ସରକାରଙ୍କ ଆଇନକୁ ବେଖାତିର : ଦିନ ୧୧ଟା ପରେ ବି ଚାଲିଛି ନିର୍ମାଣ କାର୍ଯ୍ୟ

ଚମ୍ପୁଆ/ଯୋଡ଼ା, ୨୧ା୫(ଡି.ଏନ୍‌.ଏ.): ଦିନକୁ ଦିନ ତାପମାତ୍ରା ବଢ଼ି ୪୧ ଡିଗ୍ରୀ ଅତିକ୍ରମ କରିସାରିଲାଣି। ଗୁଳୁଗୁଳି ସାଙ୍ଗକୁ ଟାଣଖରା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ପାରଦ ବୃଦ୍ଧି ଓ ଅଂଶୁଘାତ ସମ୍ଭାବନାକୁ ଏଡ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାତ୍ର ଚମ୍ପୁଆ ଉପଖଣ୍ଡରେ ଏହି ଆଇନ ଶ୍ରମ ବିଭାଗର ଫାଇଲ ତଳେ ପଡିରିଛି। ଏପରି କି ବଡ଼ ବଡ଼ କମ୍ପାନୀ ଓ ସରକାରୀ ଟେଣ୍ଡର କାର୍ଯ୍ୟ ମଧ୍ୟ ବିନା ଦ୍ୱିଧାରେ କରାଯାଉଛି। ମାତ୍ର ସରକାରୀ ଆଇନକୁ ଆଖିଠାର ମାରି ୪୧ ଡିଗ୍ରୀ ତାପମାତ୍ରାରେ ଶ୍ରମିକମାନେ ନିର୍ମାଣ କାମ କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ପ୍ରତି ଶ୍ରମ ବିଭାଗର କୌଣସି ଅଙ୍କୁଶ ନାହିଁ। ଫଳରେ ଅର୍ଥ ପାଇଁ ଜୀବନକୁ ବାଜି ଲଗାଇ ସେମାନେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ଅନୁସାରେ, ଗାଁଠାରୁ ଆରମ୍ଭ କରି ସହରରେ ଦୈନିକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲୁଛି। ଏଥିପାଇଁ ଶ୍ରମିକମାନେ ବଙ୍ଗୀୟ ଠିକାଦାରଙ୍କ ମାଧ୍ୟମରେ ଖରାକୁ ଖାତିର ନ କରି କାର୍ଯ୍ୟ କରୁଛନ୍ତି। ୨ ଓ ୩ ମହଲା ଛାତଘର ନିର୍ମାଣରେ ଏମାନେ କାମ କରୁଥିଲେ ମଧ୍ୟ କୌଣସି ସୁରକ୍ଷା ସରଞ୍ଜାମ ବ୍ୟବହାର କରୁନାହାନ୍ତି। ଅନ୍ୟପକ୍ଷେ ଠିକାଦାର ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବଙ୍ଗୀୟ ଶ୍ରମିକଙ୍କ ଅପେକ୍ଷା କମ୍‌ ପାରିଶ୍ରମିକ ଦିଆଯାଉଛି। ସରକାରଙ୍କ ନିୟମ ଅନୁସାରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଶ୍ରମିକମାନେ ଏକପ୍ରକାର ଶୋଷଣର ଶିକାର ହେଉଛନ୍ତି। ଏ ନେଇ ଚମ୍ପୁଆ ଗ୍ରାମ୍ୟ ଶ୍ରମ ନିରୀକ୍ଷକ ପୁଷ୍ପା ମିଞ୍ଜଙ୍କୁ ପଚରାଯିବାରୁ କୌଣସି ଅଭିଯୋଗ ଆମ ପାଖରେ ପହଞ୍ଚିନାହିଁ। ମାତ୍ର ତୁରନ୍ତ ଏଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଇ ଶ୍ରମିକମାନଙ୍କୁ ନିୟୋଜିତ କରୁଥିବା ଠିକାଦାର ଓ ଗୃହ ମାଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?