ମହାପ୍ରଭୁଙ୍କ ମସ୍ତକରେ କାହିଁକି ନ ଥିଲା ଟାହିଆ; ସବୁ ଗୁମର ଖୋଲିଦେଲେ ସେବାୟତ: ଜାଣନ୍ତୁ ଭିତରେ କ’ଣ ସବୁ ଘଟିଥିଲା

ପୁରୀ,୧୭।୭(ଅଜିତ୍‌ କୁମାର ମହାନ୍ତି):ମହାପ୍ରଭୁଙ୍କ ଘୋଷଯାତ୍ରାରେ ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଥାଏ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ। ପ୍ରତ୍ୟେକ ବର୍ଷ ରାଘବଦାସ ମଠ ପକ୍ଷରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଟାହିଆ ପ୍ରଦାନ କରାଯାଇଥାଏ। ଗୁରୁବାର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ମସ୍ତକରେ ଟାହିଆ ନ ଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ ଠାକୁରଙ୍କୁ ଶ୍ରୀମନ୍ଦିର ସାତପାହାଚ ନିକଟରେ ଟାହିଆ ଲାଗିକରାଯାଏ। ଶ୍ରୀବିଗ୍ରହ ପହଣ୍ଡି ହୋଇ ରଥାରୂଢ ହେବା ପର୍ଯ୍ୟନ୍ତ ଟାହିଆ ଠାକୁରଙ୍କ ମସ୍ତକରେ ରହିଥାଏ। ଚାରମାଳ ଚଢିବା ପରେ ରଥାରୂଢ ହେବା ସମୟରେ ଟାହିଆକୁ କଢାଯାଇଥାଏ। ଚଳିତ ବର୍ଷ ପ୍ରଭୁ ବଳଭଦ୍ରଙ୍କ ଟାହିଆ ଅକ୍ଷୁଣ୍ଣ ରହିଥିବା ବେଳେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ନ ଥିଲା। ପରମ୍ପରା ଅନୁଯାୟୀ, ସାତପାହାଚ ନିକଟରେ ମହାପ୍ରଭୁଙ୍କୁ ଟାହିଆ ଲାଗି କରାଯାଇଥିଲା। ମାତ୍ର ବାଇଶି ପାହାଚଠାରେ ଠାକୁରଙ୍କ ମସ୍ତକରେ ଥିବା ଟାହିଆ କ୍ଷୁଣ୍ଣ ବା କିଛି ଅଂଶ ଭାଙ୍ଗିଯାଇଥିବା ପରିଲକ୍ଷିତ ହୋଇଥିଲା। ମହାପ୍ରଭୁ ସିଂହଦ୍ୱାର ଗୁମୁଟରୁ ବଡ଼ଦାଣ୍ଡକୁ ବାହାରିବା ପରେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ନ ଥିଲା। ଏପରି କାହିଁକି ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟାହିଆ ତୁଳସୀ, ଫୁଲ ଓ ସୋଲରେ ତିଆରି ହୋଇଥାଏ। ଲଗାଣ ବର୍ଷା ଫଳରେ ଟାହିଆ ଭିଜି ଅଧିକ ଓଜନ ହୋଇଥିବାରୁ ପହଣ୍ଡିରେ ସମସ୍ୟା ଯୋଗୁ ଟାହିଆ ଖୋଲିଦିଆଯାଇଥିବା ସୂଚନା ମିଳିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି, ବର୍ଷାକୁ ଦୃଷ୍ଟିରେ ରଖି ପରମ୍ପରା ଅନୁସାରେ ମହାପ୍ରଭୁଙ୍କୁ ଗିଲାପ (ବର୍ଷାରେ ଓଦା ନ ହେବା ପାଇଁ ବସ୍ତ୍ର) ପରିଧାନ କରାଯାଇଥିଲା। ସାତପାହାଚଠାରେ ମହାପ୍ରଭୁ୍‌ଙ୍କୁ ଟାହିଆ ଲାଗି କରାଯାଇଥିଲା। ତେବେ ଯେଉଁ ଟାହିଆ ପ୍ରସ୍ତୁତ ହୋଇଥିଲା, ସେଥିରେ ଲାଗିଥିବା ତୁଳସୀ, ସୋଲ ଆଦି ଓଜନ ଥିଲା ବୋଲି ସେବକମାନେ ସୂଚନା ଦେଇଥିଲେ। ବଳଭଦ୍ର, ସୁଭଦ୍ରାଙ୍କ ପରେ ମହାପ୍ରଭୁ ପହଣ୍ଡି ହୋଇ ଆସିଥିଲେ। ତେବେ ଗୁମୁଟଠାରେ ପ୍ରାୟ ୪୦ ମିନିଟ୍‌ ଧରି ଅଟକି ରହିଥିଲେ। ମହାପ୍ରଭୁଙ୍କର କ’ଣ ଅଭିପ୍ରାୟ ଥିଲା ତାହା ତାଙ୍କୁ ଜଣା। ପହଣ୍ଡି ନିର୍ଦ୍ଧାରିତ ସମୟର ୩୦ ମିନିଟ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ବିଳମ୍ବରେ ସମ୍ପନ୍ନ ହୋଇଥିଲା। ଅପରପକ୍ଷରେ ଟାହିଆ ନଥିବାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏନେଇ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କହିଛନ୍ତି, ଗୁମୁଟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ରହିଥିଲା। ବର୍ଷା ଯୋଗୁ ସେଠାରୁ ଟାହିଆ କଢାଯାଇଛି। ମହାପ୍ରଭୁ ଭକ୍ତଙ୍କୁ ଏପଟସେପଟ କରି ଚାହୁଁଥାନ୍ତି। ଟାହିଆ ବାହାରି ପଡିବାରୁ ମହାପ୍ରଭୁ ଭଲରେ ଆସିପାରିଲେ। ଆମକୁ ମଧ୍ୟ ଭଲ ଲାଗିଲା। ଏନେଇ ଜଣେ ସେବାୟତ କହିଛନ୍ତି, ଏମିତି ବେଳେବେଳେ ହାଇଯାଇଥାଏ। ମହାପ୍ରଭୁଙ୍କ ଇଚ୍ଛା। ଟାହିଆ ଖସିଗଲା, ଯେଉଁଥିପାଇଁ ଅଘଟଣ ଘଟିବାର ଆଶଙ୍କା ରହୁଛି। ବର୍ଷା ହେତୁ ପହଣ୍ଡି ସମୟରେ ଟଣାଓଟରା ଯୋଗୁ ଏପରି ହୋଇଛି, ଯାହା ଶୁଭ ସୂଚନା ନୁହେଁ। ଦେଖାଯାଉ ମହାପ୍ରଭୁଙ୍କର କ’ଣ ଇଚ୍ଛା। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ କହିଛନ୍ତି, ସାତପାହାଚଠାରେ ଠାକୁରଙ୍କୁ ଟାହିଆ ଲାଗି କରାଯାଇଥିଲା। ସାତପାହାଚ ଓ ଆନନ୍ଦବଜାର ବାଇଶପାହାଚ ଦେଇ ଆସିବା ପର୍ଯ୍ୟନ୍ତ ଟାହିଆ ରହିଥିଲା। ଟାହିଆ ସୋଲ, ଜରି, ଜମ୍ବୁରା ଓ ତୁଳସୀରେ ନିର୍ମିତ। ମହାପ୍ରଭୁ ଟାହିଆ ପିନ୍ଧିବା ଓ ନ ପିନ୍ଧିବା ସବୁ ତାଙ୍କର ଇଚ୍ଛା। ମହାପ୍ରଭୁ ଟାହିଆ ପିନ୍ଧିଲେ ସୁନ୍ଦର, ନ ପିନ୍ଧିଲେ ମଧ୍ୟ ସୁନ୍ଦର। ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ଯେ, ତାଙ୍କର କରୁଣା ଦୃଷ୍ଟି ସମସ୍ତଙ୍କ ଉପରେ ପଡୁ ବୋଲି ସେ କହିଛନ୍ତି। ଜଗନ୍ନାଥପ୍ରେମୀ ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ଟାହିଆ ଆଗକୁ ଆଗକୁ ଢଳିଲେ ସତେକି କହୁଥାଏ ବ୍ରହ୍ମ ସତ୍ୟ ଓ ପଛକୁ ଘୁଞ୍ଚିଲେ କହୁଥାଏ ଜଗତ ମିଥ୍ୟା। ଟାହିଆ ହେଉଛି ପହଣ୍ଡିକାଳୀନ ଏକ ଅନନ୍ୟ ଆକର୍ଷଣୀୟ ଶିରୋ ଭୂଷଣ। ପ୍ରଭୁ ଟହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ ଆକର୍ଷଣ କରିଥାନ୍ତି। ଏହି ଟାହିଆ ଭୂଷଣରେ ରହି ମହାପ୍ରଭୁ କୋଟିକୋଟି ଭାବପ୍ରବଣ ହୃଦୟକୁ କାଳକାଳ ଧରି ଆଲୋଡ଼ିତ କରି ଆସିଛନ୍ତି। ମସ୍ତକ ଉପରେ ଶୋଭା ପାଉଥିବା ଏହି ଦୋଳାୟମାନ ଟାହିଆ ମହାନ ସତ୍ୟ ଘୋଷଣା କରେ। ମହାପ୍ରଭୁଙ୍କ ମସ୍ତକରେ ଟାହିଆ ନ ଥିଲା। ତେଣୁ କେଉଁଠି ନା କେଉଁଠି ଭୁଲ ରହିଛି। ଏହି ଘଟଣା ଭକ୍ତଙ୍କୁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କରିଛି ବୋଲି ସେନାପତି ପ୍ରକାଶ କରିଛନ୍ତି।

ରାତିରେ ଟଣାହେଲା ରଥ
ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥୀରେ ଘେନି ରଥାରୂଢ ହୋଇ ଗୁରୁବାର ନବଦିନାମତ୍କ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତି ଅନୁଷ୍ଠିତ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୧ ଘଣ୍ଟା ବିଳମ୍ବରେ ରଥ ଟଣା ହୋଇଥିଲେ ମଧ୍ୟ ସନ୍ଧ୍ୟା ପୂର୍ବରୁ ଗୋଟିଏ ବି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚତ୍ ପାରି ନ ଥିଲା। ଅପରପକ୍ଷରେ ରାତି ୭ଟା ୭୫ ପର୍ଯ୍ୟନ୍ତ ରଥ ଟଣା ହୋଇଥିଲା। ପରମ୍ପରା ଅନୁସାରେ ସୂର୍ଯ୍ୟାସ୍ତ ପରେ ରଥ ଟାଣିବାର ନିୟମ ନାହିଁ। ମାତ୍ର ନିୟମକୁ ଅଣଦେଖା କରି ରାତି ୭ଟା ୨୫ ଯାଏ ରଥ ଟଣାଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ରାତିରେ ରଥ ଟଣାଯିବା କ’ଣ ଓଡ଼ିଆ ଅସ୍ମିତା କି ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି।
ସିଂହଦ୍ୱାର ଗୁମୁଟରେ ୫୦ ମିନିଟ୍‌ ଅଟକି ରହିଲେ ମହାପ୍ରଭୁ
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ଦାରୁ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଚକ୍ରରାଜ ଶ୍ରୀସୁଦର୍ଶନ, ବଡଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡି ହୋଇ ରଥାରୂଢ ହୋଇଥିଲେ। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆସିଥିଲେ। ମହାପ୍ରଭୁ ପହଣ୍ଡି ହୋଇ ଆସି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ନିକଟରେ ପହଞ୍ଚତ୍ଥିଲେ, ମାତ୍ର ସେଠାରୁ ଆଉ ଆଗକୁ ବଢି ନ ଥିଲେ। ସେବାୟତମାନେ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। ସିଂହଦ୍ୱାର ଗୁମୁଟ ନିକଟରେ ମହାପ୍ରଭୁ ପ୍ରାୟ ୫୦ ମିିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଥିଲେ। ପରେ ବଡ଼ଦାଣ୍ଡକୁ ଆସିଥିଲେ। ଚାରମାଳ ଚଢିବା ସମୟରେ ମଧ୍ୟ ମହାପ୍ରଭୁ ଅଟକି ଅଟକି ରହି ଚଢୁଥିବା ଦେଖିବାକୁ ମିଳିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ପ୍ରବଳ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲାର ବଡ଼ସାହି, ବେତନଟୀ, ବିଶୋଇ…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ବର୍ଷାରେ ପଡ଼ିଗଲା କାନ୍ଥ, ମୁଣ୍ଡରେ କାଠ ବାଡେଇ ହୋଇ ମହିଳା ମୃତ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧିନ ଭୁଲନ୍‌ପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ଚାଳଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ଯୁ ହୋଇଛି ।…

ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବଢ଼ିଲା ବିବାଦ, ସମସ୍ୟା କରିବ ୧୭(ଏ)

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏବେ କାମଚଳା ଡିଜିପିଙ୍କୁ ନେଇ ପୋଲିସବାହିନୀ କାର୍ଯ୍ୟ ଚଳାଇଛି । ଗତ ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆଙ୍କ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୋଦି ବିଦେଶରୁ ଜାରି କରିଛନ୍ତି ନୂଆ ଭିଡ଼ିଓ, ସୁନା କ୍ରୟ ସହ ବିଦେଶ ଯାତ୍ରା ଉପରେ ଦେଲେ ବଡ଼ ପରାମର୍ଶ

ବିଶକେକ/ନୂଆଦିଲ୍ଲୀ,୧।୯: ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଦେଶର ଅଭିବୃଦ୍ଧି ହାର ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ

ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri