ସରିଲା ନିର୍ବାଚନ ପ୍ରଚାର: ଶେଷଦିନରେ କମ୍ପିଲା ଗାଁଠୁ ସହର

ଢେଙ୍କାନାଳ ଅଫିସ, ୨୨।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଶେଷ ହୋଇଛି ପ୍ରଚାର। ଅନ୍ତିମ ଦିବସରେ ପ୍ରମୁଖ ରାଜନୈତିକ ଦଳ ମଇଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ମାରାଥନ ପ୍ରଚାର, ରୋଡ୍‌ ଶୋ, ପଥପ୍ରାନ୍ତ ସଭାରେ ଗ୍ରାମଠାରୁ ସହର ପ୍ରକମ୍ପିତ ହୋଇଉଠିଥିବାବେଳେ ଏଥିରେ ସାମିଲ ହୋଇଥିଲେ ଓଲିଉଡ୍‌ ଇଣ୍ଡଷ୍ଟ୍ରୀର ନାମୀଦାମୀ ଚିତ୍ରତାରକା।
ଢେଙ୍କାନାଳ ସହରରେ ଭାଜପା ପ୍ରଚାରରେ ସାମିଲ ହୋଇଥିଲେ ଦଳୀୟ ନେତ୍ରୀ ପିଙ୍କ ପ୍ରଧାନ। ଅପରାହ୍ନ ୩ଟାରେ କାଲଟାକ୍ସ ଛକଠାରୁ ବାହାରିଥିବା ବିଶାଳ ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ କୁଞ୍ଜକାନ୍ତ ପର୍ଯ୍ୟନ୍ତ ଆସିଥିଲା। ଏଥିରେ ଲୋକ ସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇ ଭାଜପାକୁ ଥରେ ସୁଯୋଗ ଦେବାକୁ ପ୍ରାର୍ଥୀମାନେ ନିବେଦନ କରିଥିଲେ।


ସେହିପରି ପୂର୍ବାହ୍ନ ୯ଟାରେ ବିଜେଡି ପକ୍ଷରୁ ସହରରେ ବିଶାଳ ବାଇକ୍‌ ଶୋଭାଯାତ୍ରା କରାଯାଇଥିଲା। କଲେଜ ବାଇପାସ୍‌ଠାରୁ ଆରମ୍ଭ ହୋଇଥିବା ଏହି ରାଲି କୁଞ୍ଜକାନ୍ତ, ଗୁଡିଆନାଳୀ, ବସ୍‌ଷ୍ଟାଣ୍ଡ, ଅମଲାପଡା, ଦେଉଳସାହି, ବନମାଳୀପ୍ରସାଦ, ଗଜମରା ସମେତ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ବିଜେଡିର ଷ୍ଟାର ପ୍ରଚାରକ କୁନା ତ୍ରିପାଠୀ ଯୋଗଦେଇ ଦଳୀୟ ପ୍ରାର୍ଥୀ ସୁଧୀର କୁମାର ସାମଲଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ରାଜ୍ୟ ସମ୍ପାଦକ ବିଜୟ ନାୟକ, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଅବହେଳାକୁ ପ୍ରମୁଖ ଅସ୍ତ୍ର କରି ବିଜେଡି ନେତୃବୃନ୍ଦ ଭୋଟ ମାଗିଥିଲେ। ଶେଷ ଦିନରେ ଦୁଇ ପ୍ରମୁଖ ଦଳର ପ୍ରଚାର ଯୋଗୁ ନିର୍ବାଚନ ବାତାବରଣ ବେଶ ସରଗରମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍‌-ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…

ଧୂମଧାମରେ ପାଳନ ରଥଯାତ୍ରା ପାଳିତ: ମନମୋହିଲା ରଣପ୍ପା ନୃତ୍ୟ

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ପୁରୀ ସମେତ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ରଥଯାତ୍ରା ଧୂମଧାମରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ…

ଅଲଇଣ୍ଡିଆ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା: ଛତିଶଗଡ଼ରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ଛତିଶଗଡରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର। ଛତିଶଗଡ଼ ଭିଲାଇଠାରେ ୧୭ ଠାରୁ ୧୯ ତାରିଖ ୩ ଦିନିଆ ସିବିଏସଇ ଅଲଇଣ୍ଡିଆ କ୍ଲଷ୍ଟରସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା…

ଖୋଲା ଆକାଶତଳେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ: ଅବ୍ୟବସ୍ଥାରେ ସର୍ବପୁରାତନ ପ୍ରାଥମିକ ବିଦ୍ୟାଳୟ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ, ଛାତ୍ରୀଛାତ୍ରଙ୍କୁ…

ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସୋନୁ ନିଗମଙ୍କ ଫଟୋ ଭାଇରାଲ: ଉଠିଲା ପ୍ରଶ୍ନବାଚୀ

ପୁରୁଣାଭୁବନେଶ୍ୱର,୧୭ା୭(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଗର୍ଭଗୃହରେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ଗୁରୁବାର ସୋସିଆଲ…

ମହାପ୍ରଭୁଙ୍କ ମସ୍ତକରେ କାହିଁକି ନ ଥିଲା ଟାହିଆ; ସବୁ ଗୁମର ଖୋଲିଦେଲେ ସେବାୟତ: ଜାଣନ୍ତୁ ଭିତରେ କ’ଣ ସବୁ ଘଟିଥିଲା

ପୁରୀ,୧୭।୭(ଅଜିତ୍‌ କୁମାର ମହାନ୍ତି):ମହାପ୍ରଭୁଙ୍କ ଘୋଷଯାତ୍ରାରେ ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଥାଏ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ। ପ୍ରତ୍ୟେକ ବର୍ଷ…

ବଡ଼ଦାଣ୍ଡରେ ଭକ୍ତ- ଭଗବାନ ମିଳନ: ଆଜି ସକାଳ ୯ଟା ୩୦ରେ ପୁଣି ଟଣାଯିବ ରଥ

ପୁରୀ,୧୭ା୭(ଅଜିତ୍‌ କୁମାର ମହାନ୍ତି):ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଗୁରୁବାର ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ…

ପ୍ରବଳ ବର୍ଷା, ଏହି ଜିଲାରେ ଆଜି ସ୍କୁଲ୍‌-ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ସୋନପୁର,୧୭।୭; ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ପାଣିପାଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri