Odisha Elections 2024

ସରକାରୀ ହସ୍ପିଟାଲକୁ ଯାଆନ୍ତି କମ୍‌ ଲୋକ

ନୂଆଦିଲ୍ଲୀ,୬।୫: ଭାରତରେ ଏକ ତୃତୀୟାଂଶରୁ କମ୍‌ ଲୋକ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଉପରେ ଭରସା କରନ୍ତି। ଅବଶିଷ୍ଟ ଲୋକେ ଘରୋଇ ହସ୍ପିଟାଲକୁ ପସନ୍ଦ କରିଥାନ୍ତି ବୋଲି ନ୍ୟାଶନାଲ ସାମ୍ପଲ୍‌ ସର୍ଭେ(ଏନଏସ୍‌ଏସ୍‌) ସ୍ବାସ୍ଥ୍ୟ ସେବା ପକ୍ଷରୁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଦେଶର ୩୦.୧ ପ୍ରତିଶତ ଲୋକ ସରକାରୀ ହସ୍ପିଟାଲକୁ ଚିକିତ୍ସା ଲାଗି ଯାଇଥାନ୍ତି। ସେଥିମଧ୍ୟରେ ସହରାଞ୍ଚଳର ୨୬.୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୩୨.୫ ପ୍ରତିଶତ ଲୋକ ରହିଛନ୍ତି। ଅପରପକ୍ଷରେ ୪୨.୫ ପ୍ରତିଶତ ଲୋକ ଘରୋଇ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥାନ୍ତି। ସେମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳର ୪୧.୪ ପ୍ରତିଶତ ଏବଂ ସହରାଞ୍ଚଳର ୪୪.୩ ପ୍ରତିଶତ ଲୋକ ରହିଛନ୍ତି। ସେହିପରି ୨୩.୩ ପ୍ରତିଶତ ଘରୋଇ ହସ୍ପିଟାଲକୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ସହରାଞ୍ଚଳର ୨୭.୩ ପ୍ରତିଶତ ଜନସାଧାରଣ ଏବଂ ଗ୍ରାମାଞ୍ଚଳର ୨୦.୮ ପ୍ରତିଶତ ଲୋକ ରହିଛନ୍ତି। ସେହିପରି ୩ ପ୍ରତିଶତ ଲୋକ ଇନଫର୍ମାଲ ସ୍ବାସ୍ଥ୍ୟ ସେବା ଉପରେ ଭରସା କରିଥାନ୍ତି। ସେମାନଙ୍କ ମଧ୍ୟରେ ସହରାଞ୍ଚଳର ୦.୯ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୪.୩ ପ୍ରତିଶତ ଜନସଂଖ୍ୟା ରହିଛନ୍ତି। ୧.୧ ପ୍ରତିଶତ ଲୋକ ଚିକତ୍ସା ପାଇଁ ଦାତବ୍ୟ ଅନୁଷ୍ଠାନ ଅବା ସ୍ବେଚ୍ଛାସେବୀ ସଂଗଠନ ଉପରେ ଭରସା କରିଥାନ୍ତି। ଗ୍ରାମାଞ୍ଚଳରେ ଏଭଳି ଲୋକଙ୍କ ସଂଖ୍ୟା ୦.୯ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୧.୩ ପ୍ରତିଶତ ରହିଛି। ମୁଖ୍ୟତଃ ଗରିବଲୋକେ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବାବେଳେ ଆର୍ଥିକ ସ୍ବଚ୍ଛଳ ବର୍ଗ ଘରୋଇ ହସ୍ପିଟାଲରେ ଚିକିତ୍ସା କରିବାକୁ ଚାହୁଁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ହସ୍ପିଟାଲକୁ ଯାଉଥିବା ଲୋକଙ୍କ ମଧ୍ୟରେ ତୁଳନାତ୍ମକ ପ୍ରାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ହରିୟାଣା ଆଦି ରାଜ୍ୟରେ ଏକ ପଞ୍ଚମାଂଶ ଲୋକ ସରକାରୀ ହସ୍ପିଟାଲକୁ ଯାଇଥାନ୍ତି। ବିହାରରେ ୧୮ ପ୍ରତିଶତ ଲୋକ ସରକାରୀ ହସ୍ପିଟାଲକୁ ପସନ୍ଦ କରୁଥିବାବେଳେ ୬୫ ପ୍ରତିଶତ ଘରୋଇ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥାନ୍ତି। ସେହିପରି ୧୧ ପ୍ରତିଶତ ଲୋକ ଇନଫର୍ମାଲ ସ୍ବାସ୍ଥ୍ୟ ସେବା ଉପରେ ଭରସା କରିଥାନ୍ତି। ଏଭଳି ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ବିପଦ୍‌ଜନକ ହୋଇଥିଲେ ମଧ୍ୟ ଗରିବ ଲୋକ ପାଖରେ ଟଙ୍କାରେ ଅଭାବ ଯୋଗୁ ବାଧ୍ୟ ହୋଇ ଏହାର ସାହାରା ନେଇଥାନ୍ତି। କୌଣସି ଚିକିତ୍ସା ଲାଗି ଘରୋଇ ହସ୍ପିଟାଲରେ ମୋଟ ହାରାହାରି ଖର୍ଚ୍ଚ ୩୪,୫୫୧ ଟଙ୍କା ଥିବାବେଳେ ମେଡିକାଲ ଖର୍ଚ୍ଚ ୩୧,୮୪୬ ଟଙ୍କା ରହିଛି। ଅପରପକ୍ଷରେ ଦାତବ୍ୟ ଅନୁଷ୍ଠାନରେ ମୋଟ ହାରାହାରି ଖର୍ଚ୍ଚର ପରିମାଣ ୨୭, ୩୪୬ ଥିବାବେଳେ ମେଡିକାଲ ଖର୍ଚ୍ଚ ୨୪,୪୫୪ ଟଙ୍କା ରହିଛି। ସେହିପରି ସରକାରୀ ହସ୍ପିଟାଲରେ ମୋଟ ହାରାହାରି ଖର୍ଚ୍ଚ ୬୦୫୦ ଟଙ୍କା ଥିବାବେଳେ ମେଡିକାଲ ଖର୍ଚ୍ଚର ପରିମାଣ ୪୪୫୨ ଟଙ୍କା ରହିଛି। ସରକାରୀ ହସ୍ପିଟାଲରେ ଉନ୍ନତ ଚିକିତ୍ସା ସେବା ଅଭାବ ଏବଂ ଲମ୍ବା ଲାଇନ୍‌ରେ ଅଧିକ ସମୟ ଛିଡ଼ା ହେବାକୁ ପଡୁଥିବାରୁ ଲୋକେ ଏଠାକୁ ଆସିବାକୁ ପସନ୍ଦ କରି ନ ଥାନ୍ତି। କେତେକ ସରକାରୀ ହସ୍ପିଟାଲରେ ଆଧୁନିକ ଚିକିତ୍ସା ଉପକରଣ ନ ଥିବାରୁ ଲୋକ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲକୁ ପ୍ରାଧାନ୍ୟ ଦେଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି ବହୁତ ପାଓ୍ବାରଫୁଲ, ହେଲେ…: ଜେଲର କଥା ଉଠାଇ ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୫: ଜାମିନରେ ଆସିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ...

ନୂଆ ଆପରାଧିକ ଆଇନ ବିରୋଧରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୫: ତିନୋଟି ନୂତନ ଆପରାଧିକ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ। ନୂତନ ଆପରାଧିକ...

ଫାରୁକ ଅବଦୁଲ୍ଲାଙ୍କ ରାଲିରେ ଛୁରାମାଡ, ୨ କର୍ମୀ ଆହତ

ଜମ୍ମୁ,୧୯।୫: ରବିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ମେହେନ୍ଦରରେ ଏକ ନିର୍ବାଚନ ରାଲିରେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡରେ ତିନିଜଣ ନ୍ୟାଶନାଲ କନଫରେନ୍ସ (ଏନସି) କର୍ମୀ ଆହତ...

ଦେବଦୂତ ସାଜିଲେ ମହିଳା ଡାକ୍ତର, ସିପିଆର ଦେଇ ବଞ୍ଚାଇଲେ ୬ ବର୍ଷ ଶିଶୁର ଜୀବନ

ଅମରାବତି,୧୯।୫: ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଜଣେ ୬ବର୍ଷର ଶିଶୁ ଏକ ବୈଦ୍ୟୁତିକ ଆଘାତ ପାଇ ଚେତାଶୂନ୍ୟ ହୋଇଗଲା। ଏହା ପରେ ଶିଶୁଟିର ବାପା ତାଙ୍କୁ ଡାକ୍ତରଖାନା...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଭ୍ରଷ୍ଟାଚାରୀଙ୍କୁ ବାହାରେ ରହିବାକୁ ଦେବି ନାହିଁ: ମୋଦି

କୋଲକାତା,୧୯।୫: ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପୁରୂଲିଆରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି...

ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ୍‌, ଫେରାର ଅଛନ୍ତି ଅଭିଯୁକ୍ତ ଏମ୍‌ପି

ନୂଆଦିଲ୍ଲୀ, ୧୯।୫: ଲୋକ ସଭା ଏମ୍‌ପି ପ୍ରଜ୍ଜ୍ୱଳ ରେଭନ୍ନା ଯୌନ ଉତ୍ପୀଡ଼ନ ସହ ଜଡ଼ିତ ଭିଡିଓ ଭାଇରାଲ ହେବା ପରେ ଫେରାର ହୋଇଛନ୍ତି। ଏବେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri