଗା ଭୋଇ, ବିଦେଶୀ ଭୋଇ, ସମବାରୁ ଭୋଇ, ଲକ୍ଷ୍ମଣ ଭୋଇ, ଅଏଁଠୁ ଭୋଇ, କାର୍ତ୍ତିକ ଭୋଇ, ରଜନା ଭୋଇ, ପ୍ରେମ ଭୋଇ, ନେଉଲ ଭୋଇ, ସଦାନନ୍ଦ ଭୋଇ, ଜେମା ଭୋଇ, ରାମ ଭୋଇ, ରଘୁ ଭୋଇ, ପାଣ୍ଡବ ଭୋଇ, କୁମର ଭୋଇ, କଙ୍ଗାଲୁ ଭୋଇ, ଗମ୍ଭାରି ଭୋଇ, ଧନୁ ଭୋଇ, ଧନେଶ୍ୱର ଭୋଇ, ପୂର୍ଣ୍ଣମି ଭୋଇ, ମକାରୁ ଭୋଇ, ସୁରେଶ ଭୋଇ ପରମୁଖ ଅବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଆଏଜ୍‌ ବି ଇମାନେ ମାଏଟ୍‌ ଖପର କୁରିଆମାନକେ କୁଟୁମବସିଆ ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବୀଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ପଡ଼ାର ଯେନ୍‌ମାନେ ଆବାସ ଯୋଜନାରୁ ବଁଚିତ୍‌ ହେଇଛନ୍‌ ତାକର ଗୁଟେ ତାଲିକା କରି ଖପ୍ରାଖୋଲ ବିଡିଓକୁଁ ଘର ଯୁଗେଇ ଦେବାକେ ପଁଚେତ୍‌ ତରଫୁ ଆବେଦନ କରାଯାଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…

ମହିଳା ସଶକ୍ତିକରଣ ଜରୁରୀ: ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ…

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଏକ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ…

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଛତ୍ରପୁର,୨୧।୭(ଦିଲ୍ଲୀପ ସାମଲ/ଦ୍ଵାରୀକା ପଟ୍ଟନାୟକ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri