ସରକାରଙ୍କ ତଥ୍ୟ ଭେଳିକି, ଭୟରେ ଜନତା

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଉଛି। ଏପରିକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଏବଂ ଓ୍ବେବ୍‌ସାଇଟ ଯୋଗେ ମଧ୍ୟ ସୂଚନା ଦିଆଯାଇଥାଏ। କରୋନା ସ୍ଥିତି ଉପରେ ରାଜ୍ୟ ସରକାର ଦେଉଥିବା ପ୍ରତ୍ୟେକ ସୂଚନାକୁ ଲୋକମାନେ ଭରସା କରୁଛନ୍ତି। ହେଲେ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି। ରାଜ୍ୟରେ ୬୦କୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ପ୍ରଥମେ ସୂଚନା ଦିଆଯାଇଥିଲା। ପରେ ନୂଆ ୫ଆକ୍ରାନ୍ତଙ୍କ ତଥ୍ୟ ସମ୍ପର୍କରେ ଟୁଇଟ୍‌ ଯୋଗେ ସୂଚନା ଦିଆଗଲା। ତେବେ କିଛି ସମୟ ଅନ୍ତରରେ ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ୨ଥର ଭିନ୍ନ ତଥ୍ୟ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମ ତଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା। ମାତ୍ର ଏହାର କିଛି ସମୟ ପରେ ଉକ୍ତ ତଥ୍ୟକୁ ପରିବର୍ତ୍ତନ କରାଯାଇଥିଲା। ସରକାର ନିଜର ଦୁର୍ବଳତା ଲୁଚାଇବାକୁ ୨ୟ ଥର ପାଇଁ ଏକ ଭିନ୍ନ ତଥ୍ୟ ପ୍ରକାଶ କରିଥିବା ଆଲୋଚନା ହେଉଛି।
ସୂଚନାନୁସାରେ ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଥମେ ଯେଉଁ ତଥ୍ୟ ଜାରି କରାଯାଇଥିଲା ସେଥିରେ ଉଲ୍ଲେଖ ରହିଥିଲା ଯେ, ବମିଖାଲ୍‌ କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ରହୁଥିବା ୫୦ବର୍ଷୀୟ ଏହି ବ୍ୟକ୍ତିଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ପର୍ଯ୍ୟନ୍ତ ସ୍ଥାନୀୟ ଜୟଦୁର୍ଗାନଗରସ୍ଥିତ ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ଏହି ସମୟ ମଧ୍ୟରେ ସେ ପରିବା, ଗ୍ରସେରି କିଣିବା ପାଇଁ ବାହାରକୁ ଯାଇଥିଲେ। ସ୍ଥାନୀୟ ଗଣେଶ ମଣ୍ଡପ ପରିବା ଦୋକାନ, ଓଭରବ୍ରିଜ ନିକଟ ରିଲାଏନ୍ସ ଫ୍ରେଶ୍‌କୁ ଯାଇଥିଲେ। ଏପରି କି ବମିଖାଲ ଏବଂ ରସୁଲଗଡ଼ ମାର୍କେଟ ମଧ୍ୟ ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ କୌଣସି ଲକ୍ଷଣ ନ ଥିଲା ବୋଲି ଉକ୍ତ ତଥ୍ୟରେ ଉଲ୍ଲେଖ ରହିଥିଲା। ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା। ବମିଖାଲକୁ ଗତ ୩ତାରିଖ ରାତିରୁ ଆବଦ୍ଧ ଅଞ୍ଚଳ(କଣ୍ଟେନମେଣ୍ଟ ଜୋନ୍‌) ଭାବେ ଘୋଷଣା କରାଯାଇଛି, ଯାହାଫଳରେ ସେହି ଅଞ୍ଚଳରେ ଥିବା ଲୋକେ ବାହାରକୁ ଆସିପାରିବେ ନାହିଁ କିମ୍ବା ବାହାର ଲୋକ ସେ ଅଞ୍ଚଳ ଭିତରକୁ ପ୍ରବେଶ କରିପାରିବେ ନାହିଁ। ତେବେ ଆବଦ୍ଧ ଅଞ୍ଚଳରେ ଥାଇ ୫୭ ନମ୍ବର ଆକ୍ରାନ୍ତ ଜଣଙ୍କ କିପରି ବାରମ୍ବାର ବାହାରକୁ ଆସିଲେ ଏବଂ ହାଟ ବଜାର ବୁଲିଲେ, ତାକୁ ନେଇ କରୋନା କଟକଣା ବାବଦରେ ପ୍ରଶାସନର ଆନ୍ତରିକତା ଏବଂ ଦକ୍ଷତା ଉପରେ ଅନେକ ପ୍ରଶ୍ନ ଉଠିଥିଲା। ତେବେ ଏହାର କିଛି ସମୟ ପରେ ବିଭାଗ ପକ୍ଷରୁ ଉକ୍ତ ତଥ୍ୟକୁ ବଦଳାଇ ଦିଆଯାଇଥିଲା। ନୂଆ ତଥ୍ୟ ଅନୁସାରେ ଉକ୍ତ ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ଘରେ କେବଳ ରହିଥିଲେ ବୋଲି ସୂଚନା ଦିଆଯାଇଛି। ଯଦି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭୁଲ୍‌କ୍ରମେ ୫୭ନମ୍ବର ଆକ୍ରାନ୍ତ ସମ୍ପର୍କରେ ଏଭଳି ଭୁଲ୍‌ ତଥ୍ୟ ପ୍ରକାଶ କରିଥିବେ ତାହା ଅତ୍ୟନ୍ତ ସାଂଘାତିକ। କାରଣ ସରକାରଙ୍କ ତଥ୍ୟ ଉପରେ ଆସ୍ଥା ପ୍ରକାଶ କରୁଥିବା ସାଧାରଣ ଲୋକଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି। ଲକ୍‌ଡାଉନ ଯୋଗୁ କଷ୍ଟରେ ସମୟ ବିତାଉଥିବା ଲୋକେ ଏଭଳି ତଥ୍ୟ ପାଇବାପରେ ଆତଙ୍କିତ ହୋଇ ଯଦି କିଛି ଭଲମନ୍ଦ କରି ବସିଲେ, ସେଥିପାଇଁ ଦାୟୀ କିଏ ହେବ। ଅନ୍ୟପକ୍ଷରେ ଯଦି ପ୍ରଥମ ପ୍ରକାଶିତ ତଥ୍ୟ ଠିକ୍‌ ଥିଲା ଏବଂ ଲୁଚାଇବାକୁ ଯାଇ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନ ତଥ୍ୟ ଦିଆଗଲା ତାହା ମଧ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ। କୋଭିଡ-୧୯ ଭଳି ସମ୍ବେଦନଶୀଳ ଘଟଣାରେ ଯଦି ସରକାରୀ ବିଭାଗ ପକ୍ଷରୁ ତଥ୍ୟ ଘୋଟାଲା କରାଯିବ ତେବେ ଲୋକେ କାହାକୁ ବିଶ୍ୱାସ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଖବରଦାତା ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ନିଯୁକ୍ତ ସରକାରୀ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଏକ ଦିବସୀୟ କ୍ରିକେଟରେ ଯେପରି ବଲ୍‌ ପିଛା ବିବରଣୀ ପ୍ରକାଶ କରାଯାଏ, ସେଭଳି ଭାବେ କରୋନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କ ଠାରୁ ତଥ୍ୟ ଆଶା କରନ୍ତୁ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏପରି କି ସେ କହିଥିଲେ ଯେ, ଯେତିକି ଆବଶ୍ୟକ ତଥ୍ୟ ସରକାର ଦେଉଛନ୍ତି ସେତିକି ଗଣମାଧ୍ୟaମ ପ୍ରକାଶ କରନ୍ତୁ। ମଙ୍ଗଳବାର ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ପରିବର୍ତ୍ତନ ପରେ ମୁଖପାତ୍ରଙ୍କ ଉକ୍ତ ମନ୍ତବ୍ୟ ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri