ବ୍ରହ୍ମପୁର ଅଫିସ,୧୫ା୬-ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହାର ଅଗ୍ରଗତି ନେଇ ସମୀକ୍ଷା ପରେ ସମୀକ୍ଷା ବୈଠକ ହୋଇଛି । ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ନିର୍ମାଣ ଦାୟିତ୍ୱ ନାମୀଦାମୀ ଠିକା ସଂସ୍ଥାକୁ ନ୍ୟସ୍ତ କରାଯାଇଛି । ସେହି ଘରୋଇ ଉଦ୍ୟୋଗ ମନଇଚ୍ଛା କାମ କରୁଛି ଏବଂ ସରକାରୀ ପଦାଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବହୁବାର ତାଗିଦକୁ ତିଳେମାତ୍ର ଖାତିରି କରୁ ନ ଥିବାରୁ କେବଳ ପାଣି ନୁହେଁ ରାସ୍ତାଘାଟ ସମସ୍ୟା ବଢ଼ି ଚାଲିଛି ।
ଅନ୍ୟପକ୍ଷରେ ଆସନ୍ତା ନଭେମ୍ବର ସୁଦ୍ଧା ବ୍ରହ୍ମପୁରର ସମସ୍ତ ଘରକୁ ପାଇପ ସଂଯୋଗ କରି ନିୟମିତ ଜାନିବିଲି ଜଳ ଯୋଗାଣ କରାଯିବ ବୋଲି ଗୁରୁବାର ଅନୁଷ୍ଠିତ ଅନ୍ୟ ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ।ତେବେ ଏହା କେତେଦୂର କାର୍ଯ୍ୟକାରୀ ହେବ ସେନେଇ ମହାନଗରବାସୀ ଅପେକ୍ଷା କରିଛନ୍ତି। ବ୍ରହ୍ମପୁର ସହରରେ ଦୀର୍ଘ ୩ ଦଶନ୍ଧି ଧରି ଲାଗି ରହିଥିବା ପିଇବା ପାଣି ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଜାନିବିଲି ଡ୍ୟାମରୁ ଦକ୍ଷିଣପୁର ଜଳଭଣ୍ଡାର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଭୂତଳ ମୋଟା ପାଇପ ଲାଇନ ଯୋଗେ ପାଣି ଅଣାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ ।
୨୦୧୩ ଅକ୍ଟୋବର ୩ରେ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକତ୍ଳ ଆଶ୍ରମ ରୋଡସ୍ଥ ଜନସ୍ବାସ୍ଥ୍ୟ ବିଭାଗର ପାଣି ଟାଙ୍କି ପରିସରରେ ଶିଳାନ୍ୟାସ କରିଥିଲେ । ବଜେଟରେ ବ୍ୟୟବରାଦ ଓ ପ୍ରଶାସନିକ ମଞ୍ଜୁରୀ ନ ଥାଇ ଏହା କରାଯାଇଥିଲା । ଏହାର ୩ ବର୍ଷ ପରେ ୨୦୧୬ ନଭେମ୍ବର ୩୦ରେ ପୁଣି ଦ୍ୱିତୀୟ ଥର ଜାନିବିଲି ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀ ମହାନଗର ଉପକଣ୍ଠ ଜଗଦଳପୁର ନିକଟରେ ଶୁଭ ଦେଲେ। ଯୋଜନା ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିବାରୁ ଜଗଦଳପୁରରେ ବୃହତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଆଙ୍କୁଶପୁର ପଡ଼ିଆରେ ଏହି ଉପଲକ୍ଷେ ଆୟୋଜିତ ଜନସମାବେଶରେ ଦୁଇବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୮ ନଭେମ୍ବର ୩୦ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାର ଅବଧି ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସରି ନ ଥିଲା । ଭୋଟ ରାଜନୀତି ପାଇଁ ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚ ୩ରେ ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ । ସେତେବେଳେ ଏହାକୁ ବିରୋଧୀ କଂଗ୍ରେସ ଓ ଭାଜପା କଡ଼ା ସମାଲୋଚନା ମଧ୍ୟ କରିଥିଲା ।
ବିଜେଡିର ଗତ ନିର୍ବାଚନୀ ପ୍ରଚାରରେ ଜାନିବିଲି ଯୋଜନାକୁ ମୁଖ୍ୟ ପ୍ରସଙ୍ଗ କରାଗଲା । ଯେଉଁ କଂଗ୍ରେସ ନେତାମାନେ ପ୍ରକଳ୍ପ ନେଇ ତାଚ୍ଛଲ୍ୟ କରିଥିଲେ ଘଟଣାଚକ୍ରରେ ସେମାନେ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବା ସହ ଲୋକସଭା ଓ ବିଧାନସଭା ଲଢ଼ିବା ପାଇଁ ପ୍ରାର୍ଥୀ ମଧ୍ୟ ହେଲେ । ପୂର୍ବ ସମାଲୋଚନା ପାସୋରି ବ୍ରହ୍ମପୁର ଜଳ ସଙ୍କଟ ଦୂର ପାଇଁ ବିଜେଡି ସରକାରଙ୍କ ଏହି ପ୍ରକଳ୍ପର ପ୍ରଶଂସା କରି ଭୋଟ ମାଗିଲେ ଓ ସଫଳ ମଧ୍ୟ ହେଲେ । ଅନ୍ୟପକ୍ଷରେ ପ୍ରକଳ୍ପ ନିର୍ମାଣ ଧିମା ହୋଇଥିବାରୁ ରାଜ୍ୟ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିିବ ଓ ଜିଲାପାଳ ବାରମ୍ବାର ସମୀକ୍ଷା ବୈଠକ କରିଥିଲେ । ଫଳ ଶୂନ ହେବାରୁ ଗତ ଏପ୍ରିଲ ୨୦ରେ ମୁଖ୍ୟ ଶାସନ ସଚିବ ବ୍ରହ୍ମପୁରରେ ସମୀକ୍ଷା କରି ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ଜିଲାପାଳ ଓ ବିଏମସି କମିଶନର ଘନ ଘନ ସମୀକ୍ଷା କରି ସମ୍ପୃକ୍ତ ଠିକା ସଂସ୍ଥାକୁ ତାଗିଦ୍ କରିଥିଲେ । ଶେଷରେ ଗୁରୁବାର ପୁଣି ସମୀକ୍ଷା କରାଗଲା ଏବଂ ଏମପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ । ଉଭୟ ଲୋକ ପ୍ରତିନିଧି ନିର୍ମାଣରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ କରିଥିଲେ । ପାଇପ ଲାଇନ ବିଛାଇବା ପାଇଁ ସବୁ ଅଞ୍ଚଳରେ ରାସ୍ତା ଖୋଳି କଦର୍ଯ୍ୟ କରିଥିବାରୁ ଯଦି ଦୁର୍ଘଟଣା ଘଟିବ ତେବେ ଠିକା ସଂସ୍ଥା ବିରୋଧରେ ଫୌଜଦାରି ମାମଲା ରୁଜୁ ହେବାର ଜିଲାପାଳ ସତର୍କ କରି ଦେଇଛନ୍ତି । ଆସନ୍ତା ନଭେମ୍ବର ସୁଦ୍ଧା ସମସ୍ତଙ୍କ ଘରକୁ ଜାନିବିଲି ପାଣି ଯୋଗାଇ ଦିଆଯିବ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଏମପି ସାହୁ ସୂଚନା ଦେଇଛନ୍ତି ।
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…
ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ
ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…
ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର
ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…
ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ
ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…
ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…
ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…
ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…
ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…
Archives

