ସରକାରୀ ବିଏଡ୍‌ କଲେଜ ବନ୍ଦ ନିର୍ଦ୍ଦେଶ ପରେ ତତ୍ପରତା

ଭୁବନେଶ୍ୱର,୫ା୩(ବ୍ୟୁରୋ): ରାଜ୍ୟରେ ଥିବା ୧୪ଟି ସରକାରୀ ବିଏଡ୍‌ କଲେଜ ବନ୍ଦ କରିବାଦେବା ଲାଗି ଏନ୍‌ସିଟିଇ (ନ୍ୟାଶନାଲ୍‌ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନ) କମିଟି ୨ ମାସ ତଳୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିସାରିଛି। ଏହି ସମସ୍ତ କଲେଜ ଆସନ୍ତା ବର୍ଷରୁ ଆଉ ଖୋଲାଯିବାର ସମ୍ଭାବନା କମ୍‌ ଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି ସମସ୍ୟାକୁ ଏଡାଇବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଖୋଦ୍‌ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ବାବଦରେ ବୁଧବାର କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦-୨୧ ବର୍ଷଠାରୁ ଏହି ସମସ୍ତ ସରକାରୀ ବିଇଡି କଲେଜ ବନ୍ଦ ହେବାକୁ ଥିବାବେଳେ ହଠାତ୍‌ ଏଭଳି ନିଷ୍ପତ୍ତି ନ ନେଇ ଆଉ ଅଧିକ ବର୍ଷେ ସମୟ ଦେବାକୁ ବିଭାଗ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ମିଳିଛି।
ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଏଡ୍‌ କଲେଜଗୁଡିକ ରହିଥିବାବେଳେ ଏହାର ପାଠ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ଅଧୀନ ଅଧ୍ୟାପକଙ୍କ ଦ୍ୱାରା ସମ୍ପାଦନ କରାଯାଉଛି। ପ୍ରଥମରୁ ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକମାନେ ଏହି କଲେଜଗୁଡିକରେ ନିଯୁକ୍ତି ପାଇ ପାଠ ପଢାଉଛନ୍ତି। ଧୀରେ ଧୀରେ ସେମାନଙ୍କ ମଧ୍ୟରୁ ବହୁ ଅଧ୍ୟାପକ ଅବସର ନେଇସାରିଛନ୍ତି। ସେହି ଅନୁଯାୟୀ ଉକ୍ତ କଲେଜଗୁଡିକର ଅଧ୍ୟାପକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି। ବିଇଡି କଲେଜଗୁଡିକରେ ମୋଟ ୩୧୭ଜଣ ଅଧ୍ୟାପକ ରହିବାକୁ ଥିବାବେଳେ ଏହି ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ ୧୧୨ରେ ପହଞ୍ଚିଛି। ଯେଉଁଥିଲାଗି କଲେଜଗୁଡିକରେ ପାଠପଢା ବ୍ୟାଘାତ ହେଉଛି। ଅନ୍ୟପଟେ ଉକ୍ତ ୧୧୨ ଜଣ ଅଧ୍ୟାପକଙ୍କ ମଧ୍ୟରୁ ୪୪ଜଣ ଅନୁଦାନପ୍ରାପ୍ତ ସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ବାକି ୬୮ଜଣ ଅତିଥି ଅଧ୍ୟାପକ ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ ବହୁ ଅଧ୍ୟାପକ ପଦବୀ ଖାଲି ପଡୁଥିବା ଯୋଗୁ ଏହି ସରକାରୀ ବିଇଡି କଲେଜଗୁଡିକ ପାଇଁ ଅଧ୍ୟାପକ ଦେବାକୁ ବିଭାଗ ରାଜି ହେଉନାହିଁ। ଯେଉଁଥିପାଇଁ ଅଧ୍ୟାପକ ନିଯୁକ୍ତିରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି। ତେଣୁ ଅଧ୍ୟାପକ ସଂଖ୍ୟା ଅତି କମ୍‌ ଥିବା ଯୋଗୁ ଏବଂ ସ୍ଥାୟୀ ନିଯୁକ୍ତିପ୍ରାପ୍ତ ଅଧ୍ୟାପକ ନ ଥିବାରୁ ଏନ୍‌ସିଟିଇ ବୈଠକରେ ସବୁ ବିଇଡି କଲେଜଗୁଡିକୁ ଆସନ୍ତା ବର୍ଷ ସୁଦ୍ଧା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ହୋଇଛି।
ଏନ୍‌ସିଟିଇର ଏଭଳି ନିଷ୍ପତ୍ତି ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଦ ଭାଙ୍ଗିଛି। କିପରି ବିଏଡ୍‌ କଲେଜ ବନ୍ଦ ନ ହେବ ସେଥିପାଇଁ ପ୍ରୟାସ ଆରମ୍ଭ କରିଛି। ଓପିଏସ୍‌ସିକୁ ଯଥାଶୀଘ୍ର ସେକ୍ସନ-୧୨ ଅନୁଯାୟୀ ୧୪୯ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଚିଠି ଲେଖାଯାଇଛି। ଏହି ଚିଠି ଓପିଏସ୍‌ସିକୁ ଦିଆଯିବା ପରେ କେନ୍ଦ୍ରମନ୍ତ୍ରୀ ପୋଖରିଆଲଙ୍କୁ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଟେଲିଫୋନ କରି ଘଟଣା ସମ୍ପର୍କରେ ଜଣାଇବା ସହିତ ଆସନ୍ତା ବର୍ଷ ବନ୍ଦ ନ କରି ୧୪ ବିଇଡି କଲେଜକୁ ଖୋଲିବାର ଅନୁମତି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ଅନୁରୋଧକୁ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଜି ହୋଇଥିବା ଜଣାପଡିଛି।
ବିଏଡ୍‌ କରୁଥିବା ଛାତ୍ରୀଛାତ୍ରମାନେ ଦୁଇ ବର୍ଷର ପାଠ୍ୟକ୍ରମ ପଢୁଥିବା ବେଳେ ବର୍ତ୍ତମାନ ୨୦୧୯-୨୦ ଶିକ୍ଷାବର୍ଷରେ ନାମ ଲେଖାଇ ପାଠ ପଢୁଛନ୍ତି। ଯଦି ଚଳିତ ବର୍ଷରୁ ସରକାରୀ ବିଏଡ୍‌ କଲେଜଗୁଡିକୁ ବନ୍ଦ କରିଦିଆଯାଏ ତେବେ ୨ହଜାର ପିଲା ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବାରୁ ବଞ୍ଚିତ ହେବେ। ଓଡିଶାରେ ବେସରକାରୀ ବିଏଡ୍‌ କଲେଜ ନ ଥିବାବେଳେ ଅଧିକାଂଶ ସମୟରେ ସରକାରୀ କଲେଜରେ ନାମ ଲେଖାଇବାକୁ ସକ୍ଷମ ହୋଇପାରୁ ନ ଥିବା ଛାତ୍ରୀଛାତ୍ରମାନେ ବାହାର ରାଜ୍ୟରୁ ପାଠପଢି ସାର୍ଟିଫିକେଟ ଆଣି ଏଠାରେ ଶିକ୍ଷକ ଭାବେ ନିଯୁକ୍ତି ପାଉଛନ୍ତି। ତେଣୁ ରାଜ୍ୟରେ ବେସରକାରୀ ବିଏଡ୍‌ କଲେଜ ଖୋଲିବା ଉପରେ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଅନ୍ୟପଟେ ବେସରକାରୀ ବିଏଡ୍‌ କଲେଜ ନ ଥିବାବେଳେ ରାଜ୍ୟରେ ୧୪ ସରକାରୀ ବିଏଡ୍‌ କଲେଜ ବନ୍ଦ ହେଲେ ପିଲାମାନେ କେବଳ ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ, ଯଦ୍ଦ୍ବାରା ଅନେକ ପିଲା ଚଳିତ ବର୍ଷ ବିଏଡ୍‌ ପଢାରୁ ବାଦ୍‌ ପଡିବେ ଏବଂ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?