ସରକାରୀ ଜମି ଅବରୋଧ ପ୍ରତିବାଦରାସ୍ତା ଅବରୋଧ କଲେ ଶ୍ରୀଜଙ୍ଗ ଗ୍ରାମବାସୀ

ବାହାନଗା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ଅଧୀନସ୍ଥ ରେମୁଣା ବ୍ଲକର ଶ୍ରୀଜଙ୍ଗ ଗ୍ରାମର ସରକାରୀ ଗୋଚର ଓ ଆଡ଼ିବନ୍ଧକୁ ପ୍ରଭାବଶାଳୀ ଲୋକମାନେ ଜବରଦସ୍ତ ଅବରୋଧ କରି ରଖିଥିବାରୁ ଗ୍ରାମବାସୀ ଏହାର ପ୍ରତିବାଦ କରିଛନ୍ତି। ଗ୍ରାମବାସୀ ମଙ୍ଗଳବାର ଅବରୋଧ ହଟାଇବା ଦାବିରେ ଗ୍ରାମ ରାସ୍ତା ଓ ବାଲେଶ୍ୱରରୁ ବାସୁଦେବପୁରକୁ ସଂଯୋଗ କରୁଥିବା ସଲ୍ଟ ରୋଡ଼କୁ ଦୀର୍ଘ ୪ଘଣ୍ଟା ଧରି ଅବରୋଧ କରିଥିଲେ। ରେମୁଣା ତହସିଲଦାର ଓ ଖନ୍ତାପଡ଼ା ଥାନା ପୋଲିସ ପହଞ୍ଚତ୍ ଲୋକମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
ଗ୍ରାମର ଥିବା କିମ୍ବଦନ୍ତୀ ପୋଖରୀଆଡ଼ି ସମେତ ଗୋଚର ଜମି ୨୨ ଏକର ଥିଲା। ତେବେ ଏହି ଜମି ମଧ୍ୟରୁ ଏବେ ୯ଏକର ଜମି ରହିଥିବା ବେଳେ ଅବଶିଷ୍ଟ ଜମିକୁ ଘରବାଡ଼ି, ଜମି ଥିବା ଲୋକମାନେ ଏବେ ଅବରୋଧ କରି ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ଫଳରେ ଗ୍ରାମର ଗୋର ଚରିବା ପାଇଁ ଆଉ ସ୍ଥାନ ନାହିଁ। ଯେଉଁଥିପାଇଁ ଗ୍ରାମବାସୀ ମଙ୍ଗଳବାର ପ୍ରଥମେ ଗ୍ରାମର ଥିବା ସ୍ବାଧୀନତା ସଂଗ୍ରାମୀ ସତ୍ୟାଗ୍ରହୀ ସ୍ମୃତିସ୍ତମ୍ଭ ନିକଟସ୍ଥ ଗ୍ରାମକୁ ପ୍ରବେଶ ରାସ୍ତାକୁ ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା କାଳ ଅବରୋଧ କରିଥିଲେ। ପରେ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ବାଲେଶ୍ୱର-ବାସୁଦେବପୁରକୁ ସଂଯୋଗ କରୁଥିବା ସଲ୍ଟ ରୋଡ଼କୁ ଦୀର୍ଘ ୧ ଘଣ୍ଟା କାଳ ଅବରୋଧ କରିଥିଲେ। ଘଟଣାସ୍ଥଳକୁ ରେମୁଣା ତହସିଲଦାର ସଞ୍ଜୟ ରାଉତଙ୍କ ସମେତ ଆର୍‌ଆଇ ଓ ଖନ୍ତାପଡ଼ା ଥାନା ପୋଲିସ୍‌, ଶ୍ରୀଜଙ୍ଗ ପଞ୍ଚାୟତ ସରପଞ୍ଚ କାର୍ତ୍ତିକେଶ୍ୱର ବାରିକ୍‌ ପହଞ୍ଚତ୍ ବୁଝାଶୁଝା କରିବା ସହିତ ଅବରୋଧକାରୀଙ୍କ ନାମରେ ମାମଲା ରୁଜୁ କରାଯିବା ସହିତ ନୋଟିସ୍‌ ପରେ ଅବରୋଧ ତୁରନ୍ତ ହଟାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା। ଏହି ଅବରୋଧରେ ଗ୍ରାମର ସନିଆ ମଲ୍ଲିକ, ବିକର୍ତ୍ତନ ମଲ୍ଲିକ, ନାରଣ ମଲ୍ଲିକ, ଘନଶ୍ୟାମ ମଲ୍ଲିକ, ଯଶକେତନ ମଲ୍ଲିକ, କାଶିନାଥ ମଲ୍ଲିକ, ଚିଲ୍ଲ ମଲ୍ଲିକ, ଅଖ ମଲ୍ଲିକ, ଜଳିଆ ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସ ରାସ୍ତା ଅବରୋଧ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri