ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସୋନୁ ନିଗମଙ୍କ ଫଟୋ ଭାଇରାଲ: ଉଠିଲା ପ୍ରଶ୍ନବାଚୀ

ପୁରୁଣାଭୁବନେଶ୍ୱର,୧୭ା୭(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଗର୍ଭଗୃହରେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ସେବାୟତ, ଶ୍ରଦ୍ଧାଳୁ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ମୁତାବକ, କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ତାଙ୍କ ଭଉଣୀ ପୁରୀ ରଥଯାତ୍ରାକୁ ଆସିଥିଲେ। ଗୁରୁବାର ସନ୍ଧ୍ୟାରେ ସେମାନେ ଫେରିବା ବେଳେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ସନ୍ଧ୍ୟା ଧୂପ ପରେ ରାତି ପ୍ରାୟ ୮ଟାରେ ମନ୍ଦିରକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ପାର୍ଶ୍ୱ ଦେବଦେବୀ ମନ୍ଦିର ବୁଲି ଦେଖିଥିଲେ। ପ୍ରାୟ ଅଧଘଣ୍ଟା ମନ୍ଦିରରେ ରହିଥିଲେ। ତେବେ ସେମାନେ ଗର୍ଭଗୃହରେ ପୂଜାର୍ଚ୍ଚନା କରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ମନ୍ଦିର ଭିତରକୁ ବିନା ଅନୁମତିରେ କ୍ୟାମେରା କିମ୍ବା ମୋବାଇଲ ଯିବା ଏବଂ ଫଟୋ ଉଠାଯିବା ନିଷେଧ ରହିଛି। ମନ୍ଦିର ଭିତରେ କିଏ ଏହି ଫଟୋ ଉଠାଇଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ ରହିଥିବାବେଳେ ଭିଭିଆଇପିଙ୍କ ପାଇଁ ଅଲଗା ନିୟମ କରାଯାଉଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ପ୍ରକାଶ ଯେ, ଅତୀତରେ ଜଣେ ବଲିଉଡ ଅଭିନେତ୍ରୀ ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ବେଳେ ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଉଠାଇଥିଲେ। ଯାହାକି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ସେହିପରି ଅନେକ ସମୟରେ ପାଳିଆ ସେବାୟତମାନେ ମନ୍ଦିର ଚୂଡ଼ାରେ ସେଲ୍ଫି ନେବା ଏବଂ ବିଭିନ୍ନ ଜନପ୍ରତିନିଧିଙ୍କ ସହ ଫଟୋ ଉଠାଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ନଜିର ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଷିଲେ ମୋଦି: କହିଲେ, ବନ୍ଦ କର ନଚେତ୍‌…

ନୂଆଦିଲ୍ଲୀ,୧।୯: ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ଏକ ଦୃଢ଼ ମତ ଗ୍ରହଣ କରି କହିଛନ୍ତି। କେବଳ…

ବଦଳିବ ବ୍ୟାଙ୍କିଂ -UPI ସିଷ୍ଟମ! କ’ଣ ଏହି ‘ୱାନ ନେଶନ, ୱାନ ଟାଇମ’ ନୀତି, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ। କେତେବେଳେ UPI ପେମେଣ୍ଟ ଅଟକିଯାଏ,…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ମଝି ଆକାଶରେ IndiGo ଫ୍ଲାଇଟ୍‌ର ଇଞ୍ଜିନ୍‌ ହେଲା ଖରାପ! ତା’ପରେ…

ନୂଆଦିଲ୍ଲୀ,୧।୯: ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ: ପୁଅକୁ କାନ୍ଧରେ ବୋହିଲେ ମା’, ପରେ ଖଟିଆରେ….

ପାଟଣା, ୧।୯ (ବୀର କିଶୋର ଦାଶ): ଲଗାଣ ବର୍ଷାରେ ନାଳ ଉପରେ ଥିବା ପୋଲ ଧୋଇଯିବାରୁ ଗାଁ ଭିତରକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri