ସରକାରଙ୍କ ବଡ଼ ନିଷ୍ପତ୍ତି: ଓଡ଼ିଆରେ ହେବ ଡାକ୍ତରୀ ପାଠପଢ଼ା

ଭୁବନେଶ୍ୱର,୫ା୭(ବନ୍ଦନା ସେଠୀ):ରାଜ୍ୟରେ ଓଡ଼ିଆ ଭାଷାରେ ଡାକ୍ତରୀ ପାଠ ପଢାଯିବ। ଏଥିପାଇଁ କେଉଁସବୁ ବ୍ୟବସ୍ଥା ଆପଣାଯିବ ତାହା ସ୍ଥିର କରିବା ପାଇଁ ରାଜ୍ୟ ସରକାର ଏକ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏମ୍‌ବିବିଏସ୍‌ କୋର୍ସ ପାଇଁ ଆବଶ୍ୟକ ପାଠ୍ୟପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ। ଏଥିପାଇଁ ସମୟ ନିର୍ଘଣ୍ଟ ସାଙ୍ଗକୁ ଆବଶ୍ୟକ ଖର୍ଚ୍ଚ ସମ୍ପର୍କରେ କମିଟି ସରକାରଙ୍କୁ ରିପୋର୍ଟ ଦେବ। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡ଼ିଶା ୟୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନ୍ସେସ (ଓୟୁଏଚ୍‌ଏସ୍‌)ର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏମ୍‌ସ ଭୁବନେଶ୍ୱରର ଆଡିଶନାଲ ପ୍ରଫେସର (ଆନାଟୋମି) ଡା. ପ୍ରଭାସ ତ୍ରିପାଠୀ, ବାୟୋକେମ୍‌ ବିଭାଗର ମୁଖ୍ୟ ପ୍ରଫେସର ମନସ୍ବିନୀ ମଙ୍ଗରାଜ, ଆଡିଶନାଲ୍‌ ପ୍ରଫେସର (ଫାର୍ମାଲୋଜି) ଡା. ବିଶ୍ୱରଞ୍ଜନ ପାଢୀ, ଇଏନ୍‌ଟି ବିଭାଗ ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ପରିଡ଼ା, ଅର୍ଥୋପେଡିକ୍‌ ମୁଖ୍ୟ ପ୍ରଫେସର ବିଷ୍ଣୁ ପାତ୍ର, ପେଡିଆଟ୍ରିକ୍‌ ପ୍ରଫେସର ଭାଗୀରଥି ଦ୍ୱିବେଦୀ, ଡର୍ମାଟୋଲୋଜି ବିଭାଗର ଆସୋସିଏଟ୍‌ ପ୍ରଫେସର ବିଶ୍ୱନାଥ ବେହେରା, ରେଡିଓଲୋଜି ବିଭାଗର ଆଡିଶନାଲ ପ୍ରଫେସର ସୁଦୀପ୍ତ ନାୟକ, କଟକ ଏସ୍‌ସିବି ମେଡିକାଲ୍‌ର ସାଇକୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଅର୍ଚ୍ଚନା ମିଶ୍ର, ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ମିହିର ରଞ୍ଜନ ନାୟକ, ସୁନ୍ଦରଗଡ଼ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର ମାଇକ୍ରୋବାୟୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ଭରତ ପଟେଲ, ଓୟୁଏଚ୍‌ଏସ୍‌ର ଡେପୁଟି କଣ୍ଟ୍ରୋଲର ଅଫ୍‌ ଏକ୍‌ଜାମିନେଶନ୍‌ ଡା. ପ୍ରଦୀପ କୁମାର ନାୟକ, ପୂର୍ବତନ ପ୍ରଫେସର ନିରଞ୍ଜନ ରାଉତ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର ଏସ୍‌ପିଏମ୍‌ ବିଭାଗ ମୁଖ୍ୟ ଡା. ଦୁର୍ଗା ଶତପଥୀ, ବାରିପଦା ମେଡିକାଲ ଆଣ୍ଡ୍‌ କଲେଜ ମେଡିସିନ ବିଭାଗର ଆସୋସିଏଟ୍‌ ପ୍ରଫେସର ପ୍ରସନ୍ନ କୁମାର ରାଠୋର୍‌, ପୁରୀ ଏସ୍‌ଜେଏମ୍‌ସିଏଚ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଲଛମନ ବାଗ୍‌, ବାରିପଦା ଓ ଆଣ୍ଡ୍‌ ଜି ପିଆର୍‌ଏମ୍‌ଏମ୍‌ସିଏଚ୍‌ର ପ୍ରଫେସର ରୀତାଞ୍ଜଳୀ ବେହେରା, ଯାଜପୁର ଜେକେଏମ୍‌ସିଏଚ୍‌ ଆନାସ୍ଥେସିଓଲୋଜି ବିଭାଗର ପ୍ରଫେସର ରଞ୍ଜିତା ମହାପାତ୍ର, କୋରାପୁଟ ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ ଅପ୍‌ଥାମୋଲୋଜି ବିଭାଗର ଅସୋସିଏଟ୍‌ ପ୍ରଫେସର ରାଜଶ୍ରୀ ରାଉତ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରୋଗ୍ରାମ୍‌ ଉପଦେଷ୍ଟା ଡ. ପ୍ରେମାନନ୍ଦ ମହାପାତ୍ର ସଦସ୍ୟ ଭାବେ ରହିଛନ୍ତି। ସେହିପରି ଓୟୁଏଚ୍‌ଏସ୍‌ର ରେଜିଷ୍ଟ୍ରାର ଏହି କମିଟିର ମେମ୍ବର କନ୍‌ଭେନର ରହିଛନ୍ତି।
ଓଡ଼ିଆରେ ମେଡିକାଲ ପାଠପଢ଼ା ହେଲେ ଛାତ୍ରୀଛାତ୍ର କେତେ ଉପକୃତ ହେବେ ସେସମ୍ପର୍କରେ ପଚରାଯିବାରୁ ଏସ୍‌ସିବି ମେଡିକାଲ କଲେଜର ମେଡିସିନ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ଚାଇନା, ରୁଷିଆ ଭଳି ଦେଶରେ ନିଜ ମାତୃଭାଷାରେ ମେଡିକାଲ ପାଠ ପଢ଼ାଯାଉଛି। ନିଟ୍‌ ପରୀକ୍ଷା ମଧ୍ୟ ଓଡ଼ିଆ, ଇଂଲିଶ ଏବଂ ହିନ୍ଦୀରେ ଦିଆଯାଉଛି। ତେଣୁ ଓଡ଼ିଆରେ ମେଡିକାଲ ପାଠ ପଢ଼ିବା ସହଜ ହେବ ଏବଂ ଶୀଘ୍ର ବୁଝିବେ। ସବୁ ମେଡିକାଲ ପାଠ ପଢୁଥିବା ପିଲା ଇଂଲିଶ ଜାଣିଛନ୍ତି। ତେଣୁ ଜାତୀୟ ଅନ୍ତର୍ଜାତୀୟସ୍ତରରେ କିଛି ସେମିନାର ହେଲେ ସେମାନଙ୍କୁ ନିଜ କଥା ରଖିବାରେ ସମସ୍ୟା ହେବନାହିଁ। ତେବେ ପୁସ୍ତକର ଅନୁବାଦ କରିବା ସମୟରେ ଏନେଇ ବିଶେଷ ଧ୍ୟାନଦେବାକୁ ପଡିବ। ବହିର ପ୍ରତ୍ୟେକ ଶବ୍ଦକୁ ଅନୁବାଦ ନ କରି ତାହାର ଥିମ୍‌କୁ ଅନୁବାଦ କରିବା ଆବଶ୍ୟକ। ନଚେତ୍‌ ପ୍ରତିଟି ଶବ୍ଦକୁ ଅନୁବାଦ କରିବା ଦ୍ୱାରା ତାହାର ଅର୍ଥ ବଦଳିଯିବ। ସେହିପରି କମିଟିର ସଦସ୍ୟ ଭାବେ ସ୍ଥାନ ପାଇଥିବା ଡା. ପ୍ରଭାସ ତ୍ରିପାଠୀ କହିଛନ୍ତି, ଏବେ କମିଟି ଗଠନ ହୋଇଛି, ତେଣୁ ଏତେ ଶୀଘ୍ର ଯୋଜନାକୁ ନେଇ ବେଶି କିଛି ମତାମତ ଦେବା ଠିକ୍‌ ହେବନାହିଁ। ସରକାରଙ୍କର ଏହା ଏକ ଭଲ ପଦକ୍ଷେପ। ଓଡ଼ିଆ ଭାଷାରେ ପଢ଼ିଲେ ସମସ୍ତେ ଭଲ ଭାବେ ବୁଝି ପାରିବେ। କିଛି ଶବ୍ଦ ମେଡିକାଲ୍‌ ଲାଙ୍ଗୁଏଜ୍‌ରେ କଷ୍ଟକର ହୋଇଥାଏ। ଛାତ୍ରୀଛାତ୍ରମାନେ ଧୀରେଧୀରେ ସେଥିରେ ଅଭ୍ୟସ୍ତ ହୋଇଥାନ୍ତି। ପୂରା କୋର୍ସକୁ ଓଡ଼ିଆରେ କରିବା ପାଇଁ ନିହାତି ପକ୍ଷେ ସମୟ ଲାଗିବ। କିଛି ନୂଆ କରିବା ପୂର୍ବରୁ ଆମେ ସବୁବେଳେ ଆଶାବାଦୀ ଥାଉ, ଏବେ ବି ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

‘ପରୀକ୍ଷା ପେ ଚର୍ଚ୍ଚା’: ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ,୬।୨: ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ ଆରମ୍ଭ ହୋଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହ…

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଆପଣଙ୍କ ଇମେଲ୍ ଏବଂ ତଥ୍ୟ ସୁରକ୍ଷିତ ତ? ଏମିତି କରନ୍ତୁ ଯାଞ୍ଚ

ଭୁବନେଶ୍ୱର,୬।୨: ବର୍ତ୍ତମାନର ଡିଜିଟାଲ ଯୁଗରେ ତଥ୍ୟ ଚୋରି ବା ‘ଡାଟା ବ୍ରିଚ୍’ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆପଣଙ୍କ ବ୍ୟକ୍ତିଗତ ଇମେଲ୍ ଆଇଡି (Email…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri