ସରକାରୀ ଯୋଜନାର ବହୁତ୍‌ ଦୂରେ କ୍ଷେତ୍ର: ବଁଚ୍‌ବାର ରାହା ଦେଖେଛେ ମହୁରୀ

ପର୍ଲା, ୧୮।୧୨ (ଡି.ଏନ୍‌.ଏ.)-ସମିଆ ଆର ପରିସ୍ଥିତି ସବୁକେ ଉଲଟ ପାଲଟ କରିଦେସି। ହେଲେ ସମିଆ ଆର ପରିସ୍ଥିତି ସଂଗେ ଯେ ଯୁଝି ଜାନିଛେ ସେ ଜୀବନ୍‌ରେ କେଭେ ନିରାଶ ନାଇଁହୁଏ। ଏନ୍‌ତା ଝନେ ନିଆରା ମୁନୁଷ୍‌କେ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଂଚଲର ଗତମୁଣ୍ଡା ଗଁାରେ।
ସୂଚନା ହିସାବେ ଗତମୁଣ୍ଡା ଗଁାର କ୍ଷେତ୍ର ଖମାରୀ(୫୦)। ଏହେଦେ ତାକର ପରିବାର କହେଲେ ମାଏକିନା ଲଳିତା(୩୪) ଆର ପୁଓ ଗଜିନ(୬)। ପହେଲା ମାଏକିନା ରୋଗ୍‌ ବେମାରୀରେ ପଡ଼ି ମରିଗଲେ। ତାକର ଦୁଇଟା ପୁଓ ଆର ଗୁଟେ ଝି’। ବଛର କେତେଟା ତଲେ ବଡ଼ ପୁଓଟା ମରି ଯାଇଥିଲାବେଲେ ସାନ୍‌ ପୁଓଟା ମାନ୍‌ସିକ ସଁତୁଲନ ହରେଇ ଇ ଗଁା ସେ ଗଁା ବୁଲୁଛନ୍‌। ଝି’ଟାକେ ଦୁଖ୍‌ସୁଖ କରି ପାସର ଗଁାରେ ବିହାଚୁରା କରିଛନ୍‌। କ୍ଷେତ୍ର ଝନେ ନିହାତି ଗରିବ ଲୋକ୍‌, ଜମିବାଡ଼ି ବଲି କିଛି ନାଇଁ। ଆଏଜ୍‌କେ ପାଖାପାଖି ୬୦ ବଛର ହେଲା ପର୍‌ହର ଡିହରେ ଝାଟିମାଟିର କୁରିଆଟେ କରି ବାପ୍‌ ଅଜା ଅମଲରୁ କୁଟୁମବସିଆ ରହିଆସୁଛନ୍‌। ହେଲେ ଚଲ୍‌ତି ବଛର ଲଘୁଚାପ ବରଷାରେ ଘରଟା ଭାଂଗି ଅଁା କରିଛେ। ତହସିଲଦାର, ଆର୍‌ଆଇ ଘରଭଂଗା ସାହାଯ୍‌ ହିସାବେ ପଲିଥିନ୍‌ ଖଁଡ଼େ ଦେଇ ନିଜର ଦାଇତିଅ ସାରିଦେଇଛନ୍‌। ଏହେଦେ ସେ ପଲିଥିନ୍‌ ଖଁଡ଼କ ଘର ଉପରେ ଢାପି ୩ ପରାନୀ କୁଟୁମ ମୁଡ଼ ଗୁଁଜିଛନ୍‌। କ୍ଷେତ୍ର ଭିନେ ଭିନେ ସମିଆରେ ପଁଚେତ୍‌ନୁ ମୂଲ କରି ଜିଲାସ୍ତରୀୟ ଅଧ୍‌କାରୀମାନକୁ ସରକାରୀ ସୁବିଧା ସୁଯୋଗ ଲାଗି ଗୁହାରି କରିଛନ୍‌, ହେଲେ କିଛି ଲାଭ ନାଇଁ। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ମାଲ୍‌ମାଲ୍‌ ଯୋଜନା ତିଆର କରୁଛନ୍‌। ହେଲେ କ୍ଷେତ୍ରର ଲାଗି ଆଏଜ୍‌ ବି ସବୁ ସରକାରୀ ଯୋଜନା ଅପହଁଚ୍‌ ହେଇ ରହିଛେ। ଇଥ୍‌ରେ ସେ ନିରାଶ ନାଇଁ ହେଇ। ନିଜର ବାପ୍‌ ଅଜାରନୁ ଶିଖିଥିବାର ମହୁରୀ ବଜାବାର କଳାକେ ସେ ଆଦରି ନେଇଛନ୍‌। ସଖାଲ ପାଏଲେ କ୍ଷେତ୍ର ଭିନେ ଭିନେ ଗଁାକେ ଯାଇ ମହୁରୀ ବଜେଇ ଭିଖ୍‌ ମାଗୁଛନ୍‌। ସେଥ୍‌ରେ ସେ ଯାହା ପାଉଛନ୍‌ ସେଥ୍‌ରେ ତାକର ତେଲନୁନ୍‌, କପଡ଼ାଲତା, ଉଷୋକଷା କରୁଛନ୍‌। ଗତମୁଣ୍ଡା ଗଁାବାସୀକର କହେବାର ହିସାବେ ପରିବାରଟା ମୂଲୁ ସୁଖ୍‌ବାସୀ। ଆଏଜ୍‌ ବି ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ଜିଲା ଆର ଥାନୀଅ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ସେମାନେ ଦାବି କରିଛନ୍‌। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ଜବାହାରଲାଲ ଗୋପାଳକୁଁ ପଚରାଲାରୁ ନୂତନ ବଛର୍‌ରେ ତାହାକୁ ବିଜୁ ପକାଘର ଯୋଜନାରେ ସାମିଲ କରାଯିବା ଆର ରାଶନ କାର୍ଡ ବି ଦିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri